TOP 10 NEWS TODAY: ରାଜ୍ୟରେ ମେଣ୍ଟ ଚର୍ଚ୍ଚାରେ ଲାଗିଲା ବିରାମ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2170081

TOP 10 NEWS TODAY: ରାଜ୍ୟରେ ମେଣ୍ଟ ଚର୍ଚ୍ଚାରେ ଲାଗିଲା ବିରାମ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ରାଜ୍ୟରେ ମେଣ୍ଟ ଚର୍ଚ୍ଚାରେ ଲାଗିଲା ବିରାମ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 22 March | Evening    

1.BJP-BJD Alliance in 2024 Election: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଛି ଉଭୟ ଲୋକସଭା-ରାଜ୍ୟସଭା ନିର୍ବାଚନ। ଏହି ନିର୍ବାଚନରେ ବିଜେପି-ବିଜେଡ଼ି ମଧ୍ୟରେ ମେଣ୍ଟ ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣେଚ୍ଛେଦ। ଉଭୟ ବିଜେପି-ବିଜେଡ଼ି ପୃଥକ ଭାବେ ନିର୍ବାଚନ ଲଢୁଥିବା ନେଇ ଟ୍ୱିଟ କରି ଜଣାଇ ଦେଇଛନ୍ତ ଉଭୟ ଦଳର ନେତା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ କରିଥିବା ଟ୍ୱିଟ୍ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି। 

2.Arvind Kejriwal send to ED Custody: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ପଠାଇଛନ୍ତି। ମାର୍ଚ୍ଚ ୨୧ ତାରିଖ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡ଼ି। ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ପ୍ରଥମେ ତାଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଏବଂ ପରେ ତାଙ୍କୁ ଜେରା କରିଥିଲେ। ଗୁରୁବାର ସନ୍ଧ୍ୟାରେ ଯାଞ୍ଚକାରୀ ଏଜେନ୍ସି ଟିମ୍ ସର୍ଚ୍ଚ ୱାରେଣ୍ଟ ସହ ତାଙ୍କ ଘରେ ପହଞ୍ଚିଥିଲେ। ଏହା ଅଧିନରେ ଇଡ଼଼ି ଅଧିକାରୀ ତାଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା। 

3. PM Narendra Modi Get Highest Civilian Award in Bhutan:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ତାଙ୍କୁ ସେଠାକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନ ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଗ୍ରହଣ କରିବାରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ବିଦେଶୀ ନେତା। ଏନେଇ ଭୁଟାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ନେତୃତ୍ୱର ଏକ ଉତ୍କୃଷ୍ଟ ପରିଚୟ। ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ଏବଂ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବ।

4. BJP Candidates Fourth List: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି (ବିଜେପି)।  ଶୁକ୍ରବାର ଜାରି ହୋଇଥିବା ତାଲିକାରେ ୨ ରାଜ୍ୟ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ସମୁଦାୟ ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ସେଥିମଧ୍ୟରୁ ଗୋଟିଏ ପୁଡୁଚେରୀ ପାଇଁ ରହିଥିବା ବେଳେ ବାକି ୧୪ ତାମିଲନାଡୁ ପାଇଁ ରହିଛି। ଏହି ସମସ୍ତ ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨ ଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ମୋଟ ୨୯୧ ଜଣ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

5. Ram Rath Yatra will organised in USA: ଭାରତ ପରେ ଏବେ ବିଦେଶରେ ଶୁଭିବ ରାମ ଧୂନ। ଆସନ୍ତା ସୋମବାର ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରରୁ ଆରମ୍ଭ ହେବ ରାମ ମନ୍ଦିର ରଥ ଯାତ୍ରା। ପ୍ରାୟ ୬୦ ଦିନ ଆୟୋଜିତ ହେଉଥିବା ରାମ ମନ୍ଦିର ରଥ ଯାତ୍ରା ୧୨୮୭୪.୭୫ କିଲୋମିଟର ଠାରୁ ଅଧିକ ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ଆମେରିକାର ୪୮ ରାଜ୍ୟରେ ଅବସ୍ଥିତ ରହିଥିବା ୮୫୧ ମନ୍ଦିର ପରିଦର୍ଶନ କରିବ। ରଥ ଯାତ୍ରା ଆୟୋଜନ ବିଶ୍ୱ ହିନ୍ଦୁ ପରିଷଦ ଆମେରିକା ଶାଖା ପକ୍ଷରୁ କରାଯାଇଛି। ଏନେଇ ଭିଏଚପିଏ ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି ଯେ ଟୟୋଟା ସିଏନା ଭ୍ୟାନ ଉପରେ ନିର୍ମିତ ହୋଇଥିବା ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ମୂର୍ତ୍ତି ସହିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ପୂଜା ହୋଇଥିବା ଅକ୍ଷତ କଳସ ମଧ୍ୟ ରହିବ। 

6. ISRO successfully conducts landing experiment of RLV Vehicle: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ ଠାରେ "ପୁଷ୍ପକ" ନାମକ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ LEX 02 ଅବତରଣ ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛି। ଶୁକ୍ରବାର ସକାଳ ୦୭:୧୦ ସମୟରେ ଇସ୍ରୋ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। "ପୁଷ୍ପକ" ପରୀକ୍ଷଣ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନର ତୃତୀୟ ଅବତରଣ ମିଶନ ରହିଥିଲା। ଏହି ରକେଟ ନାମ ରାମାୟଣ ଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ପୁଷ୍ପକ ବିମାନରୁ ନିଆଯାଇଛି। ଯାହାକୁ ଧନ ଦେବତାଙ୍କ ବାହନ ବୋଲି ବିବେଚନା କରାଯାଏ।   

7. BJD MP Bhartruhari Mahtab Quits Party: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ଶୁକ୍ରବାର ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି ମହାତାବ। କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇ କଟକ ଲୋକସଭା ଆସନରୁ ମୋଟ ୬ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳରୁ ଇସ୍ତଫା ଦେଉଥିବା ସେ ଏକ ପ୍ରେସମିଟ ମାଧ୍ୟମରେ ଜଣାଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

8. 6 Magnitude Earthquake Jolts Indonesia: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ପୂର୍ବ ଇଣ୍ଡୋନେସିଆ ସ୍ଥିତ ଜାଭା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ରେ ୬ ରହିଥିବା ରେକର୍ଡ କରାଯାଇଛି। ଶୁକ୍ରବାର ଦିନ ପ୍ରାୟ ୧୧ ଘଣ୍ଟା ୨୨ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥିବାର ଦେଖିବାକୁ ମିଳିଥିଲା। ଏହି ଭୂକମ୍ପର କେନ୍ଦ୍ର ତୁବନ ଠାରୁ ପ୍ରାୟ ୧୩୨ କିଲୋମିଟର ଉତ୍ତର-ପୂର୍ବ ଦିଗରେ ଏବଂ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି। 

9. Congress Candidates Third List: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ମୋଟ ୫୭ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଦଳୀୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। କଂଗ୍ରେସ ଏହାର ତୃତୀୟ ପ୍ରାର୍ଥୀ ତାଲିକାରେ ଅରୁଣାଚଳ ପ୍ରଦେଶର ୨, ଗୁଜୁରାଟର ୧୧, କର୍ଣ୍ଣାଟକର ୧୭, ମହାରାଷ୍ଟ୍ରର ୭, ରାଜସ୍ଥାନର ୬, ତେଲେଙ୍ଗାନାର ୫, ପଶ୍ଚିମବଙ୍ଗର ୮ ଏବଂ ପୁଦୁଚେରୀର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଗୋଷଣା କରିଛି। 

10. Plus Two Exam Evaluation start from today: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ଯୁକ୍ତ ୨ ଖାତା ଦେଖା।  ଉଭୟ ଅନଲାଇନ ଏବଂ  ଅଫଲାଇନ ମାଧ୍ୟମରେ ହେଉଛି ମୂଲ୍ୟାୟନ। ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା  ୨୨ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୨ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ଅପ୍ରେଲ ୪ ତାରିଖରୁ ଆରମ୍ଭ ହୋଇ ୧୫ ପର୍ଯ୍ୟନ୍ତ ଚାଲିବ।