Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Today | 8 April | Evening
1.First Solar Eclipse of 2024: ଆଜି ହେଉଛି ଚଳିତ ବର୍ଷ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଯାହା ଅପ୍ରେଲ ୮ ତାରିଖ ସୋମବାର ରାତି ୯ ଘଣ୍ଟା ୧୨ ମିନିଟ ସମୟରୁ ଆରମ୍ଭ ତାହାର ପର ଦିନ ଅର୍ଥାତ ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀ (୯ ଅପ୍ରେଲ) ୨ ଘଣ୍ଟା ୨୨ ମିନିଟ ପର୍ଯ୍ୟନ୍ତ ଚାଲିବ। ବିଗତ ୫୦ ବର୍ଷ ମଧ୍ୟରେ ଏହା ସବୁଠାର ଲମ୍ବା ସୂର୍ଯ୍ୟପରାଗ ବୋଲି କୁହାଯାଉଛି। ଯାହାର ଅବଧି ପ୍ରାୟ ୫ ଘଣ୍ଟା ୧୦ ମିନିଟ ପର୍ଯ୍ୟନ୍ତ ରହିବ।
2. AI Based Weather Forecasting in India: ଏଣିକି ଦେଶରେ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିବ ଏଆଇ-ଏମଏଲ। ପାଣିପାଗ ବିଭାଗ (ଆଇଏମଡ଼ି) ନିର୍ଦ୍ଦେଶକ ଡକ୍ଚର ମୃତ୍ୟୁଞ୍ଜୟ ମହାପାତ୍ର ଜଣାଇଛନ୍ତି। ଏନେଇ ଆଇଏମଡ଼ି ନିର୍ଦ୍ଦେଶକ କହିଛନ୍ତି ଯେ ପାଣିପାଗ ପୂର୍ବାନୁମାନକୁ ଅଧିକ ସଠିକ୍ କରିବା ପାଇଁ ଦେଶର ପାଣିପାଗ ବିଜ୍ଞାନୀ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଯାନ୍ତ୍ରିକ ଶିକ୍ଷା (ଏମଏଲ) ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ପାଣିପାଗ ପୂର୍ବାନୁମାନ ମଡେଲ ପୂରକ ହୋଇଯିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ଅଧିକ ସଠିକ୍ ଭବିଷ୍ୟବାଣୀ କରିବା ବର୍ତ୍ତମାନ ସହଜ ହେବ।
3. Odisha Govt School Academic Calender 2024-25: ଜୁଲାଇ ମାସରୁ ଆରମ୍ଭ ହୋଇଯିବ ପରୀକ୍ଷା ଋତୁ। ଦ୍ୱିତୀୟ ସପ୍ତାହରେ ଦଶମ ଶ୍ରେଣୀ ଲାଗି ପ୍ରଥମ ଇଣ୍ଟରନାଲ୍ ଆସେସମେଣ୍ଟ ଅର୍ଥାତ ସ୍କୁଲ୍ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ତୃତୀୟ ସପ୍ତାହରେ ନବମ ଶ୍ରେଣୀ ପିଲାଙ୍କ ପ୍ରଥମ ସ୍କୁଲ୍ ପରୀକ୍ଷା ହେବ। ଦଶମ ଶ୍ରେଣୀ ଲାଗି ଦ୍ୱିତୀୟ ସ୍କୁଲ୍ ପରୀକ୍ଷା ଅଗଷ୍ଟ ଚତୁର୍ଥ ସପ୍ତାହ ଏବଂ ନଭେମ୍ବର ପ୍ରଥମ ସପ୍ତାହରେ ତୃତୀୟ ଏବଂ ଜାନୁୟାରୀ ମାସରେ ଚତୁର୍ଥ ସ୍କୁଲ୍ ପରୀକ୍ଷା ଶେଷ କରିବାକୁ କାର୍ଯ୍ୟସୂଚୀରେ ଉଲ୍ଲଖ ରହିଛି। ଫବୃୟାରୀ ଶେଷ ସପ୍ତହ ବେଳକୁ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଠିକ୍ ସେହିଭଳି ସେପ୍ଟମ୍ବର ଶେଷ ସପ୍ତାହରେ ନବମ ଶ୍ରେଣୀ ପିଲାଙ୍କ ଦ୍ୱିତୀୟ ସ୍କୁଲ୍ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବରରେ ଅର୍ଦ୍ଧବାର୍ଷିକୀ ଡିସେମ୍ବରରେ ତୃତୀୟ ପରୀକ୍ଷା ସାରି ଫେବୃୟାରୀରେ ଚତୁର୍ଥ ସ୍କୁଲ୍ ପରୀକ୍ଷା ଶେଷ ହେବା ପରେ ମମାର୍ଚ୍ଚରେ ହେବ ବାର୍ଷିକ ପରୀକ୍ଷା। ଦ୍ୱଇତୀୟ ସପ୍ତାହରେ ଏହି ବାର୍ଷିକ ପରୀକ୍ଷା ଅନୁଷ୍ଠିତ କରିବାକୁ ବିଭାଗ ଯୋଜନା ରଖିଛି।
4. Odisha Medical College: ରାଜ୍ୟର ୪ ଜିଲ୍ଲା ମେଡିକାଲ୍ କଲେଜ ଉନ୍ନୀତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଚଳିତ ବର୍ଷ ଯାଜପୁର ଠାରେ ମେଡିକାଲ୍ କଲେଜ ଉଦ୍ଘାଟନ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁସାରେ କୋରାପୁଟ, ବଲାଙ୍ଗୀର, ବାରିପଦା, ବାଲେଶ୍ୱର ମେଡିକାଲ୍ କଲେଜରେ ସ୍ନାତ୍ତକୋତ୍ତର ( ପିଜି) ପାଠ୍ୟକ୍ରମ ଖେଲିବାକୁ ଯୋଜନା କରିଛନ୍ତି। ଏନେଇ ସରକାରୀ ସ୍ତରରେ ପଦକ୍ଷେପ ଶେଷ ହେଲାପରେ ଏବେ ଜାତୀୟ ମେଡିକାଲ ଆୟୋଗଙ୍କ ଅନୁମତି ମଗାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।
5. Lok Sabha elections 2024: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜାମୁ କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ମଧ୍ୟରେ ସୋମବାର ଆସନ ଭାଗବଣ୍ଟା ହୋଇଛି। ଏ ସମମ୍ପର୍କରେ ଏନସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସୂଚନା ଦେଇଛନ୍ତି। ଏନେଇ ସେ କଂଗ୍ରେସ ଉଦ୍ଧାମପୁର, ଜାମୁ ଏବଂ ଲଦାଖ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅନ୍ୟପକ୍ଷରେ ଏନସି ଅନନ୍ତନାଗ, ବାରାମୁଲ୍ଲା ଏବଂ ଶ୍ରୀନଗର ଲୋକସଭା ଆସନରେ ନିର୍ବାଚନ ଲଢିବ।
6.Dilip Ray will contest in 2024 Election: ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଦିଲ୍ଲୀପ ରାୟ। କୋଇଲା ଦୁର୍ନୀତି ମାମଲାକୁ ନେଇ ତାଙ୍କର ନିର୍ବାଚନ ଲଢ଼ିବା ଉପରେ ଲାଗିଥିଲା। ହେଲେ ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି।
7. BRS Leader K Kavitha: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତ୍ରୀ କେ.କବିତାଙ୍କୁ ଲାଗିଛି ବଡ ଝଟକା। ବିଆରଏସ ନେତ୍ରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ। ଗତ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ବିଆରଏସ ନେତ୍ରୀ କେ.କବିତା। ଗତ ୨ ତାରିଖରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ସେ ବର୍ତ୍ତମାନ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ।
8. 91 people died after the ship sank in the sea: ଆଫ୍ରିକୀୟ ଦେଶ ମୋଜାମ୍ବିକ ସ୍ଥିତ ସମୁଦ୍ରରେ ଜାହାଜ ବୁଡ଼ି ଯିବାରୁ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଜାହାଜ ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା। ଗତ ରବିବାର (ଅପ୍ରେଲ ୭) ଯାତ୍ରା କରିବା ସମୟରେ ଜାହାଜ ବୁଡ଼ି ଯାଇଥିଲା। ଜାହାଜରେ ଅଧିକ ଲୋକ ରହିଥିଲେ। ଯାହା ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୯୧ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି।
9. 6 naxal held in Chhatisgarh: ମାଲକାନଗିରି ନିକଟ ଛତିଶଗଡ଼ର ସୁକ୍ମା ଅଞ୍ଚଳରୁ ୬ ଜଣ ନକ୍ସଲପନ୍ଥୀ ଗିରଫ ହୋଇଛନ୍ତି। ଜିଲ୍ଲା ପୁଲିସ ଏବଂ ସିଆରପିଏଫ୍ କୋବ୍ରା ବାହିନୀ ଦ୍ୱାରା ହୋଇଥିବା ମିଳିତ ସର୍ଚ୍ଚ ଅପରେସନ୍ ବେଳେ ସେହି କୁଖ୍ୟାତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏହା ସହିତ ସେମାନଙ୍କ ପାଖରୁ ୧୯ ବିଜିଏଲ୍ ବୋମା ଏବଂ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି।
10 Todays IPL Match Chennai vs Kolkata: ସୋମବାର ଚେନ୍ନାଇ ସ୍ଥିତ ଚିଦାମ୍ବରମ ଷ୍ଟାଡିୟମ୍ ଠାରେ ମୁହାମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ କୋଲକାତା ନାଇଟ ରାଇଡର୍ସ (କେକେଆର)। ଏହି ମ୍ୟାଚ୍ ରେ ପ୍ରଥମେ ବ୍ୟାଟି କରି କୋଲାକାତା ଧାର୍ଯ୍ୟ ୨୦ ଓଭର ରେ ୯ ୱିକେଟ ହରାଇ ୧୩୭ ରନ୍ ସଂଗ୍ରହ କରିଛି। ୧୩୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୫ ଓଭର ଖେଳ ପର୍ଯ୍ୟନ୍ତ ଗୋଟି ୱିକେଟ ହରାଇ ୪୩ ରନ୍ ସଂଗ୍ରହ କରିଛି।