Top 10 News Today: ଆସନ୍ତା କାଲି ଡାକ୍ତରଖାନା ବନ୍ଦ, ବଙ୍ଗୋପସାଗରରେ ଲଘୁଚାପ ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2386210

Top 10 News Today: ଆସନ୍ତା କାଲି ଡାକ୍ତରଖାନା ବନ୍ଦ, ବଙ୍ଗୋପସାଗରରେ ଲଘୁଚାପ ଏବଂ ଅନ୍ୟ ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ଆସନ୍ତା କାଲି ଡାକ୍ତରଖାନା ବନ୍ଦ, ବଙ୍ଗୋପସାଗରରେ ଲଘୁଚାପ ଏବଂ ଅନ୍ୟ ପ୍ରମୁଖ ଖବର

1. ପୃଥିବୀ ପ୍ରଦକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ଉପଗ୍ରହର ଆଜି ହେବ ତୃତୀୟ ପରୀକ୍ଷଣ। ଏଥିଲାଗି କ୍ଷୁଦ୍ର ଉପଗ୍ରହ ଉତ୍‍କ୍ଷେପଣ ଯାନ -୦୩ର ଆଜିଠାରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ଏହା ଇସ୍ରୋର SSLV-D3-EOS-08 ମିଶନ ଭାବେ ପରିଚିତ। ଫବୃୟାରୀ ମାସରେ ଏହି ଉପଗ୍ରହର ଦ୍ୱିତୀୟ ସଫଳ ଉତ୍‍କ୍ଷେପଣ ହୋଇଥିଲା। ଏହା ତୃତୀୟ ତଥା ଶେଷ ପରୀକ୍ଷଣ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

2. ଅଗଷ୍ଟ ୧୭ରେ ସବୁ ଡାକ୍ତରଖାନାର ବର୍ହିବିଭାଗ ବନ୍ଦ କରହିବ। ସକାଳ ୬ଟାରୁ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି ନିଷ୍ପତ୍ତି ନେଇଛି ଭାରତୀୟ ଭୋଷଜ ପରିଷଦ ବା ଆଇଏମ୍‍ଏ। କୋଲକତାର ଆରଜି ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନେଇଛି ସଂଘ। କିଛି ଅସ୍ତ୍ରୋପଚାରକୁ ମଧ୍ୟ ବନ୍ଦ ରଖାଯିବ। କିନ୍ତୁ ଏହି ବନ୍ଦ ନିଷ୍ପତ୍ତିରୁ ଜରୁରୀ ଅସ୍ତୋପଚାର ଓ ସେବାକୁ ଅବ୍ୟାହତି ଦିଆଯାଇଛି। ୨୪ ଘଣ୍ଟାଯାଏ ଏହି ଆନ୍ଦୋଳନ ଚାଲିବ।

3. ଡାକ୍ତରୀ ଛାତ୍ରମାନେ ମାନସିକ ଚାପରେ ରହୁଛନ୍ତି। ଏପରିକି ତାଙ୍କ ମାନିସିକ ଅବସ୍ଥା ଭଲ ରହୁ ନାହିଁ ବୋଲି ଜାତୀୟ ଭେଷଜ ପରିଷଦ (ଏନ୍‍ଏମ୍‍ସି) ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ୨୮ ପ୍ରତିଶତ ସ୍ନାତ୍ତକ ଏବଂ ୧୫ ପ୍ରତିଶତ ସ୍ନାତ୍ତକୋତ୍ତର ଛାତ୍ରଛାତ୍ରୀ ଏପରି ମାନସିକ ବିଷରଦରେ ବୁଡ଼ି ରହିଛନ୍ତି। ଏଣୁ କନିଷ୍ଠ ଡାକ୍ତରମାନଙ୍କୁ ସର୍ବାଧିକ ସପ୍ତାହକୁ ୭୪ ଘଣ୍ଟା କାମ, ଗୋଟିଏଦିନ ଛୁଟି ଏବଂ ଦୈନିକ ୭ରୁ ୮ ଘଣ୍ଟା ନିଦ ପାଇଁ ପରାମର୍ଶ ଦେଇଛନ୍ତି ଏନ୍‍ଏମ୍‍ସି । 

4. ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ନବନିର୍ବାଚିତ  ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡି ବର୍ଜନ କରିବ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦ୍‍ଘାଟନ କରିବାକୁ ସ୍ଥିର ହୋଇଥିବାରୁ ଦଳ ପକ୍ଷରୁ ଏହାକୁ ବିରୋଧ ପ୍ରଦର୍ଶନ ପୂର୍ବକ ବିଜେଡି ଏପରି ନିଷ୍ପତ୍ତି ନେଇଛି। ଏଥର ବିଧାନସଭାରେ ୮୪ଜଣ ନବ ନିର୍ବାଚିତ ବିଧାୟକ ରହିଛନ୍ତି। ବିଧାନସଭାରେ ସେମାନଙ୍କ ଆଚରଣ କିପରି ରହିବ, ବିଧାନସଭା କାର୍ଯ୍ୟକ୍ରମ ଗୁଡ଼ିକ ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜଚନ କରାଯାଉଛି। କିନ୍ତୁ ଯେଉଁଭଳି ଭାବେ ବିଜେପି ପରମ୍ପରା ଭାଙ୍ଗୁଛି ତାହାକୁ ବିରୋଧ କରିଛି ବିଜେଡି। 

5. ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଭାରତ ବାଂଲାଦେଶକୁ ପ୍ରତ୍ୟାର୍ପଣ କରିବ। ଏହାଙ୍କ ପାଇଁ ଦେଶ ଅନେକ ସମସମ୍ୟାର ସମ୍ମୁଖୀନ ହେଉଛି ବୋଲି ମନ୍ତବ୍ୟ ରଖିଛନ୍ତି ବଂଲାଦେଶର ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋଇଦ ହୁସେନ।ତେବେ ଏନେଇ ଭାରତ ପକ୍ଷରୁ କୁଛି ମନ୍ତବ୍ୟ ରଖାଯାଇ ନାହିଁ। 

6. ଡ୍ରୋନ ଉଡ଼ିବ ୧୦୦୦ କିଲୋମିଟର। ଖାଲି ସେ;ତିକି ନୁହେଁ ଏହା ୩୦ରୁ ୪୦ କିଲୋ ବିସ୍ଫୋରକ ନେଇ ଟାର୍ଗେଟ ସ୍ଥଳରେ ବିନା ଜିପିଏସରେ ପକାଇପାରିବ। ଏପରି ଏକ ସଶକ୍ତ ଡ୍ରୋନକୁ ପ୍ରସ୍ତୁତ କରିଛନ୍ତି, ଭାରତର ନ୍ୟାସନାଲ ଏରୋସ୍ପେସ୍‍ ଲୋବାରେଟୋରୀ ବା ଏନ୍‍ଏଏଲ୍‍। ଭାରତୀୟ ସେନାକୁ ଆତଙ୍କୀଙ୍କୁ ମୁକାବିଲା କରିବାରେ ଏହି ଡ୍ରୋନ ଯଥେଷ୍ଟ ସହାୟକ ହେବ ବୋଲି ଏନ୍‍ଏଏଲ୍‍ କହିଛି। 

7. ବିଭିନ୍ନ ଖବରକାଗଜ ଓ ସ୍ୱାଧୀନ ନ୍ୟୁଜ୍‍ ଏଜେନ୍ସୀ ଗୁଡ଼ିକର ଡିଜିଟାଲ୍‍ ନ୍ୟୁଜ୍‍ ସବସ୍କ୍ରିପ୍ସନ ଉପରେ ଲାଗୁଥିବା ଜିଏସ୍‍ଟିକୁ ୧୮ରୁ ୫ ପ୍ରତିଶତ କରାଯିବ। ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଏସ୍‍ଟି ପରିଷଦକୁ ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ପ୍ରଦାନ କରାଯାଇଛି। 

8. ଜଣେ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିଛି ଘଟଣା ଘଟିଛି ଉତ୍ତରାଖଣ୍ଡରୁ। ଗତମାସରେ ଏହି ଘଟଣା ରୁଦ୍ରପୁରରେ ଘଟିଛି। ଉତ୍ତର ପ୍ରଦେଶର ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି  ସମ୍ପୃକ୍ତ ନର୍ସଙ୍କୁ ପ୍ରଥମେ ବଳାତ୍କାର ଓ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏତଲା ପାଇବା ପରେ ପୁଲିସ ରାଜସ୍ଥାନରୁ ତାଙ୍କୁ ଗିରଫ କରିଛନ୍ତି

9. ସିସ୍କୋ ସିଷ୍ଟମ୍ସ ପକ୍ଷରୁ ବିଶ୍ୱ ସ୍ତରରେ ଏହା ଦ୍ୱାରା ନିଯୁକ୍ତ ମାନବ ସମ୍ବଳର ୭ ପ୍ରତିଶତ ଛଟେଇ କରାଯିବ। ଅର୍ଥାତ୍‍ ୬୦୦୦ କର୍ମଚାରୀ ତାଙ୍କ ଚାକିରି ହରାଇବେ। କୃତ୍ରିମ ବୁଦ୍ଧିମତ୍ତା ଏବଂ ସାଇବର ସୁରକ୍ଷାକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। 

10. ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି।  ପାଣିପାଗ ବିଭାଗର ସୂଚନା ଅନୁସାରେ ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ସମ୍ବଲପୁର ଏବଂ ବରଗଡ଼ର  କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଏଠାରେ ପୀତ ସତର୍କତା ଜାରି କରାଯାଇଛି।