Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines | 31 January 2024 | Evening
1.Hemant Soren Resignation: ଜାନୁଆରୀ ୩୧ ତାରିଖ ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ। ଇସ୍ତଫା ଦେବା ପରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯିବା ହେପାଜତକୁ ନିଆଯାଇଥିଲା। ବୁଧବାର ରାତି ୯:୪୦ ସମୟରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡ଼ି। ଏହା ପୂର୍ବରୁ ତାଙ୍କୁ ତାଙ୍କ ବାସଭବନରେ ଜେରା କରିଥିଲେ ଇଡି ଅଧିକାରୀ।
2. Champai Soren Appoainted Jharkhand CM: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଜାନୁଆରୀ ୩୧ ତାରିଖ ବୁଧବାର ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ। ଇସ୍ତଫା ପରେ ହେମନ୍ତ ସୋରେନଙ୍କ ନିକଟତମ ସହଯୋଗୀ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିବା ଚମ୍ପାଇ ସୋରେନ ରାଜ୍ୟର ଷଢେଇକଳା ଆସନର ବିଧାୟକ ଅଛନ୍ତି। ଯିଏ ଜେଏମଏମ ସରକାର ଅମଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
3. Mukhyamantri Sikhya Puraskar Odisha: ରାଜ୍ୟରେ ଶିକ୍ଷାକୁ ନେଇ ଆରମ୍ଭ ହୋଇଛି ଏକ ଉତ୍ସବ। ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ଏବଂ ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫ଟି ଉପକ୍ରମ ଅଧିନରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଏନେଇ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କୁ ସେମାନଙ୍କୁ ଅବଦାନ ପାଇଁ ମିଳୁଛି। ଏହି ପୁରସ୍କାରକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ଏପରି ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ମୋଟ ୧୬ ବିଭାଗରେ ୭୫୧୯ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।
4. Taiwan Spy Pigeon freed after 8 months of struggle: ଚୀନ ଲାଗି ଗୁଇନ୍ଦାଗିରି କରିବା ସନ୍ଦେହରେ ମୁମ୍ବାଇ ପୋଲିସ ହାତରେ ପ୍ରାୟ ୮ ମାସ ପୂର୍ବେ ଏକ ପାରା ଧରା ପଡ଼ିଥିଲା। ଏହା ପରେ ଏହି ପାରା ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା। ହେଲେ ପୋଲିସ ଧରା ପଡ଼ିଥିବା ଗୁପ୍ତଚର ହେବାର କୌଣସି ପ୍ରମାଣ ସାମ୍ନାକୁ ଆସି ନଥିଲା। ଏହା ପରେ ପୋଲିସ ବର୍ତ୍ତମାନ ସେହି ପାରାକୁ ଛାଡ଼ି ଦେଇଛି। ଜାନୁଆରୀ ୩୧ ତାରିଖ ବୁଧବାର ଗୁଇନ୍ଦାଗିରି ସନ୍ଦେହରେ ଧରାଯାଇଥିବା ପାରାକୁ ଛାଡ଼ି ଦିଆଯାଇଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏନେଇ କୁହାଯାଉଛି ଯେ ଏହି ପାରାକୁ ପ୍ରାଣୀ ଚିକିତ୍ସାଳୟରେ ରଖାଯାଇଛି।
5. IIMC Granted Deemed University Status: ଜାନୁଆରୀ ୩୧ ତାରିଖ ବୁଧବାର ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆଇଆଇଏମସି ସମଗ୍ର ଦେଶରେ ସାମ୍ବାଦିକତା ତଥା ଗଣ ଯୋଗାଯୋଗ ପାଇଁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଜଣାଶୁଣା। ବୁଧବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନକୁ Deemed University ମାନ୍ୟତା ପ୍ରଦାନ କରାଯାଇଛି।
6. Samajwadi Party Leader Ravidas Mehrotra: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲାଣି ସମାଜବାଦୀ ପାର୍ଟି। ଏହି କ୍ରମରେ ଗତକାଲି ଦଳ ପକ୍ଷରୁ ଜାରି ହୋଇଥିଲା ପ୍ରଥମ ପ୍ରାର୍ଥୀ ତାଲିକା। ଏଥର ଲକ୍ଷ୍ନୌ ଆସନରୁ ଦଳର ଚର୍ଚ୍ଚିତ ନେତା ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ପାର୍ଟି। ଯିଏ ଉତ୍ତର ପ୍ରଦେଶ ବିଧାନସଭାକୁ ଲକ୍ଷ୍ନୌ କେନ୍ଦ୍ରୀୟ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଦଳୀୟ ବିଧାୟକ ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରି ବିଜେପି ଗଡ଼଼ କୁହାଯାଉଥିବା ଲକ୍ଷ୍ନୌ ଆସନ ଦଖଲ କରିବାକୁ ଯୋଜନା କରିଛନ୍ତି ସମାଜବାଦୀ ପାର୍ଟି ଅଖିଲେଶ ଯାଦବ। ସମାଜବାଦୀ ପାର୍ଟି ବିଧାୟକ ରବିଦାସ ମେହେରୋତ୍ରା ବିଭିନ୍ନ ପ୍ରକାରର ଆନ୍ଦୋଳନ ସହ ଜଡ଼ିତ। ସାମାଜିକ ପ୍ରସଙ୍ଗରେ ହୋଇଥିବା ଆନ୍ଦୋଳନରେ ଅଂଶଗ୍ରହଣ କରି ରବିଦାସ ମେହରୋତ୍ରା ସର୍ବାଧିକ ଥର ଜେଲ ଯିବାରେ ରେକର୍ଡ କରିଛନ୍ତି। ସମାଜବାଦୀ ପାର୍ଟି ନେତା ଜଣଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫୧ ଥର ଜେଲ ଯାଇ ସାରିଛନ୍ତି।
7. Varanasi District Court Order on Gyanvapi Case: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁଙ୍କ ସପକ୍ଷରେ ଆସିଛି ବଡ଼ ରାୟ। ଏହି ମାମଲାର ଶୁଣାଣି କରି ବାରାଣାସୀ ଜିଲ୍ଲା ଅଦାଲତ ଜ୍ଞାନବ୍ୟାପୀ ତଳ ମହଲାରେ ନିୟମିତ ପୂଜା କରିବା ପାଇଁ ହୋଇଥିବା ଦାବିକୁ ଗ୍ରହଣ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲାରେ ବ୍ୟାସ ପରିବାର ଠାରେ ନିୟମିତ ପୂଜାପାଠ କରିବା ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜ୍ଞାନବ୍ୟାପୀ ମାମଲାରେ ଦୀର୍ଘ ଦିନ ଚାଲିଥିବା ଆଇନଗତ ଯୁଦ୍ଧରେ ଏବେ ହିନ୍ଦୁ ପକ୍ଷକୁ ଏକ ବଡ଼ ସଫଳତା ମିଳିଛି।
8. Hamas Commander Killed by IDF: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ହମାସ ଆକ୍ରମଣକୁ ରୋକିବା ପାଇଁ ଜାରି ରଖିଛି। ଏହି କ୍ରମରେ ଡାକ୍ତର ଏବଂ ନର୍ସ ବେଶରେ ରହିଥିବା କମାଣ୍ଡୋ ମଧ୍ୟ ଜେନିନ୍ ସ୍ଥିତ ଇବ୍ର ସିନା ହସ୍ପିଟାଲ ଠାରେ ପ୍ରବେଶ କରି ହାମାସ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ କରି ଦେଇଛନ୍ତି। ଇସ୍ରାଏଲ କମାଣ୍ଡ ଅଭିଯାନରେ ହମାସ ଆତଙ୍କବାଦୀ ମହମ୍ମଦ ଜାଲମନା ଏବଂ ତାହାର ଦୁଇ ସହଯୋଗୀ ଟଳି ପଡ଼ିଥିଲେ। ମାତ୍ର କିଛି ମିନିଟ୍ ମଧ୍ୟରେ ଇସ୍ରାଏଲ କମାଣ୍ଡ ସମ୍ପୂର୍ଣ୍ଣ ଅଭିଯାନକୁ ଶେଷ କରିଥଲେ।
9. Mani Shankar Aiyar Daughter Suranya Aiyar: ଅଯୋଧ୍ୟା ଠାରେ ନିର୍ମିତ ରାମ ମନ୍ଦିର ବିରୋଧରେ ବିବୃତ୍ତି ଦେବା ଏବଂ ଉପବାସ କରିବା ନେଇ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ଝିଅ ପାଇଁ ମହଙ୍ଗା ପଡିପାରେ। ମଣି ଶଙ୍କର ଆୟରଙ୍କ ଝିଅ ସୁରନ୍ୟା ଆୟରଙ୍କୁ ସେ ରହୁଥିବା ସୋସାଇଟି ଛାଡିବାକୁ କୁହାଯାଇଛି। କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ଝିଅ ସୁରନ୍ୟା ଆୟାର ରାମ ମନ୍ଦିର ନିର୍ମାଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରି ୩ ଦିନ ଉପବାସ କରିଥିଲେ। ସେ ସନାତନ ଧର୍ମ ବିରୋଧରେ ଏକ ଆପତ୍ତିଜନକ ଫେସବୁକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।
10. RBI Order on Paytm: ଡିଜିଟାଲ ପେମେଣ୍ଟ ତଥା ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍କୁ ଲାଗିଛି ବଡ଼ ଝଟକା। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଦେଶ ଦେବା ସହିତ ପେଟିଏମ ବ୍ୟାଙ୍କ୍ ରେ ନୂଆ ଗ୍ରାହକଙ୍କୁ ଯୋଡ଼ିବା ପ୍ରକ୍ରିୟାକୁ ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ, ପେଟିଏମ୍ ବ୍ୟାଙ୍କକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ। ଆରବିଆଇ କହିଛି ଯେ ଏକ ବିସ୍ତୃତ ଅଡିଟ୍ ରିପୋର୍ଟ ଏବଂ ବାହ୍ୟ ଅଡିଟର ଙ୍କ ଅନୁପାଳନ ଯାଞ୍ଚ ରିପୋର୍ଟରେ ବ୍ୟାଙ୍କରେ ଅନୁପାଳନ ଏବଂ ସାମଗ୍ରୀ ତଦାରଖ ଚିନ୍ତାଧାରା ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏହା ସହିତ ୨୯ ଫେବୃଆରୀ ୨୦୨୪ ପରେ ବିଦ୍ୟମାନ ଗ୍ରାହକଙ୍କ ଆକାଉଣ୍ଟରେ କାରବାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।