Top 10 News Headlines: ଆଜି ଖୋଲିବ ରତ୍ନଭଣ୍ଡାର, ବର୍ଷା ପାଇଁ ଆଲର୍ଟ ଜାରି ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2395903

Top 10 News Headlines: ଆଜି ଖୋଲିବ ରତ୍ନଭଣ୍ଡାର, ବର୍ଷା ପାଇଁ ଆଲର୍ଟ ଜାରି ଏବଂ ଅନ୍ୟ ପ୍ରମୁଖ ଖବର

H1.

Top 10 News Headlines: ଆଜି ଖୋଲିବ ରତ୍ନଭଣ୍ଡାର, ବର୍ଷା ପାଇଁ ଆଲର୍ଟ ଜାରି ଏବଂ ଅନ୍ୟ ପ୍ରମୁଖ ଖବର

H1. ଆଜି ଖୋଲିବ ରତ୍ନଭଣ୍ଡାର
ଆଜି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଓ ବାହାର ରତ୍ନ ଭଣ୍ଡାରରେ ଥିବା ଆଲମିରା, ସିନ୍ଦୁକ ଓ ଅନ୍ୟ ଅଳଙ୍କାର ବାକ୍ସକୁ ସ୍ଥାନାନ୍ତରଣ କରାଯିବ। ନୀଳାଦ୍ରୀ ବିହାର ମ୍ୟୁଜିୟମଠାରେ ଥିବା ଏକ କୋଠରୀରେ ସବୁକୁ ରଖାଯିବ। ଏଥିଲାଗି ଆଜି ଅପରାହ୍ଣ ୧ଟା ବେଳୁ ଶ୍ରୀଜିଉମାନଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହିକ୍ରମରେ ଆଜି ଦ୍‍ୱାର ଫିଟା ଓ ମଙ୍ଗଳାଆଳତୀ ପର୍ବ ଶୀଘ୍ର ସମାପନ କରାଯାଇଛି। ନୀତିକାନ୍ତିକୁ ଜଲ୍ଦି କରାଇ ଭଣ୍ଡାର ଘର ଖାଲି କରିବା କାର୍ଯ୍ୟକୁ ସୁରୁଖୁର କରିବା ଲାଗି ଉଭୟ ସେବାୟତ ଓ ପ୍ରଶାସନ ତତ୍ପର ରହିଛନ୍ତି। ଗତକାଲି ରାତି ୧୨ଟା ୧୫ ମିନିଟ ସମୟରେ ଶ୍ରିଜିଉମାନଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୨ଟା ୧୨ ମିନିଟ ସମୟରେ ଦ୍ୱାର ଫିଟା ନୀତି ସମାପନ କରାଯାଇଛି।

H2. ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ,ଆଜି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ଜାରି ରହିଛି ବର୍ଷା। ଆଜିଠାରୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ଅନୁସାରେ, ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଏହା ପ୍ରଭାବରେ ଆଜିଠାରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଆଜି  ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲା ଗୁଡିକ ହେଲା, ବରଗଡ,ବଲାଙ୍ଗୀର, ନୂଆପଡା, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର,ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର,ସୁନ୍ଦରଗଡ ଓ ଝାରସୁଗୁଡା। 

H3. କଂଗ୍ରେସ ଓ ନ୍ୟାସନାଲ କନ୍ଫରେନ୍ସ ଏକାଠି ଲଢ଼ିବେ, ପିଡିପି ଅସ୍ପଷ୍ଟ 
ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାଲାଗି ନିର୍ବାଚନ ତାରିଖ ଘୋଷଣା ହେବାପରେ ତତ୍ପର ହୋଇଛନ୍ତି ରାଜନୀତିକ ଦଳ। ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ନ୍ୟାସନାଲ୍‍ କନ୍‍ଫରେନ୍ସ ଓ  କଂଗ୍ରେସ ଏକାଠି ସମସ୍ତ ୯୦ ଆସନରେ ନିର୍ବରଚନ ଲଢ଼ିବେ ବୋଲି କହିଛନ୍ତି। କିନଦ୍ତୁ ଏହି ମେଣ୍ଟର ଅନ୍ୟତମ ସଦସ୍ୟ ମେହବୁବା ମୁଫତିଙ୍କ ଦଳ ପିଡିପି ଏହି ମେଣ୍ଟରେ ଯୋଗ ଦେଇ ନାହିଁ। ପିଡିପି କଂଗ୍ରେସ ଓ ଏନ୍‍ସି ସହ ଏକାଠି ଲଢ଼ିବେ କି ନା ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। 

H4. ଶ୍ରୀଲଙ୍କା ଯିବାକୁ ଭିସା ଦରକାର ନାହିଁ, ଭାରତ ସମେତ ୩୫ ଦେଶକୁ ସବୁଜ ସଙ୍କେତ
ଭୁବନେଶ୍ୱର: ରାମାୟ୍ରଣ ଯୁଗରୁ ଶ୍ରୀଲଙ୍କା ସହ ରହିଥିବା ଭାରତର ସମ୍ପର୍କକୁ ଉଜାଗର କରିବା ତଥା ଲଠାର ପ୍ରାକୃତି ପରିବେଶକୁ ଉପଭୋଗ କରିବା ଲାଗି ଚାହୁଁଥିବା ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଛି ଶ୍ରୀଲଙ୍କା।  ଏହିକ୍ରମରେ ଭାରତ ସମେତ ୩୫ ଦେଶର ନାଗରିକଙ୍କ ପାଇଁ ଶ୍ରୀଲଙ୍କାରେ ଭିସା ଲୋଡ଼ା ପଡ଼ିବ ନାହିଁ। ଭିସାମୁକ୍ତ ଦେଶ ଭାବେ ଗଢ଼ି ତୋଳିବାର ଏହା ପ୍ରଥମ ପଦକ୍ଷେପ ବୋଲି ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସର୍ବି କହିଛନ୍ତି। 

H5. ଆଜି ପ୍ରଥମ ଜାତୀୟ ମହାକାଶ ଦିବସ, କାହିଁକି, କେମିତି, କେଉଁଠି?
ଭୁବନେଶ୍ୱର: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ୨୦୨୩ ଆଜିର ଦିନରେ ଚନ୍ଦ୍ରର ଦକ୍ଷିଣ ମେରୁରେ  ପହଞ୍ଚିବାରେ ସଫଳ ହୋଇଥିଲା ଭାରତ। ସେତେବେଳେ  ସାରା ବିଶ୍ୱ ଭାରତର ବିଜ୍ଞାନୀ, ଜନସାଧାରଣ ଏବଂ ସରକାରଙ୍କୁ ଅଭିନନ୍ଦନର ସୁଅ ଫିଟାଇଥିଲେ। ସାରା ଭାରତ ଉତ୍ସାହ, ଆନନ୍ଦ ଉଲ୍ଲାସରେ ଉତ୍ସସିତ ହୋଇଥିଲା। ଆଜି ସେଇ ଦିନକୁ ସ୍ମରଣୀୟ କରିବା ତଥା ଆଗକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ନୂଆ ଦିଗକୁ ଉନ୍ମୁକ୍ତ କରିବା ଲକ୍ଷ୍ୟରେ ପାଳନ ହେଉଛି ଜାତୀୟ ମହାକାଶ ଦିବସ। 

H6. ଆଜି ଖୋଲିବ ରେଙ୍ଗାଳି ଡ୍ୟାମ
ଆଜି ଖୋଲିବ ରେଙ୍ଗାଳି ଡ୍ୟାମର ଗେଟ। ଓଡ଼ିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଆଜି ସକାଳ ୯ଟାରେ ରେଙ୍ଗାଳି ଡ୍ୟାମର ଜଳ ନିଷ୍କାସନ ପାଇଁ ଗେଟ ଖୋଲିବାକୁ ଯାଉଛି। ବର୍ତ୍ତମାନ ଡ୍ୟାମରେ ଜଳସ୍ତର ୧୨୧.୦୯ ମିଟର ରହିଛି। ଗତବର୍ଷ ଏହି ସମୟରେ ଜଳସ୍ତର ଥିଲା ୧୨୦.୫୦ ମିଟର। ଏ ବର୍ଷର ପ୍ରଥମ ବର୍ଷାଜଳ ନିଷ୍କାସନ କରିବ ରେଙ୍ଗାଳି ଡ୍ୟାମ। ଏନେଇ ରେଙ୍ଗାଳି ଡ୍ୟାମ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ରେଙ୍ଗାଳି ଜ୍ୟାମର ତଳିଆ ଅଞ୍ଚଳକୁ ଦୂରଭାଷ ଯନ୍ତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିବା ଜଣାଯାଇଛି।

H7. ଦୁଇ ଓଡ଼ିଆ ବୈଜ୍ଞାନିକଙ୍କୁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର
ଦୁଇ ଓଡ଼ିଆ ବୈଜ୍ଞାନିକଙ୍କୁ ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯାଇଛି। ଆୟୋଜିତ ପ୍ରଥମ ଜାତୀୟ ବିଜ୍ଞାନ ପୁରସ୍କାର-୨୦୨୪ ଉତ୍ସବରେ ପୁରସ୍କୃତ ହୋଇଥିଲେ ଦୁଇ ଓଡ଼ିଆ ବୈଜ୍ଞାନିକ। ଏହି ପୁରସ୍କାର ଉତ୍ସବରେ ଦେଶର ମୋଟ ୩୩ ଜଣ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯାଇଥିଲା।ତେବେ ଦୁଇ ଓଡ଼ିଆ ବୈଜ୍ଞାନିକ ହେଲେ ଡକ୍ଟର ସ୍ୱରୂପ କୁମାର ପରିଡା ଏବଂ ଡକ୍ଟର ଦିଗେନ୍ଦ୍ରନାଥ ସ୍ୱାଇଁ। ଡକ୍ଟର ପରିଡାଙ୍କୁ କୃଷି ଓ ଡକ୍ଟର ସ୍ୱାଇଁଙ୍କୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ର ପାଇଁ ପୁରସ୍କାର ମିଳିଛି। ଡକ୍ଟର ପରିଡା ଦିଲ୍ଲୀ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଣ୍ଟ ଜିନୋମ ରିସର୍ଚ୍ଚରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଡକ୍ଟର ସ୍ୱାଇଁ ତିରୁଅନନ୍ତପୁରମରେ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ। 

H8. ଜେଲନସ୍କିଙ୍କୁ ଭେଟିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି। ଏହି କ୍ରମରେ ମୋଦୀ ଆଜି ୟୁକ୍ରେନ ଗସ୍ତ କରିବେ। ମୋଦୀଙ୍କର ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। ଗତକାଲି ସନ୍ଧ୍ୟାରେ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିଥିବା ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କୁ ସ୍ୱାଗତ କରିଥିଲେ। ମୋଦୀ ଆଜି ଗସ୍ତର ଦ୍ୱିତୀୟ ଦିନରେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡା ଓ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ସେପଟେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲିଆ ତାଇମୋଶେଙ୍କୋ କହିଛନ୍ତି ମୋଦୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ନେତା। ୟୁକ୍ରେନରେ ଶାନ୍ତି ପାଇଁ ତାଙ୍କ ଗସ୍ତ ଗୁରୁତ୍ତ୍ୱପୂର୍ଣ୍ଣ।

H9. ଏସ୍‌ସିବି ଡାକ୍ତରଙ୍କ ଦୁଷ୍କର୍ମ ଘଟଣା: ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଲା ବିଭାଗ
କଟକ ଏସ୍‌ସିବି ମେଡିକାଲ କଲେଜରେ ଇସିଜି ନାଁରେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ଡାକ୍ତର ଠାକୁର ଦିଲବାଗ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ଏ ସମ୍ପର୍କରେ ଡିଏମ୍‌ଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା । ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇଥିଲା, ଯେଉଁଥିରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି ।

H10. କୋଲକାତାରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ
ସୁପ୍ରିମକୋର୍ଟଙ୍କ ପ୍ରତିଶୃତି ପରେ ଦେଶରେ ଜାରି ରଖିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି ଏମସ। ସେପଟେ କୋଲକାତାରେ କିନ୍ତୁ ଏହି ଆନ୍ଦୋଳନ ଜାରି ରଖିଛି ଡାକ୍ତରୀଦଳ। କୋଲକାତାରେ ହୋଇଥିବା ଜଣେ ମହିଳା ଡାକ୍ତଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଡାକ୍ତରମାନେ ଗତ ୧୧ ଦିନ ଧରି ଧର୍ମଘଟ କରିଥିଲେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ପ୍ରତିଶୃତି ସତ୍ତ୍ୱେ କୋଲକାତାରେ ଧର୍ମଘଟ ଜାରି ରହିବ ବୋଲି ଆରଜି କର ଡାକ୍ତରଖାନାରେ ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି।