Top 10 News Headlines: ମହା ଆଡମ୍ବରରେ ପାଳିତ ହେଲା ୭୫ ତମ ସାଧାରଣତନ୍ତ୍ର ଦିବସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2080528

Top 10 News Headlines: ମହା ଆଡମ୍ବରରେ ପାଳିତ ହେଲା ୭୫ ତମ ସାଧାରଣତନ୍ତ୍ର ଦିବସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

Top 10 News Headlines: ମହା ଆଡମ୍ବରରେ ପାଳିତ ହେଲା ୭୫ ତମ ସାଧାରଣତନ୍ତ୍ର ଦିବସ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 26 January 2024 | Evening   

1.75th Republic Day 2024 India: ଚଳିତ ବର୍ଷ ଦେଶରେ ଧୂମଧାମର ସହ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ୧୯୫୦ ମସିହା ଆଜିର ଦିନରେ ବିଶ୍ୱର ସର୍ବବୃହତ୍ତ ଲିଖିତ ସମ୍ବିଧାନ କୁହାଯାଉଥିବା ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଭାରତ ବର୍ଷରେ ସାଧାରଣତନ୍ତ୍ର ଦିବସ ଏକ ଜାତୀୟ ପର୍ବ ଭାବେ ଜଣାଶୁଶା। ଯାହାକୁ ସମସ୍ତ ଭାରତବାସୀ ଏକତ୍ରୀତ ହୋଇ ପାଳନ କରିଥାନ୍ତି। ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପ୍ୟାରେଡ କାର୍ଯ୍ୟକ୍ରମରେ ଫ୍ରନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 

2.Golden Tiger Spotted in Assam: ଦେଶରେ ଦେଖିବାକୁ ମିଳିଛି ସୁବର୍ଣ୍ଣ ବାଘ। ଆଉ ଏହି ବାଘକୁ ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଯାହାର ଫଟୋ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କରିଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟ୍ ରେ ସେହି ସୁବର୍ଣ୍ଣ ବାଘର ଫଟୋ ସେୟାର କରିଥିଲେ। ଯାହାକୁ ରାଜ୍ୟର ଗୋଲାଘାଟ ଏବଂ ନାଗାଓଁ ଜିଲ୍ଲାରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥିଲା। ଏହି ବିରଳ ବାଘର ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏହାକୁ ମହାନ୍ ସୌନ୍ଦର୍ଯ୍ୟ କୁହାଯାଏ। ନିକଟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ବିରଳ ସୁବର୍ଣ୍ଣ ବାଘ ଠାବ ହୋଇଥିଲା।

3.Nitrogen Gas Execution US: ଜଣେ ଦୋଷୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବହାର କରାଯାଇଛି ନାଇଟ୍ରୋଜେନ୍ ଗ୍ୟାସ୍। ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ରାଜ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁଦଣ୍ଡ ଦିଆଯାଇଛି। ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି କୌଣସି ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ହେଉଛି ପ୍ରଥମ ଘଟଣା। ନାଇଟ୍ରୋଜେନ ଗ୍ୟାସ୍ ଶୁଂଘାଇ ମୃତ୍ୟୁଦଣ୍ଡ ଦେବା ପ୍ରକ୍ରିୟାକୁ ବୈଷୟିକ ଭାଷାରେ ନାଇଟ୍ରୋଜେନ୍ ହାଇପୋକ୍ସିଆ କୁହାଯାଏ। 

4. Bargarh Dhanu Yatra 2024 Ended: କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ତଥା ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଏବଂ ଧର୍ମରେ ଜୟ ହୋଇଛି। ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ। ଗତ ବର୍ଷ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂଣ୍ଣମୀ ଦିନ ସମାପ୍ତ ହୋଇଛି। 

5.Gallantry Awards-Service Medals Announced Odisha: ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଟ ସେବା ଲାଗି ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ, ବେସାମରିକ ପ୍ରତିରକ୍ଷା ବାହିନୀ, ଓଡ଼ିଶା କାରାଗାର ସଂସ୍ଥା ଏବଂ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ତଥା କର୍ମଚାରୀଙ୍କୁ ରାଜ୍ୟପାଳ ରଘୁବର ଦାସ ୨୦୨୩ ସ୍ଵାଧୀନତା ଦିବସ ପାଇଁ ରାଷ୍ଟ୍ରପତି ତଥା ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି। ଜାନୁଆରୀ ୨୬ ତାରିଖ ଶୁକ୍ରବାର ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥ ଭାବେ ଯୋଗଦେଇ ରାଜ୍ୟପାଳ ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ସେମାନଙ୍କ ମାଓ ବିରୋଧ୍ ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସାହସିକତା ପଦକ ଏବଂ ମାନପତ୍ର ପ୍ରଦାନ କରିଥିଲେ।

6.Presidents Bodyguard Regiment India: ଆଜି ସମଗ୍ର ଦେଶରେ ପାଳିତ ହୋଇଛି ୭୫ ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରେ ମଜବୁତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହୋଇଥିଲେ। ଚଳିତ ବର୍ଷ ପାଳିତ ହୋଇଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ଯୋଗଦେବା ପାଇଁ ଘୋଡା ଚାଳିତ ରଥ ଚୟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫୦ ବର୍ଷ ପୁରୁଣା ପରମ୍ପରାକୁ ପୁନର୍ଜୀବିତ କରିଥିଲେ। ଏହା ସହିତ ଯଦି ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ଅନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଏ, ତାହେଲେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଉଥିବା ତାଙ୍କ ବଡିଗାର୍ଡ ୟୁନିଟ୍ ୨୫୦ ବର୍ଷ ସେବା ସମାପ୍ତ କରିଛି।

7. Koraput Road Accident: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ମୃତଙ୍କ ପରିବାର ବର୍ଗ ଲାଗି ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

8.Padma Awards 2024: ଗଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ପ୍ରଥମ ଥର ପାଇଁ ଚଳିତ ବର୍ଷ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଫ୍ରାନ୍ସ ନାଗରିକମାନଙ୍କୁ ଚୟନ କରିଛି। ଗଣତନ୍ତ୍ର ଦିବସ ଅବସରରେ ୪ ଫ୍ରାନ୍ସ ନାଗରିକଙ୍କୁ ପଦ୍ମ ପୁରସ୍କାର ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫ୍ରାନ୍ସ ନାଗରିକଙ୍କୁ ଭାରତ ଏହି ପୁରସ୍କାର ପ୍ରଦାନ କରିଛି, ଯେଉଁ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପଦ୍ମଶ୍ରୀ ପୁରସ୍କାର ପାଇଥିବା ୪ ଜଣ ଫ୍ରାନ୍ସ ନାଗରିକ ହେଉଛନ୍ତି ଚାର୍ଲୋଟ ଚୋପିନ, କିରଣ ବ୍ୟାସ, ପିଆର ସିଲଭେନ ଫିଲିଓଜେଟ ଏବଂ ଫ୍ରେଡ ନେଗ୍ରେଟ।

9.Puri Gajapati Maharaja Dibyasingha Deb: ପୂଷ୍ୟା ନକ୍ଷତ୍ର ତିଥିରେ ଶୁକ୍ରବାର ଦିନ ପୂରୀ ରାଜ ନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଷୋହଳ ଶାସନର ବ୍ରାହ୍ମଣ ଗଜପତି ମହରାଜାଙ୍କୁ ସୂତା, ଅଷ୍ଟଧାତୁ ପଇତା, ନଡ଼ିଆ ଆଦି ଭେଟି ଦେବା ସହ ଶୁଭାଶୀର୍ବାଦ ପ୍ରଦାନ କରିଛନ୍ତି।

10.Samalei Project Inauguration: ଜାନୁଆରୀ ୨୭ ତାରିଖ ଶନିବାର ଉଦଘାଟିତ ହେବ ସମଲେଇ ପ୍ରକଳ୍ପ। ଏନେଇ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଦ୍ୱାରା ଉଦଘାଟିତ ହେବ। ପୂର୍ବରୁ ଗତ ୧୭ ତାରିଖରେ ଉଦଘାଟିତ ହୋଇଥିଲା ରାଜ୍ୟର ଅନ୍ୟତମ ପ୍ରମୁଖ ପ୍ରକଳ୍ପ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର।