Top 10 News Headlines: ଆସନ୍ତାକାଲି ଉଦଘାଟିତ ହେବ ଶ୍ରୀମନ୍ଦିର ପ୍ରକଳ୍ପ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2063113

Top 10 News Headlines: ଆସନ୍ତାକାଲି ଉଦଘାଟିତ ହେବ ଶ୍ରୀମନ୍ଦିର ପ୍ରକଳ୍ପ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

 Top 10 News Headlines: ଆସନ୍ତାକାଲି ଉଦଘାଟିତ ହେବ ଶ୍ରୀମନ୍ଦିର ପ୍ରକଳ୍ପ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 16 January 2024 | Evening   

1.Srimandir Parikrama Project Inauguration: ଜାନୁଆରୀ ୧୭ ତାରିଖ ବୁଧବାର ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୌଷ ମାସ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍‌‌ ୨୦୨୪ ଜାନୁଆରୀ ୧୭ ତାରିଖ ଦିନ ସମଗ୍ର ରାଜ୍ୟ ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବେ। 

2. DGCA Air Traffic Report December 2023: ଗତ ଡିସେମ୍ବର ମାସରେ ଘରୋଇ ବିମାନ କମ୍ପାନୀ ମୋଟ ୭୧୨ ଯାତ୍ରୀ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ କରିଛନ୍ତି। ଯାହା ମଧ୍ୟରୁ ଅଧିକାଂଶ ବିମାନ ସମସ୍ୟା ଏବଂ ଫେରସ୍ତ ସମସ୍ୟା ସହ ଜଡ଼ିତ ରହିଥିଲା। ଜାନୁଆରୀ ୧୫ ତାରିଖ ସୋମବାର ଡିଜିସିଏ ପକ୍ଷରୁ ୨୦୨୩ ଡିସେମ୍ବର ପାଇଁ ଏୟାର ଟ୍ରାଫିକ୍ ରିପୋର୍ଟ ପ୍ରକାଶ କରାଯାଇଛି। ଡିଜିସିଏ ରିପୋର୍ଟ ଦର୍ଶାଇଛି ଯେ ସର୍ବାଧିକ ସଂଖ୍ୟକ ଅଭିଯୋଗ ସ୍ପାଇସଜେଟ୍ ବିରୋଧରେ ଆସିଛି। ଏହି ଏୟାରଲାଇନ୍ସ ବିରୋଧରେ ୪୨୨ ଅଭିଯୋଗ ହୋଇଥିବାର ଜଣାପଡ଼ିଛି। ସେହିପରି ପରେ ଏୟାର ଇଣ୍ଡିଆ ବିରୋଧରେ ୬୮ ଏବଂ ଇଣ୍ଡିଗୋ ବିରୋଧରେ ୬୫ ଅଭିଯୋଗ ଆସିଛି। ଗ୍ରହଣ କରାଯାଇଥିବା ମୋଟ ୩୪୭ ଅଭିଯୋଗ ମଧ୍ୟରୁ ୩୪୦ ଅଭିଯୋଗର ସମାଧାନ କରାଯାଇଛି। ସେହିପରି ୭ ଅଭିଯୋଗ ବିଚରାଧିନ ରହିଛି। 

3. Vivek Ramaswamy withdraws from US Presidential Race 2024: ଚଳିତ ବର୍ଷ ନଭେମ୍ବର ୫ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ଯୁକ୍ତରାଷ୍ଟ୍ର ଆମେରିକାର ୬୦ ତମ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାତନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଦୌଡ଼ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସର୍ବାଗ୍ରେ ରହିଛନ୍ତି। ଏବେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବ୍ୟବସାୟୀ ବିବେକ ରାମସ୍ୱାମୀ ୨୦୨୪ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନକୁ ନେଇ କରିଛନ୍ତି ବଡ଼ ଘୋଷଣା। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାରୁ ନିଜର ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରୁଥିବା ନେଇ ଜଣାଇ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଘୋଷଣା କରିଛନ୍ତି। 

4. Ayodhya Ram Mandir Pran Pratishtha Ceremony: ଆସନ୍ତା ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଯାହାକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱର ରାମ ଭକ୍ତ ଉତ୍ସାହିତ ହୋଇଉଠିଛନ୍ତି। ଆଉ ମାତ୍ର ସପ୍ତାହେ ପରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଏହି ସମୟରେ ଆଫ୍ରିକୀୟ ଦେଶ ମରିସସ ଠାରୁ ଆସିଛି ଏକ ବଡ଼ ଖବର। ଆସନ୍ତା ୨୨ ତାରିଖରେ ଆୟୋଜିତ ହେଉଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ଦେବାକୁ ଘୋଷଣା କରିଛନ୍ତି ମରିସସ ସରକାର।

5. Operation Prosperity Guardian Against Houthi Rebels: ବିଗତ କିଛି ଦିନ ଧରି ଆରବ ସାଗର ସମତେ ଲାଲ ସାଗର ଏବଂ ଆଡେନ ଉପସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ସାରିଛନ୍ତି  ଆମେରିକା-ବ୍ରିଟେନ। ଏନେଇ କାର୍ଯ୍ୟକାରୀ କରାଯାଉଥିବା ନୌସେନା ଅଭିଯାନର ନାଁ ହେଉଛି "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ"। ଏହି ଅଭିଯାନ ଅଧିନରେ ୟମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଆକ୍ରମଣ। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ବର୍ଷ ଶେଷରେ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରୁଥିଲେ। ଯାହାର ଜବାବ ଏବେ ଆମେରିକା, ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶ ଆରମ୍ଭ କରି ଦେଇଛନ୍ତି। ୟେମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଜବରଦସ୍ତ ବିମାନ ଆକ୍ରମଣ।  

6. Korean Airlines Flight Collided with Cathay Pacific Airways Flight: ଦୁର୍ଘଟଣା ପାଇଁ ପୁନର୍ବାର ଚର୍ଚ୍ଚାକୁ ଆସିଛି ଆଉ ଏକ ଜାପାନ ବିମାନ ବନ୍ଦର। ବିଗତ ୧୫ ଦିନ ମଧ୍ୟରେ ଦେଶର ଦୁଇଟି ବିମାନ ବନ୍ଦରରେ ଦୁଇଟି ବିମାନ ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡ଼ିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏନେଇ ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଦେଶର ଉତ୍ତର ହକ୍କାଇଡୋ ଦ୍ୱୀପରେ ଅବସ୍ଥିତ ରହିଥିବା ନ୍ୟୁ ଚିଟୋଜ ବିମାନବନ୍ଦରରେ ଏକ କୋରିଆନ୍ ଏୟାରଲାଇନ୍ସର ବିମାନ, କ୍ୟାଥେ ପାସିଫିକ୍ ଏୟାରୱେଜ୍ ବିମାନ ସହିତ ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଅନ୍ୟପଟେ ନ୍ୟୁ ଚିଟୋଜ ବିମାନବନ୍ଦର ପକ୍ଷରୁ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।

7. BSKY Naveen Card Last Date to Apply: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ହୋଇଛି ଦ୍ରୁତ ଅଗ୍ରଗତି। ଗ୍ରାମ ତଥା ପଞ୍ଚାୟତ ସ୍ତରରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇପାରିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୪୬ ହଜାର ୨୯୪ ପରିବାରଙ୍କ ଦରଖାସ୍ତ ଅନଲାଇନ୍ ପଞ୍ଜୀକୃତ ହୋଇଛି। ଏହି ପଞ୍ଜୀକୃତ ଦରଖାସ୍ତରେ ୯ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ୍ୱ ସଦସ୍ୟଙ୍କ ନାଁ ରହିଛି। ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଜାନୁଆରୀ ୧୬ ତାରିଖରେ ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟ ସୀମାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

8.Baragarh Dhanuyatra 2024: ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଉଦଘାଟିତ ହୋଇଯାଇଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ଼ ମଥୁରା ନଗରୀ ପାଲଟିଥିବା ବେଳେ ଅମ୍ବାପାଲି ହୋଇଛି ଗୋପପୁର। ପ୍ରାୟ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି। ଧନୁଯାତ୍ରାର ଉଦଘାଟନୀ ଅବସରରେ ରାଜକୀୟ ଆଡମ୍ବରରେ ଦେବକୀ ବାସୁଦେବଙ୍କ ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ରାଜ ସିଂହାସନ ଆରୋହଣ କରିଛନ୍ତି ପ୍ରବଳ ପ୍ରତାପୀ ମହାରଜା କଂସ।

9. Police Station Formation in One Day: ଜାନୁଆରୀ ୧୬ ତାରିଖ ମଙ୍ଗଳବାର ମହାରାଷ୍ଟ୍ରର ଗଡ଼଼ଚିରୋଲି ଜିଲ୍ଲାରେ ଗୋଟିଏ ଦିନରେ ଖୋଲିଛି ଥାନା। ଗଡ଼଼ଚିରୋଲି ଜିଲ୍ଲାର ଗର୍ଡ଼େୱାଡ଼ା ଅଞ୍ଚଳରେ ୧୫୦୦ ପୁଲିସ କର୍ମଚାରୀଙ୍କୁ ନେଇ ଖୋଲିଛି ନୂଆ ଥାନା। ପ୍ରାୟ ୬୦୦ କମାଣ୍ଡୋ ଚାଲି ଚାଲି ରାସ୍ତାରେ ରହିଥିବା ପ୍ରତିରୋଧକକୁ କାଢ଼ି ସଫା କରିଥିଲେ। ପ୍ରାୟ ୬୦ କିଲୋମିଟର ରାସ୍ତାକୁ ଚାଲି ଚାଲି ଅତିକ୍ରମ କରିଥିଲେ କମାଣ୍ଡୋ। ୧୫୦୦ ପୁଲିସ କର୍ମଚାରୀ ତଥା ଶ୍ରମିକ ସେଠାରେ ପହଞ୍ଚି ଗୋଟିଏ ଦିନରେ ଥାନା ସ୍ଥାପନ କରିବା ସହ ସେଠାକୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବା ଯୋଗାଇଥିଲେ। 

10. Jagannath Express Bus Service Start From 18 January: ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ସ୍ୱତନ୍ତ୍ର ସରକାରୀ ବସ୍‍ ଚଳାଇବା ପାଇଁ ସରକାରଙ୍କ ଯୋଜନା ୧୮ ତାରିଖରୁ ଆରମ୍ଭ ହେବ। ଏହି ଯୋଜନାକୁ "ଜଗନ୍ନାଥ ଏକ୍ସପ୍ରେସ୍‍" ନାମରେ ନାମିତ କରାଯାଇଛି। ଚଳିତ ମାସ  ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟିତ ହେବା ପରେ ୧୮ ତାରିଖରୁ ପୁରୀରେ ଭକ୍ତଙ୍କୁ ପହଞ୍ଚାଇବା ଲାଗି "ଜଗନ୍ନାଥ ଏକ୍ସପ୍ରେସ୍‍" ଯୋଜନା ବିଶେଷ ସହାୟକ ହେବ ବୋଲି ସରକାର ଆଶା କରିଛନ୍ତି।