Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines

1-  ୬ ଓ୍ୱିକେଟରେ ଜିତିଲା ଭାରତ: ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହିତ ବିଶ୍ୱକପରେ ଅଭିଯାନ ଆରମ୍ଭ କରିଛି ଭାରତ। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୨୦୦ ରନର ବିଜୟଲକ୍ଷ୍ୟକୁ ପିଛା କରି ଭାରତ ପାଳି ଆରମ୍ଭ କରିଥିଲା। ମାତ୍ର ଆରମ୍ଭରୁ ୩ଟି ଓ୍ୱିକେଟ ହରାଇ ବ୍ୟାଟିଂର ସମ୍ମୁଖନ ହୋଇଥିଲା। ପରେ ବିରାଟ କୋହଲି (୮୫) ଓ କେଏଲ ରାହୁଲ (୯୭) ପାଳି ସମ୍ଭାଳିଥିଲେ। ଉଭୟ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତ ୪୧.୨ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସମସ୍ତ ଓ୍ୱିକେଟ ହରାଇ ୧୯୯ ରନ କରିଥିଲା।

2- ଏସୀୟ କ୍ରୀଡ଼ା ଉଦ୍‍ଯାପନୀ: ଚୀନ୍‍ର ହ୍ୱାଙ୍ଗଝାଉ ସହରରେ ଚାଲିଥିବା ୧୯ତମ ଏସୀୟକ୍ରୀଡ଼ା ଉତ୍ସବ ଆଜି ଶେଷ ହୋଇଛି। ଏଥିଲାଗି ଭାରତୀୟ ସମୟ ରାତି ଆଠଟାରେ ଭବ୍ୟ ଉଦ୍‍ଯାପନୀ ଉତ୍ସବ ଆୟୋଜନ କରାଯାଇଥିଲା । ଚୀନ ପ୍ରିମିୟର ଲିକିଆଙ୍ଗ୍‍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଏସୀୟ କ୍ରୀଡ଼ା ଭାରତ ପାଇଁ ଅନେକ ଐତିହାସିକ ମୁହୂର୍ତ୍ତ ଅର୍ଜନ କରିଛି। ଏଥର ଭାରତ ୧୦୭ଟି ପଦକ ସହ ଏହାର ସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଛି। ଏଥିରେ ୨୮ଟି ସ୍ୱର୍ଣ୍ଣ ପଦକ ରହିଥିବାବେଳେ ରୌପ୍ୟ ୩୮ଟି  ଏବଂ  ୪୧ଟି ବ୍ରୋଞ୍ଜ ପଦକ ରହିଛି। ଲଗାତାର ୧୧ ବର୍ଷ ପାଇଁ ଚୀନ୍‍ ପଦକ ତାଲିକାରେ ଶୀର୍ଷରେ ରହିଛି। 

3- ଇସ୍ରାଏଲରୁ ମୁମ୍ବାଇ ଫେରିଲେ ଅଭିନେତ୍ରୀ ନୁସରତ ଭରୁଚା: ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଆଜି ସ୍ୱତନ୍ତ୍ର ବିମାନରେ ମୁମ୍ବାଇକୁ ଫେରିଛନ୍ତି । ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ସେ ଇସ୍ରାଏଲ ଯାତ୍ରା କରିଥିଲେ । ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଅଚାନକ ଯୁଦ୍ଧ ହେବା ଫଳରେ ଇସ୍ରାଏଲର ଜେରୁଜେଲମରେ ସେ ଫସି ରହିଥିଲେ।  ନୁସରତଙ୍କୁ ଫେରାଇ ଆଣିବା ପାଇଁ ପରିବାର ସଦସ୍ୟଙ୍କ ଅନୁରୋଧ କ୍ରମେ ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରାଯାଇଥିଲା ।

4- ଆଫଗାନିସ୍ତାନ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ ହଜାରକୁ ବୃଦ୍ଧି; ଶକ୍ତିଶାଳୀ ଭୂକମ୍ପରେ ଗଭୀର କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମ ଆଫଗାନିସ୍ତାନ । ୨୦ ବର୍ଷ ପରେ ଏହା ସବୁଠୁ ବଡ଼ ଭୂକମ୍ପ ବୋଲି କୁହାଯାଉଛି । ଭୂକମ୍ପର ତିବ୍ରତା ଥିଲା ୬.୩ ମ୍ୟାଗ୍ନିଚ୍ୟୁଡ । ଅନେକ ଗାଁ ଭୂକମ୍ପରେ ଛାରଖାର ହୋଇଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ପାର କରିଛି ବୋଲି ସୂଚନା ମିଳିଛି ।

5- ବାବା କେଦାରନାଥଙ୍କୁ ଦର୍ଶନ କଲେ ସିଏମ ଯୋଗୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କେଦାରନାଥ ଧାମରେ ବାବାଙ୍କ ଦର୍ଶନ କରିଛନ୍ତି । ଦେଶବାସୀଙ୍କ ପାଇଁ ସିଏମ ଯୋଗୀ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଆଶୀର୍ବାଦ ଗ୍ରହଣ କରିଥିଲେ। ରବିବାର ସକାଳ ୧୦ଟା୧୫ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କେଦାରନାଥ ହେଲି ପ୍ୟାଡରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବଦ୍ରି କେଦାର ମନ୍ଦିର କମିଟି ସଦସ୍ୟଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ମନ୍ଦିର କମିଟି ଅଧ୍ୟକ୍ଷ ଅଜୟଙ୍କ ସମେତ ଅଞ୍ଚଳର ଅନେକ ବରିଷ୍ଠ ରାଜନେତାମାନେ ସିଏମ ଯୋଗୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । 

6- ଡ୍ୟାନ୍ସ ବାରରେ ହେବ ରାତି ଅଧିଆ ରେଡ୍: ଆଗକୁ ଆସୁଛି ପୂଜା ବଜାର ତେଣୁ ଅନେକ ଡ୍ୟାନ୍ସ ବାର ସବୁ ନିୟମର ଧଜିଆ ଉଡାଇ ପାରନ୍ତି । ଏଥିପାଇଁ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ବାର୍ ଗୁଡିକରେ ଚଢାଉ କରିବା ପାଇଁ ଗଠନ ହୋଇଛି ୩ଟି ସ୍ପେଶାଲ ସ୍କ୍ୱାର୍ଡ । ବାର୍ ଗୁଡିକରେ ଅନୈତିକ କାର୍ଯ୍ୟ ଚାଲୁଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଲାଇସେନ୍ସ ବାତିଲ କରାଯିବ ବୋଲି ଏକ୍ସାଇଜ୍ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି ।

7- ୧୦ରୁ ରାଜ୍ୟବ୍ୟାପି ବସ ଧର୍ମଘଟ: ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଏହି ସମୟରେ କୌଣସି ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିବ ନାହିଁ। ଏନେଇ ରବିବାର ଦିନ ଅଲ ଓଡିଶା ବସ ମାଲିକ ସଂଘ ପକ୍ଷରୁ ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ସେପଟେମ୍ବର ୨୭ ତାରିଖରେ ବସିଥିବା ବୈଠକରେ ବସ୍‌ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏନେଇ ସରକାର ଆଲୋଚନାକୁ ଡାକି ନଥିବା ବେଳେ ସ୍ମାରକ ପତ୍ର ମୁତାବକ ଦାବି ପୂରଣ ହୋଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛି ସଂଘ

8- କଟକରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ମନା: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । 

9- ମମିତା ମେହେର ହତ୍ୟା ଘଟଣାର CBI ତଦନ୍ତ ଦାବି: ମମିତା ମେହେର ଘଟଣାକୁ ଆଜି ୨ ବର୍ଷ ପୁରିଛି । ଆଜିର ଦିନରେ ମମିତା ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି । ମମିତାଙ୍କ ମାଆ ତୁଳସୀ ମେହେର କାନ୍ଦି କାନ୍ଦି କହିଛନ୍ତି ଯେ, ଘଟଣାରେ ଆଉ ଜଣେ ଅଭିଯୁକ୍ତ ରହିଛନ୍ତି ତେଣୁ ସିବିଆଇ ତଦନ୍ତ କଲେ ସବୁକିଛି ସାମ୍ନାକୁ ଆସିବ ଆଉ ମମିତାଙ୍କୁ ନ୍ୟାୟ ମିଳିବ ।

10- ନ୍ୟୁଜର୍ସିରେ ଆମେରିକାର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର: ଆମେରିକାର ସବୁଠାରୁ ଡେଙ୍ଗା ହିନ୍ଦୁ ମନ୍ଦିର ଭାବେ ପରିଚିତ ହୋଇଛି ନବନିର୍ମିତ ଅକ୍ଷରଧାମ ମନ୍ଦିର। ଏହାର ଲମ୍ବା ୧୯୧ ଫୁଟ। ନ୍ୟୁଜର୍ସିର ରବିନ୍ସଭିଲେଠାରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ମହନ୍ତ ସ୍ୱାମୀ ମହାରାଜଙ୍କ ଦ୍ୱାରା ଆଜି ଉଦ୍‍ଘାଟନୀ ପର୍ବ ଶେଷ କରାଯାଇ ସର୍ବସାଧାରଣଙ୍କୁ ଏହା ଉତ୍ସର୍ଗ କରାଯିବ। 

Also Read- CM Yogi Kedarnath Dham Visit: ବାବା କେଦାରନାଥଙ୍କୁ ଦର୍ଶନ କଲେ ସିଏମ ଯୋଗୀ

Also Read- Share Market: ରକେଟ୍ ପରି ଆଗକୁ ବଢିଲା ଏହି କମ୍ପାନୀର ଷ୍ଟକ୍, ୬ ମାସରେ ବଡ଼ ଲାଭ