TOP 10 NEWS TODAY: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2189470

TOP 10 NEWS TODAY: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 4 April | Evening

1.Weather Forecast Today: ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୋଳ, ଝାରସୁଗୁଡ଼ା, ବଲାଙ୍ଗୀର ଠାରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ପାରଦ ୪୧ ଡିଗ୍ରୀ ରହିଛି । ସେହିପରି ସୁନ୍ଦରଗଡ଼, ତାଳଚେର, ନୂଆପଡ଼ା, ରାଉରକେଲା ଠାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

2. Israel Bans Al Jazeera Channel: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ପଦକ୍ଷେପ ନେଇଛି ଇସ୍ରାଏଲ। କତାର ଭିତ୍ତିକ ଆନ୍ତର୍ଜାତୀୟ ଗଣମାଧ୍ୟମ "ଅଲ ଜଜୀରା" ଚ୍ୟାନେଲ ପ୍ରସାରଣ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇଛି ଇସ୍ରାଏଲ। ଏ ସମ୍ପର୍କରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜଣାଇ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ତୁରନ୍ତ ପ୍ରଭାବରେ ଅଲ ଜଜୀରା ନ୍ୟୁଜ୍ ଚ୍ୟାନେଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଉଛି। 

3. Pinarayi Vijayan Targets Rahul Gandhi: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳ ୱାୟନାଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବୁଧବାର ରାହୁଲ ଗାନ୍ଧୀ ତାଙ୍କର ନାମାଙ୍କନ ଦାଖଲ କରିବା ସହ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାରକୁ ତାଙ୍କୁ ଟାର୍ଗେଟ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରଦାୟିକ ଶକ୍ତିକୁ (ବିଜେପି) ଭୟ କରୁଥିବାରୁ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ଏହାର ମେଣ୍ଟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ପତାକା ପ୍ରଦର୍ଶିତ କରିନାହିଁ। ମୁଖ୍ୟମନ୍ତ୍ରୀ ବିଜୟନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେଇଥିବା ପଦକ୍ଷେପ ଦର୍ଶାଉଛି ଯେ ସେମାନେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ଭୋଟ୍ ଚାହୁଁଛନ୍ତି ହେଲେ ଆଇୟୁଏମ୍ଏଲ୍ ପତାକା ଚାହୁଁନାହାଁନ୍ତି। 

4. water break in govt school in odisha: ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ଲାଗି ରାଜ୍ୟ ବିବ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏଥର ନୂଆ ପଦକ୍ଷେପ ନେଇଛି। ପ୍ରତି ଜିଲ୍ଲା ଏବଂ ବ୍ଲକ୍‍ ଶିକ୍ଷାଧିକାରୀଙ୍କୁ ଏହି ନିଷ୍ପତ୍ତି ନିର୍ଦ୍ଦେଶ ଆକାରରେ ଜଣାଇ ଦିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ପ୍ରତି ବିଦ୍ୟାଳୟରେ ସ୍ୱତନ୍ତ୍ର ଜଳ ବିରତ  ହେବ। ଏହି ବିରତିରେ ଛାତ୍ରଛାତ୍ରୀ ପାଣି ପିଇବାକୁ ସମୟ ପାଇବେ। ଗ୍ରୀଷ୍ମ ପ୍ରବାହ କାରଣରୁ ଦେହରେ ଜଳାଭାବକୁ ରୋକିବା ତଥା ପିଲାଙ୍କୁ ନିୟମିତ ବ୍ୟବଧାନରେ ଜଳ ପିଇବାକୁ ଉତ୍ସାହିତ କରିବା ଏହି ବିରତିର ଲକ୍ଷ୍ୟ ରହିବ। ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ବିଦ୍ୟାଳୟରେ ତିନୋଟି ଜଳ ବିରତି ହେବ। ଗୋଟିଏ ସକାଳ ସୋଢ଼େ ଆଠଟାରେ ଦ୍ୱିତୀୟଟି ସକାଳ ଦଶଟା ଏବଂ ତୃତୀୟ ଜଳବିରତି ଏଗାରଟା ସମୟରେ ହେବ। 

5. Ramchandra Panda Leaves BJD: ୨୦୨୪ ନିର୍ବାଚନ ପୂର୍ବରୁ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡି ଛାଡ଼ିଛନ୍ତି। ସେ ୧୫ ଦିନ ହେଲା ଦଳୀୟ ସଭାପତିଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ସୁଯୋଗ ପାଉ ନଥିବାରୁ ଦଳ ଛାଡ଼ିଥିବା କହିଛନ୍ତି। ଦଳରେ ଅଣଦେଖା କାରଣୁ ଏହା ପୂର୍ବରୁ ଅନେକ ନେତା ଅନ୍ୟ ଦଳକୁ ଡେଇଁଥିବା ନଜିର ରହିଛି। ତାଙ୍କ ସ୍ୱାଭିମାନକୁ ଆଘାତ ଲାଗିଥିବା କହିଛନ୍ତି ରାମଚନ୍ଦ୍ର ପଣ୍ଡା।

6. Puri Sahi Jata will begin from 17 April 2024: ଆସନ୍ତା ୧୭ ତାରିଖରୁ ପୁରୀ ପ୍ରସିଦ୍ଧ ପରମ୍ପରାଗତ ସାଇଯାତ ଆରମ୍ଭ ହେବ। ରାମ ନବମୀ ଠାରୁ ଆରମ୍ଭ ହୋଇ ଏହା ରାମ ଅଭିଶେକ ପର୍ଯ୍ୟନ୍ତ ଅର୍ଥାତ ମେ ପହିଲା ଯାଏଁ ଚାଲିବ। ଅର୍ଥାତ୍‍ ୧୬ ଦିନ ଧରି ଚାଲିବାକୁ ଥିବା ଏହି ସାଇଯାତ ପରମ୍ପରାରେ ବିଭିନ୍ନ ସାହିରୁ ଭିନ୍ନ ଭିନ୍ନ ମେଢ଼ ବାହାରିବା ପରମ୍ପରା ରହିଛି। କାଳିକା ଦେବୀ ସାହିରେ ରାମଜନ୍ମନୀତି ପାଳନ ହେବ। ହରଚଣ୍ଡୀ ସାହିରେ ଯଜ୍ଞରକ୍ଷା ନୀତି, ପର୍ଶୁରାମ କଳା ହରଣ ନୀତି, ମାର୍କଣ୍ଡେଶ୍ୱା ସାହିରେ ବନବାସ ନୀତି, କୁଣ୍ଢଇବେଣ୍ଟ ସାହିରେ ସୀତା ହରଣ ସହ ମାୟା ରାବଣ ବାହାରିବା ନୀତି, ଦୋଳ ମଣ୍ଡପ ସାହିରେ ଲଙ୍କା ପୋଡ଼ି, ବାଲିସାହିରେ ସେତୁ ବନ୍ଧ ସ୍ଥାପନ, ଗୌଡ଼ବାଡ଼ ସାହିରେ ରାମ ଅଭିଶେକ ନୀତି ଅନୁଷ୍ଠିତ ହେବ।

7. Indian Air Force Apache Helicopter: ଲଦାଖ ଠାରେ ଆପାଚି ହେଲିକ୍ୟାପ୍ଟର ବିମାନ ଲଦାଖ ଠାରେ ଖରାପ ହେବା ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ବାୟୁସେନା। ଗତକାଲି ଲଦାଖର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଆପାଚି ହେଲିକ୍ୟାପ୍ଟର ଅବତରଣ କରିଥିଲା। ସତର୍କତାମୂଳକ ଅବତରଣ ହୋଇଥିଲେ ମଧ୍ୟ ଏହାର ଅନେକ ଅଂଶ ଭାଙ୍ଗିଯାଇଥିଲା। 

8.Gourav Ballav Join BJP: କଂଗ୍ରେସ ଦଳର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ପ୍ରଫେସର ଗୌରବ ବଲ୍ଲଭ ଗୁରୁବାର ଦଳ ଛାଡ଼ିବା ପରେ ବିଜେପି ହାତ ଧରିଛନ୍ତି। ଦଳ ଯେଉଁପରି ଦିଗହୀନ ଭାବେ ଆଗକୁ ଅଗ୍ରସର ହେଉଛି ସେଥିରେ ସେ ନିଜକୁ ଅସହଜ ବୋଧକରି ଇସ୍ତଫା ଦେଇଥିବା କହିଛନ୍ତି। ନା ସନାତନ ବିରୋଧୀ ସ୍ଲୋଗାନ ନା ଦେଶର ସମ୍ପତ୍ତି ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ମତ ଦେବେ ବୋଲି କହିଛନ୍ତି ପ୍ରଫେସର ବଲ୍ଲଭ। ସେଥିଲାଗି ଦଳର ସମସ୍ତ ପଦପଦବୀ ଏବଂ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। 

9.Sanjay Nirupam Leaves Congress: ମହାରାଷ୍ଟ୍ର କଂଗ୍ରେସ ନେତା ତଥା ମୁମ୍ବାଇ କଂଗ୍ରେସ କମିଟି ସଭାପତି ତଥା ଦଳର ପୂର୍ବତନ ଜାତୀୟ ମୁଖପାତ୍ର ସଞ୍ଜୟ ନିରୁପମ ମଧ୍ୟ ଦଳର ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି। ଦଳରୁ ବହିଷ୍କୃତ ହେବା ପରେ ସେ କହିଛନ୍ତି ଦଳ ବାସ୍ତବିକତାକୁ ଛୁଇଁପାରୁ ନାହିଁ। ପୁରୁଣା କାଳିଆ ଚିନ୍ତାଧାରାରେ ରହିଥିବା କହିଛନ୍ତି। ଏପରିକି ଦଳର ଆଉ ଭବିଷ୍ୟତ ନାହିଁ ବୋଲି ଅଭିଯୋଗ କରିଛନ୍ତି ସଞ୍ଜୟ ନିରୂପମ। 

10.Odisha Rajya Sabha MP Take Oath: ରାଜ୍ୟରୁ କିଛିଦିନ ଦଳେ ନିର୍ବାଚିତ ହୋଇଥିବା ୩ ଜଣ ରାଜ୍ୟସଭା ସାଂସଦ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିଲା। ସେହି ୩ ସଭା ସାଂସଦ ହେଉଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୁଭାଶିଷ ଖୁଣ୍ଟିଆ ଏବଂ ଦେବାଶିଷ ସାମନ୍ତରାୟ।