Top 10 News Today: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today

01- ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହବାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ଦିନ (୩ ମାର୍ଚ୍ଚ ୨୦୨୪) ଭୋଟ୍ ଦେବା ପରେ ସେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଶାହବାଜ ସରିଫ ଶନିବାର (୨ମାର୍ଚ୍ଚ) ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଭୋଟ୍ ଦେବା ପୂର୍ବରୁ ମଧ୍ୟ ଏହି ସଂଖ୍ୟା PML-N ସପକ୍ଷରେ ଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ଦେଶର କମାଣ୍ଡ ପୁଣି ଥରେ ଶେହବାଜ ସରିଫଙ୍କ ହାତକୁ ଆସିବ। ପ୍ରଧାନମନ୍ତ୍ରୀ ପଦ ପାଇଁ ଇମ୍ରାନ ଖାନଙ୍କ ପିଟିଆଇ ନେତା ଓମାର ଆୟୁବ ଖାନ ତାଙ୍କ ବିରୋଧରେ ନାମାଙ୍କନ ଦାଖଲ କରିଥିଲେ।

02- ପଦ୍ମ ଧରିଲେ ଅରବିନ୍ଦ ଢାଲି : ପୁଣି ଥରେ ବିଜେପିକୁ ଫେରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ବିଜେପି ରାଜ୍ୟ ସଭାପତି ମହମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅରବିନ୍ଦ ଢାଲି । ଶନିବାର ଦିନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ଜୟଦେବ ବିଧାୟକ।

03- ଆରମ୍ଭ ହେବ ଅଣ୍ଡର ୱାଟର ମେଟ୍ରୋ ବ୍ୟବସ୍ଥା: ପାଣିରେ ଦୌଡିବ ଟ୍ରେନ୍ । ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଅଣ୍ଡର ୱାଟର ମେଟ୍ରୋ ବ୍ୟବସ୍ଥା । କୋଲକତାରେ ଆସନ୍ତା ୬ ତାରିଖରେ ଏହି ଅଣ୍ଡର ୱାଟର ମେଟ୍ରୋର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ୩୦ ମିଟର ତଳେ, ୫୨୦ ମିଟର ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ୍।

04- କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡ଼ିବ ଟ୍ରେନ୍: ପୂରଣ ହେବ କେନ୍ଦୁଝରବାସୀଙ୍କ ସ୍ବପ୍ନ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଭିଡ଼ିଓ କନଫରେନ୍ସିଂ ମାଧ୍ୟରେ ଏହି ଟ୍ରେନ୍ ର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଏଥିସହ ମୋଦି କେନ୍ଦୁଝରଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ଦୈନିକ ଯାତ୍ରୀବାହୀ ଟ୍ରେନ୍ ର ମଧ୍ଯ ଉଦ୍‌‌ଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି।

05- ମହାକାଳପଡ଼ାରେ ଯବାନଙ୍କ ଆତ୍ମହତ୍ୟା: ମହାକାଳପଡ଼ା କିଆରବାଙ୍କ ସ୍ଥିତ ଡିଆର୍‌ଡିଓ ଅଫିସ୍‌ରେ ଯବାନଙ୍କ ଆତ୍ମହତ୍ୟା । ମୃତ ଯବାନ ରାଜେଶ କରନ୍ ବୋଲି ଜଣାପଡ଼ିଛି । ତାଙ୍କ ଘର ତାମିଲନାଡୁରେ ଅଟେ । ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ।

06- ୩୫୧ଟି ଜୀବନ୍ତ କଇଁଛ ଜବତ: ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରେ ଧରିଲା ଡିଆରଆଇ । ୩୫୧ଟି ଜୀବନ୍ତ କଇଁଛ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି । ଏହା ସହ ଏକ କାର ମଧ୍ଯ ଜବତ ହୋଇଛି ।

07- କଟକ ପ୍ରସିଦ୍ଧ ରୁପା ତାରକସୀକୁ GI ଟ୍ୟାଗ୍‌:  ୨୦୨୧ ମସିହାରୁ ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ କଟକ ରୁପା ତାରକସୀ କାମକୁ ଜିଆଇ ଟ୍ୟାଗ ମିଳିବା ନେଇ ଆବେଦନ କରାଯାଇଥିଲା। ବର୍ତ୍ତମାନ ଏହି ଟ୍ୟାଗ୍ ମିଳିବା ପରେ କାରିଗରମାନେ ଖୁସି ପ୍ରକାଶ କରିଛନ୍ତି । ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂଆନ ପରିଚୟ ପ୍ରଦାନ କରିବା ସହ ବିଶ୍ୱ ଦରବାରରେ ତାରକସୀ କାରିଗରଙ୍କ କାରୁକାର୍ଯ୍ୟ ପହଞ୍ଚାଇବ ବୋଲି ମତ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଖୁସି ପ୍ରକଟ କରିବା ସହ ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ।

08- ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍: ବଲାଙ୍ଗୀର, ଟିଟଲାଗଡ, ଧର୍ମଗଡ ଏବଂ କଳାହାଣ୍ଡିର ଛାତ୍ରଛାତ୍ରଙ୍କୁ ମିଳିଛି ନୂଆ ଓ ସ୍କଲାରସିପ । ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କୁ ୯ ହଜାର ଟଙ୍କା ମିଳିଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଏହି ଟଙ୍କା ସହାୟକ ହେବ ବୋଲି ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କହିଛନ୍ତି । ଆଗକୁ ଛାତ୍ରଛାତ୍ରୀଙ୍କୁ ନୂଆ ଓ ମ୍ୟାଜିକ କାର୍ଡ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

09- ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଳାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ମ୍ୟାଚ୍ ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୭ରେ ଖେଳାଯିବ । ଏହି ମ୍ୟାଚଟି ଧର୍ମଶାଳାରେ ଖେଳାଯିବାକୁ ଥିବାବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜରେ ୩-୧ରେ ଅଗ୍ରଣୀ ରହିଛି । ଉଭୟ ଟିମ୍ ଏକ ସ୍ୱତନ୍ତ୍ର ବିମାନରେ ଆଜି ସକାଳ ୯ଟା୩୦ ସମୟରେ ଗଗଗାଲ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗଗଗାଲ ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଭାରତ ଏବଂ ଇଂଲଣ୍ଡ ଟିମର ଖେଳାଳିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ବସ୍ ମାଧ୍ୟମରେ ହୋଟେଲ ରେଡିସନ୍ ବ୍ଲୁକୁ ନିଆଯାଇଥିଲା । ବର୍ତ୍ତମାନ ଖେଳାଳିମାନେ ସେଠାରେ ବିଶ୍ରାମ ନେଉଛନ୍ତି । ଦଳର ଅଧିନାୟକ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଭାରତୀୟ ଟିମ୍ ସହିତ ଆସିନଥିବାବେଳେ କୋଚଙ୍କ ସମେତ ଅନ୍ୟ ଖେଳାଳିମାନେ ଧର୍ମଶାଳାରେ ପହଞ୍ଚିସାରିଛନ୍ତି ବୋଲି କୁହାଯାଉଛି।

10- ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା:  ଆଜି  ୭ ଜିଲ୍ଲାରେ ହାଲୁକା ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡିକ ହେଲା, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବରଗଡ,ସମ୍ବଲପୁର, ମୟୂରଭଂଜ ଓ ବାଲେଶ୍ବର ଜିଲ୍ଲାରେ  ହାଲୁକା ବର୍ଷା ସମ୍ଭାବନା ରହିଛି।  କିଛି ସ୍ଥାନରେ ଘଡଘଡି ହୋଇପାରେ।  ସେହି ପରି ଆସନ୍ତାକାଲି ମୟୂରଭଂଜ ଓ ବାଲେଶ୍ବରରେ  ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Also Read- IND vs ENG: ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଳାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍, ମାର୍ଚ୍ଚ ୭ରେ ମ୍ୟାଚ୍

Also Read- Mercury Transit 2024: ମୀନ ରାଶିରେ ବୁଧ ଚଳନ, ମାର୍ଚ୍ଚ ୦୭ରୁ ଫିଟିବ ଏହି ରାଶିର ଭାଗ୍ୟ...