TOP 10 NEWS TODAY: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ତଦନ୍ତ ଜାରି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2141085

TOP 10 NEWS TODAY: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ତଦନ୍ତ ଜାରି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର


Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

 TOP 10 NEWS TODAY: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ମାମଲାରେ ତଦନ୍ତ ଜାରି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 4 March | Evening    

1.Non Hindu Illigal Entry in Srimandir: ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ମାମଲାରେ ଜାରି ରହିଛି ତଦନ୍ତ। ଏହି ଘଟଣାରେ ଜଣେ ହିନ୍ଦୁ ଏବଂ ଅନ୍ୟ ୮ଜଣ ଅଣହିନ୍ଦୁଙ୍କୁ ଅଟକ ରଖି ଜେରା କରୁଛି ସିଂହଦ୍ଵାର ପୋଲିସ। ସେପଟେ ସମସ୍ତଙ୍କ ପାସପୋର୍ଟ ସହ ଭିସା ଜବତ କରାଯାଇଛି। ଏହାର ବୈଧତା ଉପରେ ଚାଲିଛି ଯାଞ୍ଚ। ଏହି ଘଟଣା ପରେ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାୟାଇଛି ଆଲୋଚନା। ତିନୋଟି ଦିଗରେ ତଦନ୍ତ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ ରହିଛି। ଅଣହିନ୍ଦୁ ଚିହ୍ନଟ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ କହିଛନ୍ତି ପୁରୀ ଏସପି।

2.Malaysia Airlines Flight MH370: ମାଲେସିଆ ଏୟାରଲାଇନ୍ସ ବିମାନ MH370 ନିଖୋଜ ହୋଇଯିବାକୁ ୧୦ ବର୍ଷ ପୂରଣ ହୋଇସାରିଛି। ଗତ ୨୦୧୪ ମାର୍ଚ୍ଚ ୮ ତାରିଖରେ ରାଡାର ସ୍କ୍ରିନ ଠାରୁ ଅଦୃଶ୍ୟ ହୋଇ ଯାଇଥିଲା MH 370। ଭାରତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପରୁ ଏହି ବିମାନର କିଛି ଅଳ୍ପ ଭଗ୍ନାବେଶେଷ ମିଳିଥିଲା। ଏହା ବ୍ୟତୀତ ବିମାନର ଅନ୍ୟ କିଛି ଚିହ୍ନ ବର୍ଣ୍ଣ ମିଳିନଥିଲା। ମାଲେସିଆ ରାଜଧାନୀ କୁଆଲାଲମ୍ପୁର ଠାରୁ ଚୀନ ରାଜଧାନୀ ବେଜିଂ ଅଭିମୁଖେ ଯାତ୍ରା କରୁଥିବା MH370 ନାମକ ମାଲେସିଆ ଏୟାରଲାଇନ୍ସ ବିମାନରେ ୨୨୭ ଜଣ ଯାତ୍ରୀ ଏବଂ ୧୨ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ବିମାନ ନିଖୋଜ ହୋଇଯିବା ପରେ ସେମାନଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା। ଏବେ ପୁଣି ଥରେ ଏହି ବିମାନକୁ ଖୋଜିବା ପାଇଁ ଆରମ୍ଭ ହୋଇପାରେ ସର୍ଚ୍ଚ ଅପରେସନ।

3.Ayodhya Ram Mandir Prasad: ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ପ୍ରସାଦକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ଜେଲ ଅନ୍ତେବାସୀଙ୍କ ତିଆରି ହୋଇଥିବା ବ୍ୟାଗ୍ ମଧ୍ୟରେ ଉପଲବ୍ଧ ହେବ ରାମ ମନ୍ଦିର ପ୍ରସାଦ।  ଏହି ବ୍ୟାଗ୍ ଫତେହପୁର ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏବେ ଏହି ବ୍ୟାଗ୍ ଦ୍ୱାରା ଅଯୋଧ୍ୟା ଆସୁଥିବା ରାମ ଭକ୍ତଙ୍କୁ ପ୍ରସାଦ ମିଳିବ। ପ୍ରସାଦ ବିତରଣ ପାଇଁ ପ୍ରସ୍ତୁତ ହୋଇଥିବା ଗୈରିକ ରଙ୍ଗର ବ୍ୟାଗ୍ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ (Ayodhya Ram Mandir Trust) ଦ୍ୱାରା ପ୍ରଂଶସିତ ହୋଇଛି। ଏହାକୁ ଦୃଷ୍ଟିରେ ଟ୍ରଷ୍ଟ ପକ୍ଷରୁ ଆହୁରି ୫୦୦ ବ୍ୟାଗ ଅର୍ଡର ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମସ୍ତ ଧର୍ମର ଜେଲ ଅନ୍ତେବାସୀ ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନ ସମସ୍ତେ ଏହି ବ୍ୟାଗ ତିଆରି କରିବାରେ ଜଡିତ ଅଛନ୍ତି। କୁହାଯାଉଛି ଯେ ନୂତନ ବ୍ୟାଗ୍ ର ମୁଦ୍ରଣ ଏବଂ ଡିଜାଇନ୍ ରେ ମଧ୍ୟ କିଛି ପରିବର୍ତ୍ତନ କରାଯିବ।

4.Haiti Mass Jailbreak: ଦେଶରେ ୭୨ ଘଣ୍ଟ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ହାଇତି ସରକାର। ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପୂର୍ବରୁ ସଶସ୍ତ୍ର ଗ୍ୟାଙ୍ଗ ଦେଶର ମୁଖ୍ୟ କାରାଗାର ପୋର୍ଟ-ଔ-ପ୍ରିନ୍ସ ଜେଲ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦୦୦ କଏଦୀ ଫେରାର ହୋଇଯାଉଥିବାର କୁହାଯାଉଛି। ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୨୦ ବର୍ଷରୁ ଦେଶରେ ଚାଲିଥିବା ହିଂସାତ୍ମକ ଗ୍ୟାଙ୍ଗ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

5.Tehsil Settlement Amin Arrested by Vigilance: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡି଼ଛନ୍ତି ତହସିଲ ସେଟେଲମେଣ୍ଟ ଅମିନ। ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଗଲପୁର ତହସିଲ ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁଙ୍କୁ ସୋମବାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଲାଞ୍ଚ ନେବା ବେଳେ ଚଢାଉ କରି ତହସିଲ ସେଟେଲମେଣ୍ଟ ଅମିନଙ୍କୁ ଗିରଫ କରିଛି ଭିଜିଲାନ୍ସ।  ଜଣେ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ୫୦୦୦ ଟଙ୍କାର ଲାଞ୍ଚ ମାଗିଥିଲେ। 

6.Supreme Court Instructed to AAP for Vacate Party Office: ଆମ୍ ଆଦମୀ ପାର୍ଟି ଉଦ୍ଦେଶ୍ୟରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ୧୫ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ବିରୋଧରେ ଏକ ଅଭିଯୋଗ କରାଯାଇଥିଲା ଯେ ରାଉସ୍ ଆଭେନ୍ୟୁ କୋର୍ଟ୍ କୁ ଦିଆଯାଇଥିବା ଜମିରେ ଆପ୍ ନିଜ ଦଳୀୟ କାର୍ଯ୍ୟାଳୟ ନିର୍ମାଣ କରିଥିଲା। ଏହି ପ୍ରସଙ୍ଗରେ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଖାଲି କରିବାକୁ କହିଥିଲେ। ଏହି ନିଷ୍ପତ୍ତି ବିରୋଧରେ AAP ସୁପ୍ରିମକୋର୍ଟ ଠାରେ ପହଞ୍ଚିଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ AAP ଏକ ନୂତନ କାର୍ଯ୍ୟାଳୟ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବ।

7.JP Nadda Resugns from Rajya Sabha MP: ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତାଙ୍କ ଇସ୍ତଫାକୁ ତୁରନ୍ତ ରାଜ୍ୟସଭା ଅଧ୍ୟକ୍ଷ ଗ୍ରହଣ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି। ଗତ ଫେବୃଆରୀ ୨୦ ତାରିଖରେ ଗୁଜୁରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଜେପି ନଡ୍ଡା। ଏହାପୂର୍ବରୁ ସେ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ହିମାଚଳ ପ୍ରଦେଶର ରାଜ୍ୟସଭା ସାଂସଦ ଭାବରେ ତାଙ୍କର କାର୍ଯ୍ୟକାଳ ଅଳ୍ପ ସମୟର ଥିଲା। ନିୟମ ଅନୁଯାୟୀ, ଯଦି ଜଣେ ସଦସ୍ୟ ଗୋଟିଏ ସ୍ଥାନରୁ ସାଂସଦ ଥିବାବେଳେ ଅନ୍ୟ ସ୍ଥାନରୁ ନିର୍ବାଚନରେ ​​ଜିତନ୍ତି, ତେବେ ତାଙ୍କୁ ୧୪ ଦିନ ମଧ୍ୟରେ ପୁରୁଣା ଆସନ ଖାଲି କରିବାକୁ ହୋଇଥାଏ।

8.ED summons TMC leader Mahua Moitra: ଟିଏମସି ନେତା ମହୁଆ ମୈତ୍ରାଙ୍କୁ ଇଡି ଏକ ନୂଆ ସମନ ପଠାଇଛି। ଫେମା ମାମଲାରେ ହାଜର ହେବା ପାଇଁ ଏହି ସମନ ଦିଆଯାଇଛି। ଆସନ୍ତା ୧୧ ତାରିଖରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ଟିଏମସି ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ଫେମା ଅଧିନରେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ମଇତ୍ରାଙ୍କୁ ଫେବୃଆରୀ ୧୯ ତାରିଖରେ ଦିଲ୍ଲୀ ସ୍ଥିତ ଏଜେନ୍ସି ଠାରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ହାଜର ହୋଇ ନଥିଲେ। ଏହା ପରେ ସେ ତିନି ସପ୍ତାହ ସମୟ ମାଗିଥିଲେ।

9. PM Modi is Like an Elder Brother: ସୋମବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଡ଼ ଭାଇ ବୋଲି ଡାକି ରାଜ୍ୟର ବିକାଶ ପାଇଁ କେନ୍ଦ୍ରରୁ ସହାୟତା ଲୋଡିଛନ୍ତି। ସିଏମ୍ ରେଭନ୍ତ ରେଡ୍ଡୀ ଆଦିଲାବାଦ ଯାଇଥିଲେ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ କରିବାକୁ ଆସିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ପାଇଁ “ବଡ ଭାଇ” ଭଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରି ଆଦିଲାବାଦରେ ୫୬ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇଲେ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ସିଏମ ରେଡ୍ଡୀ ଗୁଜୁରାଟର ଲାଇନରେ ତେଲେଙ୍ଗାନାର ବିକାଶ ପାଇଁ ପିଏମ ମୋଦୀଙ୍କ ସହଯୋଗ ଲୋଡିଥିଲେ।

10. IPL 2024: ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଛି ୧୭ ତମ ଆଇପିଏଲ ସଂସ୍କରଣ।  ଏହାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯିବ। ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଏମ୍.ଏସ୍ ଧୋନିଙ୍କ ପ୍ରଶଂସକ ତାଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ହତାଶ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆ ଦୁନିଆରେ କମ୍ ସକ୍ରିୟ ରହୁଥିବା ଧୋନିଙ୍କ ଏକ ପୋଷ୍ଟ ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଛି। ସିଏସକେ ଅଧିନାୟକ କହିଛନ୍ତି ଯେ ସେ ନୂତନ ଭୂମିକାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।