Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 07 October 2023 | ଦିନଯାକର ୧୦ ପ୍ରମୁଖ ଖବର

ସାଙ୍କେତିକ ଫଟୋ (ସୌ: ଜୀ ଓଡ଼ିଶା)

Top 10 News Headlines Of 07 October 2023 | India In Asian Games 2023: ଏସୀଆନ୍ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏସୀଆନ ଗେମ୍ସରେ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିଥିଲା । ଭାରତୀୟ ଖେଳାଳିମାନେ ୨୦୨୩ ଏସିଆନ୍ ଗେମ୍ସରେ ୧୦୭ ଟି ପଦକ ଜିତିଛନ୍ତି । ବାସ୍ତବରେ, ଏସୀଆନ୍ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ଅତିକ୍ରମ କରିଛି । ୨୮ ଟି ସ୍ୱର୍ଣ୍ଣ ବ୍ୟତୀତ ଭାରତ ୩୮ ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ଜିତିଛି । ତେବେ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ପଦକ ତାଲିକାରେ ଚୀନ୍ ଶୀର୍ଷରେ ରହିଛି । ଏହା ପରେ ଜାପାନ ଓ ଦକ୍ଷିଣ କୋରିଆ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

Odisha Metro Rail Project: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସମୀକ୍ଷା କରିଛନ୍ତି । ମୋଟ ୫୯୨୯ ଟଙ୍କା ବ୍ୟୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ କରାଯାଇଛି । ଏହି ଟଙ୍କା ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ସରକାର ବହନ କରିବେ । ଏହାକୁ ରାଜ୍ୟ ସରକାରଙ୍କ 5T ପଦକ୍ଷେପ ଭାବରେ ଗ୍ରହଣ କରାଯିବ । ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ପ୍ରଦାନ କରାଯାଇଛି । ୧ ଜାନୁଆରୀ ୨୦୨୪ ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Israel Hamas War: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି । ଏଥର ଇସ୍ରାଏଲରେ 'ଯୁଦ୍ଧ'ର ପ୍ରଭାବରେ ଦେଖିବାକୁ ମିଳିଛି, ଯେଉଁଠାରେ ହାମାସର ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି । ଆଜି ସକାଳେ ପାଲେଷ୍ଟାଇନ ସଶସ୍ତ୍ର ଯୋଦ୍ଧାମାନେ ଘାଟିରୁ ଇସ୍ରାଏଲରେ ଭୀଷଣ ବୋମା ବିସ୍ଫୋରଣ କରିଥିଲେ । ହାମାସ ଉଗ୍ରବାଦୀମାନେ ଗୋଟିଏ ପରେ ଗୋଟିଏ ଇସ୍ରାଏଲ ଉପରେ ଏତେଗୁଡ଼ିଏ ରକେଟ୍ ଆକ୍ରମଣ କରିଥିଲେ ଯେ ଇସ୍ରାଏଲକୁ ତୁରନ୍ତ ଯୁଦ୍ଧ ଘୋଷଣା କରିବାକୁ ପଡିଥିଲା । 'ଅପରେସନ୍ ଅଲ୍-ଆକସା ଫ୍ଲଡ୍' ଆରମ୍ଭ ହେବା ମାତ୍ରେ ଇସଲାମିକ୍ ଗୋଷ୍ଠୀ ହାମାସ୍ ଇସ୍ରାଏଲକୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ମୋଟ ୫୦୦୦ ରକେଟ୍ ଆକ୍ରମଣ କରି ଲହୁଲୁହାଣ କରି ଦେଇଛି ।

Trouble Mounts For BJD Tirtol MLA Bijaya Shankar: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଧାୟରଙ୍କ ପାଇଁ ବଢିଲା ଅଡୁଆ। କାହିଁକିନା ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ କଟକ ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚିଛନ୍ତି । ବିଧାୟକଙ୍କ ବିବାହକୁ ବିରୋଧ କରି ସେ କଟକ ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଗତ ୨୧ ତାରିଖରେ ତିର୍ତ୍ତୋଲ ବିଧାୟକ ନିଜ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ।  ଏହାକୁ ବିରୋଧ କରି ସୋମାଲିକା ଆଜି କଟକ ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ାଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି।

BAN vs AFG, WC 2023: ବିଶ୍ୱକପ୍ ୨୦୨୩ ର ତୃତୀୟ ମ୍ୟାଚ୍ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଆଫଗାନିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ବାଂଲାଦେଶ ଦଳ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି । ଏହି ମ୍ୟାଚରେ ବାଂଲାଦେଶ ପାଇଁ ମେହେଦି ହାସନ ମିରାଜ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏଥିସହ ସେ ୩ଟି ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ମଧ୍ୟ ୩ ୱିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ମାତ୍ର ୧୫୬ ରନ୍ ସ୍କୋର କରିଥିଲା । ଏହାର ଜବାବରେ ବାଂଲାଦେଶ ୩୪.୪ ଓଭରରେ ୪ ୱିକେଟ୍ ହରାଇ ଏହି ଟାର୍ଗେଟ ହାସଲ କରିନେଇଛି । ଭାରତ ବିଶ୍ୱକପର ନିଜର ପ୍ରଥମ ମ୍ୟାଚ୍ ଆସନ୍ତା କାଲି ଅଷ୍ଟ୍ରେଲିଆ ସହ ଖେଳିବ ।

Naveen Patnaik announces Rs 1.5 crore for hockey hero Amit Rohidas: ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହା ସମାତ ଭାରତୀୟ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଚୀନର ହାଙ୍ଗଝୋଉରେ ଏସିଆନ୍ ଗେମ୍ସ ହୋଇଥିଲା । ଏହି ଇଭେଣ୍ଟରେ ହକିରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି । ଫାଇନାଲରେ ଟିମ୍ ଇଣ୍ତିଆ ଗତଥର ଏସିଆନ୍ ଚାମ୍ପିୟନ ଜାପାନକୁ ୫-୧ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହି ସ୍ବର୍ଣ୍ଣ ସହ ଭାରତୀୟ ହକି ଟିମ୍ ୨୦୨୪ ପ୍ୟାରିସ୍ ଅଲମ୍ପକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

Sikkim flash flood: ସିକ୍କିମ୍ ପ୍ରୟଳଙ୍କାରୀ ବନ୍ୟାରେ କିଛି ଓଡ଼ିଆ ଲୋକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ଢେଙ୍କାନାଳ ଜିଲ୍ଲାର ୨ ଜଣ ଯୁବକ ଓ ଜଣେ ମହିଳା ସିକ୍କିମ ବୁଲିବାକୁ ଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ସିମିନଈ ଗାଁର ଚନ୍ଦ୍ରଶଖର ସିଂ, ଅଙ୍କରାନ୍ତିପୁର ନୂଆଗାଁ ସାହିର ନିର୍ମଳ ନାଥ ଓ ଅଙ୍କରାନ୍ତିପୁରର ପ୍ରମୋଦିନୀ ଜେନା । ଏମାନଙ୍କ ବୟୟ ୨୪ରୁ ୨୫ ବର୍ଷ ମଧ୍ଯରେ ହେବ ବୋଲି ଜଣାପଡ଼ିଛି । ଚନ୍ଦ୍ରଶେଖର ନିଜର ୭ ଜଣ ସାଙ୍ଗଙ୍କ ସହ ମିଶି ଗତ ଅକ୍ଟୋବର ୧ ତାରିଖରେ ସିକ୍କିମ୍ ବୁଲିବା ଯାଇଥିଲେ । ମଙ୍ଗଳବାର ଦିନ ପରିବାର ଲୋକଙ୍କ ସହ ସେ ଶେଷ ଥର ଫୋନ ଯୋଗୁଁ କଥା ହୋଇଥିଲେ । ମାତ୍ର ଅପରାହ୍ନ ପରେ ଆଉ ତାଙ୍କ ଫୋନ ଲାଗିନଥିଲା । 

OSSC Recruitment 2023:  ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ OSSC ରେ ଅଫିସିଆଲ୍ ୱେବ୍‌ସାଇଟ୍  https://www.ossc.gov.in ଭିଜିଟ୍ କି ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତା ୧୪ ଅକ୍ଟୋବର ୨୦୨୩ ରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହେବ ।

Special Development Council: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଶନିବାର ଦିନ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଆଦିବାସୀଙ୍କ (Tribals) ଭାଷା, କଳା, ସଂସ୍କୃତି  ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷ ସ୍ବାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ ।

India Issues Advisory For Its Nationals In Israel: ଇସ୍ରାଏଲ ଓ ହାମାସ ମଧ୍ୟରେ ବିବାଦ ପରେ ଭାରତ ଏକ ଆଡଭାଇଜରୀ ଜାରି କରିଛି । ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଭାରତ ଅନୁରୋଧ କରିଛି । ଏହା ସହିତ ଭାରତ ସରକାର ଇସ୍ରାଏଲକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛି । ଅନାବଶ୍ୟକ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବା ଓ ନିରାପଦ ସ୍ଥାନରେ ରହିବାକୁ ସରକାର ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।