ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର...
Trending Photos
H1. Cross voting in UP and Karnataka: ରାଜ୍ୟସଭା ନିର୍ବାଚନ ବେଳେ ବ୍ୟାପକ କ୍ରସ୍ ଭୋଟିଂ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକାରେ ସମାଜବାଦୀ ପାର୍ଟି, କଂଗ୍ରେସ ଓ ବିଜେପି ବିଧାୟକମାନେ କ୍ରସ୍ ଭୋଟିଂରେ ସାମିଲ୍ ରହିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶରେ ୭ ଜଣ ସମାଜଦାବୀ ପାର୍ଟି ବିଧାୟକ ବିଜେପି ପକ୍ଷରେ ଭୋଟ୍ ଦେଇଥିବା ସୂଚନା ମିଳିଛି। ସେହିପରି କର୍ଣ୍ଣାଟକାରେ ଦୁଇଜଣ ବିଜେପି ବିଧାୟକ କଂଗ୍ରେସ ପ୍ରାର୍ଥୀ ସପକ୍ଷରେ ଭାଟ୍ ଦେଇଥିବା ଅଭିଯୋଗ ହୋଇଛି। ହିମାଚଳ ପ୍ରଦେଶରେ ମଧ୍ୟ କିଛି କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂରେ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ହରିୟାଣା ପୋଲିସ ହିମାଚଳର କଂଗ୍ରେସ ବିଧାୟକଙ୍କୁ ହରିୟାଣା ନେଇ ଯାଇଥିବା ଅଭିଯୋଗ ହୋଇଛି।
H2. Presidents 4Day visit to Odisha big ins today: ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେବାକୁ ଯାଉଛି। ସେ ମାର୍ଚ୍ଚ ୨ ତାରିଖ ଯାଏ ଓଡ଼ିଶାରେ ରହିବେ। ଆଜି ସକାଳେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଇରଙ୍ଗପୁର ପହଞ୍ଚିବେ। ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅବକାଶ ଗୃହର ଶିଳାନ୍ୟାସ କରିବେ। ଏହାପରେ ବାରିପଦାର ବଡ଼ସାହିଠାରେ ଏକଲବ୍ୟ ଆଦିବାସୀ ବିଦ୍ୟାଳୟ ଉଦ୍ଘାଟନ କରିବେ। ଆସନ୍ତାକାଲି କେନ୍ଦୁଝର ଗସ୍ତରେ ଆସି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିବେ। ପରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦ୍ଘାଟନ କରିବା ପରେ ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏହାପରେ ୧ ତାରିଖ ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୨ ତାରିଖ ଦିନ ସମ୍ବଲପୁର ଗସ୍ତରେ ଆସି ସେଠାରେ ମହିମା ସମ୍ପ୍ରଦାୟ ଅନୁଗାମୀଙ୍କ ସହ ବାର୍ତ୍ତାଳାପ କରିବା କାର୍ଯ୍ୟକ୍ରମ ରହିଛି।
H3.Kissan Salman Nidhi to transfer today, 9crore to be benefitted: ଆଜି ଆସିବ କୃଷକ ସମ୍ମାନ ନିଧି। କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ସହାୟତା ଲାଗି ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଯୋଜନାରେ ସରକାର ପ୍ରତି ଯୋଗ୍ୟ ଚାଷୀଙ୍କୁ ଆଜି ନଗଦ ରାଶି ପଠାଇବେ। ମହାରାଷ୍ଟ୍ରର ୟବତମାଳ ଠାରେ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନରେ ଉଦ୍ଘାଟନ କରିବେ। ଏହାଦ୍ୱାରା ୯ କୋଟିରୁ ଅଧିକ ଚାଷୀଙ୍କ ଖାତାରେ ସିଧାସଳଖ କିସାନ ସମ୍ମାନ ନିଧି ପହଞ୍ଚିବ। ଏହି ଯୋଜନାରେ ସରକାର ପ୍ରତି ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏ ୩ଟି କିସ୍ତିରେ ପ୍ରଦାନ କରିଥାଆନ୍ତି।
H4.grace mark to students of Plus two physics: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରେ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି। ଏହାକୁ ସ୍ୱୀକାର କରି କର୍ତ୍ତୃପକ୍ଷ ସମ୍ପୃକ୍ତ ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦେବାକୁ ଚିନ୍ତା କରିଛନ୍ତି। ଏଥିନେଇ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି। ତେବେ ଯେଉଁ ପରୀକ୍ଷାର୍ଥୀମାନେ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବା ସମ୍ଭାବନା ରହିଛି। ୨୨ ତାରିଖ ଦିନ ଅନୁଷ୍ଠିତ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୧୯ ମାର୍କର ପ୍ରଶ୍ନ ସିଲାବସ୍ ବାହାରୁ ପଡ଼ିଥିବା ଅଭିଯୋଗ ହୋଇଥିଲା।
H5.Plus two result on May 15: ଯୁକ୍ତ ଦୁଇ ପରୀକ୍ଷାଫଳ ମେ’ ୧୫ ଭିତରେ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାଏକ। ଗୋଟିଏ ଦିନରରେ ସବୁ ବିଭାଗର ଫଳାଫଳ ଏକାଠି ପ୍ରକାଶ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଏଥିଲାଗି ମାର୍ଚ୍ଚ ୨୨ରୁ ଖାତାଦେଖା ଆରମ୍ଭ ହେବ ବୋଲି ସେ କହିଛନ୍ତି।
H6.Supreme Court criticizes centre on not implementing Clinical establishment rules for different treatment charges: ସାଧାରଣ ଚିକିତ୍ସା ହେଲେବି ଭିନ୍ନଭିନ୍ନ ହସ୍ପିଟାରେ ଭିନ୍ନ ଭିନ୍ନ ଦର ଆଦାୟ କରାଯାଉଛି। ଏକ ମାନକ ଦର ନିର୍ଦ୍ଧାରଣ ପାଇଁ କ୍ଲିକାଲ୍ ଏଷ୍ଟାବ୍ଲିଶ୍ମେଣ୍ଟ ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ସରକାର ହାକୁ ଲାଗୁ କରିବାରେ ବିଫଳ ହୋଇଛି। ଯଦି କେନ୍ଦ୍ର ସରକାର ଏଥିନେଇ ପଦକ୍ଷେପ ନନିଅନ୍ତି ତେବେ କୋର୍ଟ ଏଥିପାଇଁ ଆଦେଶ ଦେବେ ବୋଲି କହି କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି ସୁପ୍ରିମ କୋର୍ଟ। ୧୪ ବର୍ଷ ହେଲା ଏହି ଆଇନରେ ଏପରି ବିଧି ନିର୍ଦ୍ଧାରଣ କରାଯାଇଛି।
H7.When ED summons you, it must appear says SC : ବେଆଇନ ଅର୍ଥ କାରବାରରେ ସମ୍ପୃକ୍ତ କୌଣସି ବ୍ୟକ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)ର ସମନ୍ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତି ତଦନ୍ତ ପାଇଁ ଉପସ୍ଥିତ ହେବା ଜରୁରୀ। ତଦନ୍ତରେ ସେ ସହଯୋଗ କରିବା ଆବଶ୍ୟକ। ଏହାକୁ ସେ ମନା କରିପାରିବେ ନାହିଁ। ବେଆଇନ ବାଲି ଉତ୍ତଳନ ମାମଲାରେ ତାମିଲନାଡ଼ୁର କିଛି ଜିଲ୍ଲାପାଳଙ୍କୁ ଇଡି ପଠାଇଥିବା ନୋଟିସ୍ ମାଲାର ବିଚାର କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ତାମିଲ୍ ନାଡ଼ୁ ହାଇକୋର୍ଟ ଏ ସମ୍ପର୍କରେ ଦେଇଥିବା ରୟକୁ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ। ଏହା ସହ ସମ୍ପୃକ୍ତ ୫ ଜିଲ୍ଲାପାଳଙ୍କୁ ଇଡିଙ୍କ ତଦନ୍ତରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
H8.CAA rule likely to be notified before poll: ନାଗରିକତ୍ୱ ସଂଶୋଧନ ଆଇନ-୨୦୧୯ କୁ ଲାଗୁ କରିବା ପାଇଁ ଆବଶ୍ୟକ ନିୟମକୁ ସରକାର ଲାଗୁ କରିବାକୁ ଯାଉଛନ୍ତି। ଏହା ଆସନ୍ତା ମାସରେ ପ୍ରଣୟନ ହୋଇପାରେ। ୨୦୧୯ ମସିହାରୁ ଏହି ଆଇନ ସଂସଦରେ ପାରିତ ହୋଇଥିଲେମ ଧ୍ୟ ଏଥିନେଇ ନୀୟକ ପ୍ରଣୟନ କରାଯାଇ ନାହିଁ। ସରକାର ନିର୍ବାଚନକୁ ଯିବା ପୂର୍ବରୁ ଏହି ଆଇନକୁ ଲାଗୁ କରିପାରନ୍ତି ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସ୍ଲିମ୍ ସମ୍ପ୍ରଦାୟ ନାଗରିକଙ୍କୁ ଭାରତୀ୍ରୟ ନାଗରିକତ୍ୱ ପ୍ରଦାନରେ ଏହି ନିୟମ ସହାୟକ ହେବ।
H9.Supreme Court issues notice to Patanjali on misleading advertisements: ବିଭ୍ରାନ୍ତକାରୀ ବିଜ୍ଞାପନ ପ୍ରସାରଣ ଲାଗି ପାତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। ଏହାର ସମସ୍ତ ବିଭ୍ରାନ୍ତକାରୀ ବିଜ୍ଞାପନକୁ ନିଷିଦ୍ଧ କରିବା ସହ କୌଣସି ରୋଗ ବା ଅନ୍ୟ ମେଢିୀକାଲ୍ ଅବସ୍ଥା ସମ୍ପର୍କରେ ବିଜ୍ଞାପନ ପ୍ରସାରଣ ନକରିବାକୁ ଆଦେଶ ଦେିଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଦାଖଲ ଏକ ମାମଲାର ବିଚାର କରି କୋର୍ଟ ଏହି ଆଦେଶ ଦେଇଛନ୍ତି।
H10. Electric Scooters in India cut price: ବ୍ୟାଟେରୀ ଦାମ୍ କମିବା ହେତୁ ଦେଶରେ ଇଲେକ୍ଟ୍ରିକ୍ ସ୍କୁଟର ଦାମ ବେଶ୍ ହ୍ରାସ ପାଇଛି। ଗଲା ଦୁଇରୁ ତିନିମାସ ଭିତରେ ୨୦-୨୫ ହଜାର ଟଙ୍କା ସ୍କୁଟର ପିଛା ଦର କମିଥିବା ଜଣାପଡ଼ିଛି। ଏହା ସମୁଦାୟ ଦରରେ ୨୨ ପ୍ରତିଶତ ହ୍ରାସ।