Top 10 News Today: କିଏ ହେବେ ମୁଖ୍ୟମନ୍ତ୍ରୀ ? ପଢ଼ନ୍ତୁ ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2288955

Top 10 News Today: କିଏ ହେବେ ମୁଖ୍ୟମନ୍ତ୍ରୀ ? ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...

Top 10 News Today: କିଏ ହେବେ ମୁଖ୍ୟମନ୍ତ୍ରୀ ? ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today:

01-  ଆଜି ବିଜେପି ବିଧାୟକ ଦଳ ବୈଠକ ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ବିଧାୟକ ଦଳ ବୈଠକ ପୂର୍ବରୁ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ଯେ, ନିର୍ବାଚିତ ଜନ ପ୍ରତିନିଧିଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ତେବେ ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦୁଇ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜନାଥ ସିଂହ ଭୁବନେଶ୍ୱର ପହଞ୍ଚିଛନ୍ତି। ଏହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

02- NEET ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, NTAକୁ ନୋଟିସ କଲେ ସୁପ୍ରିମକୋର୍ଟ । ପରୀକ୍ଷାର ସ୍ବଚ୍ଛତା ପ୍ରଭାବିତ ହୋଇଛି ତେଣୁ ଏହାର ଜବାବ ଦେବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ରୋକ ଲଗାଇବାକୁ ମନା କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ ବୋଲି କୁହାଯାଇଛି ।

03- ଦକ୍ଷିଣ-ପୂର୍ବ ଆଫ୍ରିକାରେ ଅବସ୍ଥିତ ଏକ ଦେଶ ମଲାୱୀର ରାଷ୍ଟ୍ରପତି ସୋମବାର ଦିନ କହିଛନ୍ତି ଯେ,ଦେଶର ଉପରାଷ୍ଟ୍ରପତି ସାଉଲୋସ୍ କ୍ଲାଉସ୍ ଚିଲିମା ଏବଂ ଅନ୍ୟ ନଅ ଜଣଙ୍କୁ ନେଇ ଯାଉଥିବା ବିମାନ ନିଖୋଜ ହୋଇଯାଇଛି ବିମାନ ରାଡାରରୁ ଅଦୃଶ୍ୟ ହୋଇଯାଇଛି।ବିମାନ ସହିତ ଯୋଗାଯୋଗ କରିବାକୁ ବିମାନ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ଏପର୍ଯ୍ୟନ୍ତ ବିଫଳ ହୋଇଛି। 

04- ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ବିରୋଧୀ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର କର୍ମକର୍ତ୍ତାମାନେ ଆକ୍ରମଣ କରିବା ପରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଗୌରୀନାଥ ଚୌଧୁରୀଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ମୃତକଙ୍କୁ ଛୁରୀ ଓ କୁରାଢ଼ୀରେ ଆକ୍ରମଣ କରିଥିଲେ। ଏହି ଘଟଣା ବୋମ୍ମିରେଦ୍ଦିପାଲ୍ ଗ୍ରାମରେ ଘଟିଛି। ଚୌଧୁରୀ ହେଉଛନ୍ତି ଜଣେ ପ୍ରମୁଖ ଟିଡିପି ନେତା। ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଇଛି। କୁର୍ନୁଲ ପୁଲିସ ଅଧୀକ୍ଷକ (ଏସପି) ଗାଁ ପରିଦର୍ଶନ କରି କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଛନ୍ତି।

05-ଓଡ଼ିଶାରେ ହେବାକୁ ଯାଉଥିବା ବିଜେପି ସରକାରକୁ ସ୍ଵାଗତ କହିଛନ୍ତି ଗାଁ ସାଥୀ ସଂଘ। ଏହି ଅବସରରେ ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଭୁବନେଶ୍ୱର ରାମ ମନ୍ଦିରରେ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି। ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ବିଜେଡି ଶାସନର ଅବସାନ ଘଟିଛି। ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥିମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ଓଡ଼ିଶାବାସୀ। ଏହି ଅବସରରେ ଆଜି ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଭୁବନେଶ୍ୱର ରାମ ମନ୍ଦିରରେ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି।

06- ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଲା ବିଜେପି। ଆସନ୍ତା କାଲି ରାଜ୍ୟରେ ସରକାର ପରିବର୍ତ୍ତନ ତଥା ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଥିବାରୁ ବିଜେପି ଓଡ଼ିଆ ଜାତିର ମଉଡ଼ମଣି ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ପରମ୍ପରା ଅନୁସାରେ ହିନ୍ଦୁ ପରିବାରରେ କୌଣସି ମାଙ୍ଗଳିକ ବା ଶୁଭ କାର୍ଯ୍ୟ କରିବାକୁ ଯିବା ବେଳେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥାଏ। ଏହିକ୍ରମରେ ଶ୍ରୀମନ୍ଦିରକୁ ପୁରୀ ଜିଲ୍ଲାର ବିଧାୟକମାନେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଗୁଆ, ନଡ଼ଆ, ପଇତା ପ୍ରଭୃତି ନେଇ ସେମାନେ ଯାଇଥିବା ସୂଚନା ମିଳିଛି।

07- ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା କରାଯାଇଛି । ୧୨ ତାରିଖ ଦିନ ୨ରୁ ସଂଧ୍ୟା ଶପଥ ସମାରୋହ ସରିବା ଯାଏଁ କଟକଣା ଜାରି ହୋଇଛି । ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ବାରଣ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର ଏଥିସହ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ୱରେ ରହିବେ । ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି । ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇଙ୍କୁ ନେଇ ଟିମ୍ ଗଠନ କରାଯାଇଛି ।

08- କୋରାପୁଟ ଜ଼ିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁଵାଈ ଗ୍ରାମରେ ଝାଡ଼ାବାନ୍ତିରେ ୩୬ ଜଣ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାଯାଇଛି। ଉକ୍ତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ନଜର ରଖିଛି। କେଉଁ କାରଣରୁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରାଯାଉଛି ବୋଲି  ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି।

09- ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ ସେମାନଙ୍କ ହାତରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରି‌ବା ପରେ ନିଶ୍ଚିତ ଆସିବି ବୋଲି କହିଥିବା ନେଇ ପରେ ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

10- ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତର ଲୋକଙ୍କୁ ପୁଣି ଥରେ ଗ୍ରୀଷ୍ମ ଲହରୀ ଅସୁବିଧାରେ ପକାଇବାକୁ ଯାଉଛି। ଜୁନ୍ ୧୦ରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୪୩.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୬ ଦିନ ପାଇଁ ସମଗ୍ର ଦିଲ୍ଲୀ-ଏନସିଆରରେ ହିଟ ୱେଭ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମ ଲହରୀ ସମ୍ପର୍କରେ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ଅରେଞ୍ଜ ଆଲର୍ଟ ଏବଂ ୪ ଦିନ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

Also Read- Budh Gochar 2024: ୩ ଦିନ ପରେ ୫ ରାଶିର ଭାଗ୍ୟ ପରିବର୍ତ୍ତନ, ମିଳିବ ଧନ