Top 10 News Headlines: ଦିନଯାକର ପ୍ରମୁଖ ୧୦ ଖବର
Advertisement

Top 10 News Headlines: ଦିନଯାକର ପ୍ରମୁଖ ୧୦ ଖବର

Top 10 News Headlines | 21st October 2023 | ଦିନଯାକର ୧୦ ପ୍ରମୁଖ ଖବର

ସୌ: ସୋସିଆଲ ମିଡିଆ

Top 10 News Headlines Of 21st October 2023 | 1. Gaganyaan TV-D1 test flight​: ISRO ଶନିବାର ଦିନ (୨୧ ଅକ୍ଟୋବର) ସକାଳ ୧୦ ଟାରେ ଗଗନଯାନ୍ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ୍ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି । ଏହି ଅବସରରେ ISRO ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ ମୁଁ ଘୋଷଣା କରି ଖୁସି ଯେ ଗଗନାନ ମିଶନ, ପ୍ରଥମ ଟେଷ୍ଟ ଫ୍ଲାଇଟ୍ TV- D1 ମିଶନ ସଫଳ ହୋଇଛି । ଏହି ମିଶନର ଉଦ୍ଦେଶ୍ୟ ଥିଲା କ୍ରୁ ଏସ୍କେପ୍ ସିଷ୍ଟମର ଅନୁସନ୍ଧାନ କରିବା । ISRO କହିଛି ଯେ ଫ୍ଲାଇଟ୍ ଟେଷ୍ଟ୍ ଭେଇକିଲ୍ ଅବର୍ଟ ମିଶନରେ କୌଣସି ଅଘଟଣ ଘଟିଲେ ମହାକାଶଚାରୀଙ୍କୁ ବଞ୍ଚାଇବାରେ ଏହି କ୍ରୁ-ଏସ୍କେପ୍ ସିଷ୍ଟମ୍ ଉପଯୋଗୀ ହେବ ।

2. Mayurbhanj Accident: ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲାର NH-49 ରେ ଦୁଇଟି ଟ୍ରକ୍ ଓ ଏକ ଏସୟୁଭି ମଧ୍ୟରେ ଏକ ବଡ଼ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋସି ଅଞ୍ଚଳରେ ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଏକ ଏସୟୁଭିରେ ଯାତ୍ରା କରୁଥିବା ଗୋଟିଏ ପରିବାରର ଆଠ ଜଣ ବ୍ୟକ୍ତି ଏକ ମନ୍ଦିରରେ ପୂଜା କରିବା ପରେ ପଶ୍ଚିମବଙ୍ଗର ଖଡଗପୁରରେ ନିଜ ଘରକୁ ଫେରୁଥିଲେ ।

3. Odisha Weather Forecast: ଦକ୍ଷିଣ-ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୨ ତାରିଖ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁସାରେ ପରବର୍ତ୍ତୀ ୩ ଦିନରେ ଏହା ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ଓ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଭିମୁଖେ ଗତି କରିବ ।

4. Cyclone Tej Updates: ଭାରତ ପାଣିପାଗ ବିଭାଗ (IMD) କହିଛି ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ତେଜ' (TEJ) ବର୍ତ୍ତମାନ ଏକ ବାତ୍ୟାରେ ପରିଣତ ହୋଇଛି । ରବିବାର ଦିନ ସନ୍ଧ୍ୟା ସୁଦ୍ଧା ଏହା ଏକ 'ଭୟଙ୍କର ବାତ୍ୟା'ରେ ପରିଣତ ହେବାର ସମ୍ଭାବନା ରହିଛି । ଆଇଏମଡି କହିଛି ଯେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ବାତ୍ୟା 'ତେଜ୍' ବର୍ତ୍ତମାନ ଆହୁରି ତୀବ୍ର ହୋଇଛି । ଆଇଏମଡି ଅନୁଯାୟୀ ରବିବାର ଦିନ ଏହା ଏକ ବାତ୍ୟା ରୂପ ନେଇପାରେ ଏବଂ ଓମାନର ଦକ୍ଷିଣ ଉପକୂଳ ତଥା ୟେମେନର ଦକ୍ଷିଣ ଦିଗକୁ ଯାଇପାରେ । ଯଦିଓ, ବେଳେବେଳେ ବାତ୍ୟା ମଧ୍ୟ ନିଜ ପଥ ପରିବର୍ତ୍ତନ କରେ । ଏହା ଯୋଗୁଁ ଓଡ଼ିଶାକୁ କୌଣସି ବିପଦ ନାହିଁ ।

5. Rama Devi school ragging case: ରମାଦେବୀ ଜୁନିୟର କଲେଜର ଯୁକ୍ତ ୨ ଛାତ୍ରୀଙ୍କ ସାଂଘାତିକ ଅଭିଯୋଗ । ହଷ୍ଟେଲରେ ନିର୍ଯ୍ୟାତନା ହେଉଥିବା ନେଇ ସେ ମୁହଁ ଖୋଲିଛନ୍ତି । ଏ ସଂପର୍କରେ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ତେଣୁ ସେ ଗଣଶିକ୍ଷା ବିଭାଗକୁ ସେ ଲିଖିତ ଭାବେ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି । ଗଣଶିକ୍ଷା ବିଭାଗ ହସ୍ତକ୍ଷପ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି । ଛାତ୍ରୀଙ୍କୁ ଜାତିଆଣ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରାଯାଉଥିଲା ବୋଲି ଅଭିଯୋଗ ହୋଇଛି ।

6. Naveen Patnaik announces cash reward: ଆସନ୍ତାକାଲି ଠାରୁ ଚୀନର ହାଙ୍ଗଝୋଉ ଠାରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ା  ଆରମ୍ଭ ହେବାକୁ ଯାଇଛି। ଏଥିରେ ଖେଳିବାକୁ ଯୋଗ୍ୟତା ଅର୍ଥନ କରିଥିବା ୭ ଓଡି଼ଆ ପ୍ରତିଯୋଗୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ୭ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପ୍ରତ୍ସୋହନ ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

7. Gujarat Heart Attack: ଗୁଜୁରାଟରେ ହଠାତ୍ ହୃଦଘାତ ମାମଲାରେ ବୃଦ୍ଧି ଘଟିବା ଚିନ୍ତାର କାରଣ ହୋଇଛି । ବିଶେଷକରି ଯୁବବର୍ଗମାନେ ହୃଦଘାତର ଶିକାର ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହୃଦଘାତ ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ ଯୁବକମାନଙ୍କ ମଧ୍ୟରେ ହୃଦଘାତ ମାମଲା ବଢ଼ିବାରେ ଲାଗିଛି, ଯେଉଁଥିପାଇଁ ଅନେକ କାରଣ ଥାଇପାରେ, କିନ୍ତୁ ଚିନ୍ତାର ବିଷୟ ହେଉଛି କିଶୋର ଓ ଯୁବ ବର୍ଗ ଏହାର ଶିକାର ହେଉଛନ୍ତି ।

8. World Cup 2023: England vs South Africa, ମୁମ୍ବାଇର ୱାନଖ୍ଡେ ଷ୍ଟାଡିୟମରେ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଇତିହାସ ସୃଷ୍ଟି କରିଛି । ହେନ୍ରିଚ୍ କ୍ଲାସେନ୍ (୬୭ ବଲ, ୧୦୯ ରନ୍) ର ଧୁଆଁଧାର ଇନିଂସ ପରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡକୁ ଏହି ମ୍ୟାଚରେ ୨୨୯ ରନରେ ପରାସ୍ତ କରିଛି । ODI କ୍ରିକେଟ୍ ଇତିହାସରେ ଏହା ହେଉଛି ଇଂଲଣ୍ଡର ସବୁଠାରୁ ବଡ ପରାଜୟ ।

9. World Cup 2023: SL vs NED, ବିଶ୍ୱକପ ହୋଇଥିବା ଆଜିର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନେଦରଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ଏହା ଶ୍ରୀଲଙ୍କା ଦଳ ବିଶ୍ୱକପ୍ ୨୦୨୩ ରେ ପ୍ରଥମ ବିଜୟ । ଶ୍ରୀଲଙ୍କାକୁ ୨୬୩ ରନ୍ ଲକ୍ଷ୍ୟ ଦେଇଥିଲା ନେଦରଲ୍ୟାଣ୍ଡ। ଏହାର ଜବାବରେ ୪୮.୨ ଓଭରରେ ୫ ୱିକେଟ୍ ହରାଇ ୨୬୩ ରନ୍ ସ୍କୋର କରି ଶ୍ରୀଲଙ୍କା ଦଳ ଏହି ମ୍ୟାଚକୁ ଜିତି ନେଇଛି । ଶ୍ରୀଲଙ୍କାର ବିଜୟର ହିରୋ ଥିଲେ ସାଦିରା ସମରୱିକ୍ରାମା । ସେ ୧୦୭ ବଲରେ ୯୧ ରନ୍ ସ୍କୋର କରି ଅପରାଜିତ ରହିଥିଲେ । ସେ ତାଙ୍କ ଇନିଂସରେ ୭ଟି ଚୌକା ମାରିଥିଲେ ।

10. Ravindra Jadeja Injury: ଆସନ୍ତା କାଲି ଅର୍ଥାତ୍ ରବିବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ବଡ଼ ମ୍ୟାଚ୍ ଖେଳାଯିବ । ଧର୍ମଶାଳାରେ ଉଭୟ ଦଳ ମୁହାଁମୁହିଁ ହେବେ । ଏଥି ସହିତ, ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି । ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ରବିନ୍ଦ୍ର ଜାଡେଜା ଆହତ ହେବାର ଖବର ସାମ୍ନାକୁ ଆସିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାଇଁ ରବିନ୍ଦ୍ର ଜାଡେଜାଙ୍କ ଆଘାତ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି ।