Top 10 News Headlines: ନୂଆ ବର୍ଷରେ ରେକର୍ଡ ଭାଙ୍ଗିଲା ପିଆଜ ଦର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2058586

Top 10 News Headlines: ନୂଆ ବର୍ଷରେ ରେକର୍ଡ ଭାଙ୍ଗିଲା ପିଆଜ ଦର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

 Top 10 News Headlines: ନୂଆ ବର୍ଷରେ ରେକର୍ଡ ଭାଙ୍ଗିଲା ପିଆଜ ଦର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 13 January 2024 | Evening   

1.Onion Makes Pakistan to Cry: ନୂଆ ବର୍ଷରେ ପାକିସ୍ତାନରେ ରେକର୍ଡ ଭାଙ୍ଗିଛି ପିଆଜ ଦର। ଭାରତ ବର୍ଷରୁ ପିଆଜ ରପ୍ତାନୀ ବନ୍ଦ ହେବା ପରେ ପାକିସ୍ତାନ ଠାରେ ଏକ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କା ହୋଇଯାଇଛି। ଯାହାର ଫଳ ସ୍ୱରୂପ ପାକିସ୍ତାନୀ ଏବେ ପିଆଜ ପାଇଁ କାନ୍ଦୁଛନ୍ତି। ବିଗତ ୨ ମାସରେ ଦେଶରେ ପିଆଜ ଦର ୨ ଗୁଣା ବଢିଥିବାର କହିଛି ପାକିସ୍ତାନ ଗଣମାଧ୍ୟମ।   

2. State Annual Flower Show 2024 Inaugurated: ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏକାମ୍ର କାନନ ଠାରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ। ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଦେବୀଦତ୍ତ ବିଶ୍ଵାଳ ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀକୁ ଆସିଥିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ ଷ୍ଟଲ, ଉଭିଦ ବଜାର ଏବଂ ସେଲଫି ପଏଣ୍ଟ ଆଦି ବୁଲି ଦେଖିଥିଲେ। 

3. Makar Mela in Atri Khurda: ବାର୍ଷିକ ମକର ମେଳା ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ସ୍ଥିତ ଅଟ୍ରି ଉଷ୍ମପ୍ରସବଣ ସ୍ଥିତ ହଟ୍ଟକେଶ୍ୱର ଦେବଙ୍କ ପୀଠ। ମକର ସଂକ୍ରାନ୍ତି ଠାରୁ ମାସାଧିକ କାଳ ଏଠାରେ ମକରମେଳା ଆୟୋଜିତ ହୋଇଥାଏ। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ମକରମେଳା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ।

4. Mumbai Guwahati Flight Emergency Landing: ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ବାଂଲାଦେଶ ରାଜଧାନୀ ଢାକା ଠାରେ ଜରୁରୀକାଳୀନ ଅବତରଣ କରିଥିବାର ଜଣାପଡ଼ିଛି। 
ଇଣ୍ଡିଗୋ ବିମାନ ୬ଇ ୫୩୧୯ ମୁମ୍ବାଇ ଠାରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଖରାପ ପାଗ ଏବଂ କୁହୁଡ଼ି କାରଣରୁ ମୁମ୍ବାଇ ଠାରୁ ଗୌହାଟି ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଅବତରଣ କରିପାରିନଥିଲା। ଗୌହାଟି ଏୟାରପୋର୍ଟ ବଦଳରେ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଢାକା ବିମାନ ବନ୍ଦରରେ ଅବତରଣ କରିଥିଲା। 

5.Bhitarkanika Crocodile Census 2024: ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା। ଏଥର କୁମ୍ଭୀର ସଂଖ୍ୟା ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି। ଚଳିତ ବର୍ଷ ହୋଇଥିବା ଗଣନାରେ 
ଭିତରକନିକାରେ ୧୮୧୧ କୁମ୍ଭୀର ରହିଥିବାର ଜଣାପଡ଼ିଛି। ଗତବର୍ଷ ୧୭୯୩ କୁମ୍ଭୀର ଚିହ୍ନଟ କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଜଣାଇଛି ରାଜନଗର ବନଖଣ୍ଡ।

6. Mallikarjun Kharge Odisha: ରାଜ୍ୟରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବ କଂଗ୍ରେସ। ଏନେଇ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ବିଶାଳ ସମ୍ମିଳନୀରେ ଯୋଗେଦେବେ। ଏହି ସମ୍ମିଳନୀରେ ୧୦ ହଜାରରୁ ଅଧିକ ନେତା କର୍ମୀ ଯୋଗ ଦେଉଥିବା କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର। ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଗୁରୁମନ୍ତ୍ର ଦେବେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ରାଜ୍ୟରେ କେଉଁ ମାର୍ଗ ଦେଇ ଯିବ ତାହାର ସମୀକ୍ଷା କରିବେ।

7. 4 State Tableau Rejected in Republic Day 2024: ଚଳିତ ବର୍ଷ ଦେଶରେ ପାଳିତ ହେବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହେଉଥିବା ପ୍ୟାରେଡ ସମାରୋହରେ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ଆଦି ୪ ରାଜ୍ୟର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ ନାହିଁ। କାରଣ ପ୍ରଜ୍ଞାପନ ମେଢ ପାଇଁ ଏହି ୪ ରାଜ୍ୟଙ୍କ ପକ୍ଷରୁ ଦିଆଯାଇଥିବା ମଡେଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରତ୍ୟାଖାନ କରାଯାଇଛି। 

8.Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚତୁର୍ଥ ଥର ପାଇଁ ତାଙ୍କୁ ସମନ ଜାରିକରିଛି। ଆସନ୍ତା ୧୮ ତାରିଖରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚତୁର୍ଥ ଥର ପାଇଁ ସମନ ଜାରି କରାଯାଇଛି। ମଦ ଦୁର୍ନୀତି ମାମଲାରେ ଜେରା କରିବାକୁ ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡ଼ି ପକ୍ଷରୁ ସମନ ଜାରି କରାଯାଇଛି। ଚତୁର୍ଥ ଥର ମଧ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ  ହାଜର ହେବେ ନାଁ ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି। 

9. India Test Squad: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଆହତ କାରଣରୁ ମହମ୍ମଦ ଶାମି ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ସ୍ଥାନ ମିଳି ନାହିଁ। ସେହିପରି ଇଶାନ କିଶନ ବାଦ ପଡ଼ିଛନ୍ତି। ଏଥି ସହିତ ଅଣସଂରକ୍ଷିତ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧୃଭ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ଏହି ଦଳରେ ୩ ଜଣ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ, କେ.ଏସ୍ ଭରତଙ୍କ ସହ ଧୃବ ଜୁରେଲ ସ୍ଥାନ ପାଇଛନ୍ତି। ଏହି ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳୀ ହେଉଛନ୍ତି 
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, କେଏସ ଭରତ, ଧୃବ ଜୁରେଲ, ଆର ଅଶ୍ୱିନ, ଆର ଜାଡ଼େଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରିତ ବୁମରା, ଅଭେଶ ଖାନ।

10. Doordarshan Live Show Death: ଲାଇଭ୍ ଟିଭି ସୋ ସମୟରେ କୃଷି ସେବା ବିଶେଷଜ୍ଞଙ୍କ ମୃତ୍ୟୁ। ମୃତକ କୃଷି ସେବା ବିଶେଷଜ୍ଞ ହେଉଛନ୍ତି ଡକ୍ଟର ଅନି ଏସ୍ ଦାସ। ଏହି ଖବର ପ୍ରଘଟ ହେବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡକ୍ଟର ଅନି ଏସ୍ ଦାସ ନିକଟରେ ଦୂରଦର୍ଶନର ଏକ କାର୍ଯ୍ୟକ୍ରମକୁ ଆସିଥିଲେ। ଲାଇଭ୍ ସୋ ସମୟରେ ସେ ହଠାତ୍ ଝୁଣ୍ଟିପଡ଼ିଥିଲେ। ତଳେ ପଡିଯାଇ ଅଚେତ ହେବା ପରେ ଷ୍ଟୁ଼ଡିଓ ପରିସରରେ ଉପସ୍ଥିତ ରହିଥିବା କ୍ରୁ ମେମ୍ବର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।