Budh Gochar 2024: ୩ ଦିନ ପରେ ୫ ରାଶିର ଭାଗ୍ୟ ପରିବର୍ତ୍ତନ, ମିଳିବ ଧନ
Advertisement
Article Detail0/zeeodisha/odisha2287858

Budh Gochar 2024: ୩ ଦିନ ପରେ ୫ ରାଶିର ଭାଗ୍ୟ ପରିବର୍ତ୍ତନ, ମିଳିବ ଧନ

Budh Gochar 2024: ୧୪ ଜୁନ୍ ୨୦୨୪ ଶୁକ୍ରବାର ରାତି ୧୧ଟା୯ ସମୟରେ ବୁଧ ମିଥୁନ ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଅନୁଯାୟା, ବୁଧଙ୍କ ରାଶି ପରିବର୍ତ୍ତନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବ ।

Budh Gochar 2024: ୩ ଦିନ ପରେ ୫ ରାଶିର ଭାଗ୍ୟ ପରିବର୍ତ୍ତନ, ମିଳିବ ଧନ

Budh Gochar 2024: ଧାର୍ମିକ ବିଶ୍ୱାସ ଅନୁଯାୟୀ ବୁଧଙ୍କୁ ବୁଦ୍ଧିର କାରଣ ଭାବେ ବିବେଚନା କରାଯାଇଥାଏ । ବୁଧଙ୍କ ପ୍ରଭାବରୁ କିଛି ନିର୍ଦ୍ଦିଷ୍ଟ ରାଶିକୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ପ୍ରତ୍ୟକ ଅସମ୍ଭବ କାର୍ଯ୍ୟ ସତେ ଯେମିତି ସହଜ ହୋଇଯାଏ । ଜୀବନରେ ଖୁବ ଶୀଘ୍ର ସଫଳତା ମିଳିଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ବୁଧ ଖୁବ ଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ୧୪ ଜୁନ୍ ୨୦୨୪ ଶୁକ୍ରବାର ରାତି ୧୧ଟା୯ ସମୟରେ ବୁଧ ମିଥୁନ ରାଶିରେ ଚଳନ କରିବେ । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଅନୁଯାୟା, ବୁଧଙ୍କ ରାଶି ପରିବର୍ତ୍ତନ କେଉଁ ରାଶିକୁ ଶୁଭଫଳ ପ୍ରଦାନ କରିବ ।

କର୍କଟ ରାଶି
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କ ଚଳନ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ପରିବାର ବିବାହ କାର୍ଯ୍ୟ ହୋଇପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ଅଧିକ ମଜବୁତ ହେବ ।

ତୁଳା ରାଶି
ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯିବ । ଚାକିରୀ କ୍ଷେତ୍ରରେ ଦରମା ବୃଦ୍ଧି ହୋଇପାରେ । ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ ।

ମକର ରାଶି
ଭାଗ୍ୟର ସମର୍ଥନ କାରଣରୁ ଚାକିରୀରେ ପଦୋନ୍ନତି ମିଳିବ । କ୍ରୀଡା କିମ୍ବା କଳା କ୍ଷେତ୍ର ସହିତ ଜଡିତ ଥିବା ବ୍ୟକ୍ତିମାନେ କ୍ୟାରିୟରେ ସଫଳତା ପାଇବେ । ଆର୍ଥିକ ସଙ୍କଟ ଦୂରେଇ ଯିବା ସହ ଟଙ୍କା ସଞ୍ଚୟ କରିପାରିବେ ।

ସିଂହ ରାଶି
ଅବିବାହିତ ବ୍ୟକ୍ତିଙ୍କ କ୍ଷେତ୍ରରେ ବିବାହ ପାଇଁ ପ୍ରସ୍ତାବ ଆସିବ । ବର୍ଷର ଶେଷ ସୁଦ୍ଧା ଖୁସି ଖବର ମିଳିବ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ଉପାର୍ଜନ କରିବେ । ଚାକିରୀରେ ମଧ୍ୟ ସମ୍ମାନ ମିଳିବାର ଯୋଗ ରହିଛି ।

ମେଷ ରାଶି
କଳା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ ଶୀଘ୍ର ଏକ ବଡ଼ ଅଫର୍ ପାଇପାରନ୍ତି । ରାଜନୀତି ସହିତ ଜଡିତ ଥିବା ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଉପକୃତ ହୋଇପାରନ୍ତି । ଚାକିରି ଖୋଜୁଥିବା ବ୍ୟକ୍ତି ଆସନ୍ତା ସପ୍ତାହ ମଧ୍ୟରେ ଭଲ ଖବର ପାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Heavy Rain: ବର୍ଷା କାରଣରୁ ବେହାଲ୍ ମାୟାନଗରୀ ମୁମ୍ୱାଇ, ୨ ମୃତ ସୂଚନା

Also Read- Mangal Gochar 2024: ମେଷ ରାଶିରେ ମଙ୍ଗଳ ଚଳନ, ୨ରାଶି ପାଇଁ ଅତ୍ୟନ୍ତ ଶୁଭ