Top 10 News Today: ଟ୍ରମ୍ପଙ୍କ ଦଖଲରେ ହ୍ୱାଇଟ ହାଉସ, PM ବିଦ୍ୟାଲକ୍ଷ୍ମୀ ଯୋଜନା ଋଣ ପ୍ରଦାନ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2503811

Top 10 News Today: ଟ୍ରମ୍ପଙ୍କ ଦଖଲରେ ହ୍ୱାଇଟ ହାଉସ, PM ବିଦ୍ୟାଲକ୍ଷ୍ମୀ ଯୋଜନା ଋଣ ପ୍ରଦାନ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଟ୍ରମ୍ପଙ୍କ ଦଖଲରେ ହ୍ୱାଇଟ ହାଉସ, PM ବିଦ୍ୟାଲକ୍ଷ୍ମୀ ଯୋଜନା ଋଣ ପ୍ରଦାନ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

ଟ୍ରମ୍ପଙ୍କ ଦଖଲରେ ହ୍ୱାଇଟ ହାଉସ
ହ୍ୱାଇଟ ହାଉସ ପୁଣି ଡୋନାଲ୍ଡ ଟ୍ରମ୍ପଙ୍କ ଦଖଲରେ ରହିଛି। ତମାମ ପ୍ରତିକୂଳ ପରିସ୍ଥିତିରେ ବଳ ଜୁଟାଇ ନିଜ ଗଣପଣିଆର ପ୍ରମାଣ ଦେଇଛନ୍ତି ଟ୍ରମ୍ପ। ଏହି ନିର୍ବାଚନରେ ତାଙ୍କ ଦଳ ଉଭୟ ସିନେଟ ଓ ହାଉସ ଅଫ ରିପ୍ରେଜେଣ୍ଟଟିଭସରେ ବହୁମତ ଲାଭ କରିଛି। ଆମେରିକା ସଂସଦରେ ଟ୍ରମ୍ପଙ୍କ ଏଭଳି ଦବଦବା ବିଶ୍ୱବାସୀଙ୍କୁ ଚକିତ କରିଛି। ଏଥର ଐତିହାସିକ ବିଜୟ ହାସଲ କରିଛନ୍ତି ୭୮ ବର୍ଷୀୟ ଟ୍ରମ୍ପ। ଏହା ସହିତ ସେ ୧୨୭ ବର୍ଷର ଇତିହାସକୁ ଦୋହରାଇଛନ୍ତି। ବିଧିବ୍ୟବସ୍ଥା ଅନୁଯାୟୀ ଆସନ୍ତା ଜାନୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିବେ ଟ୍ରମ୍ପ। 

ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଫୋନ କରିବା ପରେ ଟ୍ରମ୍ପ ତାଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ। ଏହାପରେ ମୋଦି ଏକ୍ସରେ ଲେଖିଛନ୍ତି କି ବନ୍ଧୁ ଟ୍ରମ୍ପଙ୍କ ସହ ଆଜି କଥା ହୋଇ ତାଙ୍କୁ ଉଲ୍ଲେଖନୀୟ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି। ପ୍ରଯୁକ୍ତି, ପ୍ରତିରକ୍ଷା, ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କିଭଳି ଆହୁରି ମଜବୁତ ହେବ ସେ ନେଇ ଆଲୋଚନା କରିଥିଲି। ମୋଦିଙ୍କ ଫୋନ କଲ ପାଇ ଟ୍ରମ୍ପ କଥା ହୋଇଥିଲେ। 

PM ବିଦ୍ୟାଲକ୍ଷ୍ମୀ ଯୋଜନା ଋଣ ପ୍ରଦାନ
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩ହଜାର ୬ଶହ କୋଟି ଟଙ୍କା ବ୍ୟୟରେ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ। ସେମାନଙ୍କୁ ସହଜ ସରଳ ଉପାୟରେ ଶିକ୍ଷା ଋଣ ମିଳିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଋଣ ଦିଆଯିବ। ଏହାଦ୍ବାରା ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ। ଡିଜିଟାଲ ଆପ୍ଲିକେସନ ଜରିଆରେ ବିନା ବାଧାରେ ମେଧାବୀଙ୍କୁ ଋଣ ମିଳିବ। ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।

୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ
୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଏଥିପାଇଁ ମାଟି ପରୀକ୍ଷା ଓ ରାସ୍ତା ପ୍ରଶସ୍ତୀକରଣ କାମ ଜୋରସୋରରେ ଚାଲିଛି । ପ୍ରକଳ୍ପ ଲାଗି ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣାଯିବାର ଯୋଜନା ରହିଛି। ଯାହାକି ପ୍ରତି ୧୦ ମିନିଟ୍‌ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ। ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର। ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ। କଟକ-ଭୁବନେଶ୍ବର ବାସିନ୍ଦା ଅପେକ୍ଷା କରିଥିବା ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସଂପର୍କରେ ଆସିଛି ଏଭଳି ଖବର। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରହିଛି। ଅପ୍ ଏବଂ ଡାଉନ୍ ଲାଇନରେ ୬ଟି ଲେଖାଏଁ ମେଟ୍ରୋ ଦୌଡ଼ିବ। 

ରାଜଧାନୀରେ ଦୁର୍ଘଟଣା
କାର୍‌କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଅନ୍ୟ କାର୍। ରାଜଧାନୀ ଭୁବନେଶ୍ୱର ସ୍ଥିତ ରେଣ୍ଟାଲ କଲୋନୀରୁ ଭରତପୁର ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ଏକ କାରଟି  ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଥିବା କାର୍‌କୁ ଧକ୍କା ଦେଇଥିଲା। ପରେ  ଦୁର୍ଘଟଣାଗ୍ରସ୍ତ କାର୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ ୪ ଜଣ ହୋଇଥିଲେ।  ରାସ୍ତାଉପରେ କାରଟି ଓଲଟି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇଥିଲା।

ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’
ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ । ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ସମୁଦାୟ ୬ ହଜାର ୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଡିସେମ୍ବରରେ ଓଏଏସ ପ୍ରିଲିମ ପରୀକ୍ଷା
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ପ୍ରାରମ୍ଭିକ(ପ୍ରିଲିମ୍) ପରୀକ୍ଷା ଆସନ୍ତା ଡିସେମ୍ବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏ ନେଇ ଏକ ନୋଟିଫିକେସନ୍ ଜାରି କରାଯାଇଛି। ଓପିଏସସି ତରଫରୁ ଜାରି ହୋଇଥିବା ନୋଟିଫିକେସନ୍ ଅନୁଯାୟୀ ୧୫ ଡିସେମ୍ବର ୨୦୨୪ (ରବିବାର) ଦିନ ଏହି ପରୀକ୍ଷା ହେବ।

ତାରାତାରିଣୀ ମନ୍ଦିରରେ ବଡ଼ ଧରଣର ଚୋରି
ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାର ଏକ ପର୍ଯ୍ୟଟନ କ୍ଷେତ୍ରଭାବେ ପରିଚିତ ତାରାତାରିଣୀ ମନ୍ଦିରରେ ବଡ଼ ଧରରଣର ଚୋରି ହୋଇଛି। ଦୁର୍ବୃତ୍ତ ତାଲା ଭାଙ୍ଗି ମା’ଙ୍କ ଗହଣା, ଛତ୍ରୀ, ମୁକୁଟ ସହ ହୁଣ୍ଡିରୁ ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୂଚନା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। 

ପାଞ୍ଜିକୁ ନେଇ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ
ପାଞ୍ଚିକାରମାନେ ପରିଶ୍ରମ ନ କରି କପି କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ପାଞ୍ଜିରେ ଏତେ ବ୍ୟତିକ୍ରମ ଦେଖାଯାଉଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମତ ଦେଇଛନ୍ତି। ସେ କହିଛନ୍ତି ପାଞ୍ଜିକାରମାନେ ନିଜ ଗଣନା ଅନୁସାରେ ଯଦି ପାଞ୍ଜି ପ୍ରସ୍ତୁତ କରୁଥାନ୍ତେ ତେବେ ଏଭଳି ବ୍ୟତିକ୍ରମ ରୁହନ୍ତାନି। କିନ୍ତୁ ସେମାନେ ବ୍ରିଟେନ, ଆମେରିକା ଭଳି ଦେଶର ଗଣନାକୁ ନକର କରୁଛନ୍ତି। ଯାହାର ପରିଣାନରୁ ତିଥି ନକ୍ଷତ୍ର ଆଦି ମେଳ ଖାଉନି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ଗଣନା ଉପରେ ପ୍ରଶ୍ନ ଉଠାଇଛନ୍ତି ପାଞ୍ଜିକାର। 

ମୋ ବସ ବେଗରେ ଲାଗିଲା ବ୍ରେକ
ମୋ ବସ ଦ୍ଵାରା ଏକାଧିକ ଦୁର୍ଘଟଣା ହେବା ପରେ ନଗର ଉନ୍ନୟନ ବିଭାଗ ଏହାକୁ ଗୁରୁତର ସହ ନେଇଛି । ଏଣିକି ସହର ଭିତରେ ବୁଲୁଥିବା ମୋ’ ବସ୍‌ର ବେଗ ୪୦ କିଲୋମିଟରରୁ ଅଧିକ ରହିବ ନାହିଁ। ଯେଉଁ ବସ୍‌ ଗୁଡ଼ିକ ବାହାରକୁ ଯାଉଛି, ତାହାର ସର୍ବାଧିକ ବେଗ ୫୦ କିଲୋମିଟର ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କୁହାଯାଇଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।