Top 10 News: ଆଜିଠୁ ଶ୍ରୀମନ୍ଦିରରେ ଦଇତାସେବକଙ୍କ ପ୍ରବେଶ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2299891

Top 10 News: ଆଜିଠୁ ଶ୍ରୀମନ୍ଦିରରେ ଦଇତାସେବକଙ୍କ ପ୍ରବେଶ ଓ ଅନ୍ୟାନ୍ୟ ଖବର

Top 10 News: ଆଜିଠୁ ଶ୍ରୀମନ୍ଦିରରେ ଦଇତାସେବକଙ୍କ ପ୍ରବେଶ ଓ ଅନ୍ୟାନ୍ୟ ଖବର 

Top 10 News: ଆଜିଠୁ ଶ୍ରୀମନ୍ଦିରରେ ଦଇତାସେବକଙ୍କ ପ୍ରବେଶ ଓ ଅନ୍ୟାନ୍ୟ ଖବର

1.ଆଗାମୀ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜି ଗୁରୁବାର ଠାରୁ ପ୍ରବେଶ କରିଛନ୍ତି ଦଇତା ସେବକ।  ଏମାନେ  ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ଭାବେ ପରିଚିତ।  ଦୀର୍ଘ ଏକମାସ  ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା, ବାହୁଡା଼, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ।   ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠରେ  ସେନାପଟା ନିର୍ମାଣ  କାର୍ଯ୍ୟ ଦଇତାପତି ମାନେ ଆରମ୍ଭ କରିବେ।

2.ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଗଠନ କରାଯାଇଥିବା ଜଷ୍ଟିସ ରଘୁବୀର ଦାସଙ୍କ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆସନ୍ତା କ୍ୟାବିନେଟ ବୈଠକରେ ଏହି ରିପୋର୍ଟ ଆସିବା ସମ୍ଭାବନା ରହିଛି। ସେପ୍ଟମ୍ବର ୨୯, ୨୦୨୩ ମସିହାରେ ଏହି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଥିଲା।

3.ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର କେବେ ଖୋଲାଯିବ, ତାହାକୁ ନେଇ ଉଚିତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।  ଗତକାଲି ଏଏସ୍‍ଆଇ ଅଧୀକ୍ଷକଙ୍କ ବୟାନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।

4.ବିଧାୟକ ସୁରମା ପାଢ଼ୀ ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏଣୁ ବିନା ନିର୍ବାଚନରେ ଆଜି ତାଙ୍କୁ ବାଚସ୍ପତି ଘୋଷଣା କରାଯିବ। ସେ ଓଡ଼ିଶାର ବାଚସ୍ପତି ହେବାରେ ଦ୍ୱିତୀୟ ମହିଳା ହେବେ।

5.ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପୁଣି ୪୦ରୁ ୫୦ କିଲୋମିଟର ବେଗରେ ପବନ ଓ ଘଡ଼ଘଡ଼ି ବିଜୁଳି ମାଡ଼ ହୋଇପାରେ। ଏ ବିଷୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପ୍ରାକ୍‍ ମୌସୁମୀ ବର୍ଷା ମୌସୁମୀ ବାୟୁକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

6.ଦିଲ୍ଲୀରେ ଏଥର ଅସହ୍ୟ ଗୁରୁଗୁଳି ଓ ତାତି ଅନୁଭବ ହେଉଛି। ଏହି ଅସହ୍ୟ ତାତି ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନିକ ସ୍ତରରୁ ଖବର ମିଳିଛି। ତେବେ ବାସ୍ତବିକ ଏହି ମୃତ୍ୟୁ ସଂଖ୍ୟା ଢେର ଅଧିକ ହେବ ବୋଲି ଆଶଙ୍କା କରାଯାଇଛି। ଆହୁରି ୧୪୦ରୁ ଅଧିକ ଲୋକ ଗରମରେ ପୀଡ଼ିତ ହୋଇ ବିଭିନ୍ନ ହସ୍‍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

7.ତାମିଲନାଡ଼ୁର କଲ୍ଲାକୁରୁଚିଠାରେ ବିଷାକ୍ତ ମଦ ପିଇ ୨୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୦ରୁ ଅଧିକ ଗୁରୁତର ରହିଛନ୍ତି। ଏହି ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଏମ୍‍ କେ ଷ୍ଟାଲିନ ଏନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଷ୍ଟାଲିନ।

8.ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ୬୬ତମ ଜନ୍ମ ଦିବସ। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ମୁର୍ମୁ  ସେବା ଓ ସମର୍ପଣ ଭାବରେ  ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତ ଦେବା ସହିତ ସେ ରାଷ୍ଟ୍ରପତିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

9.ବାଲେଶ୍ୱର ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଏଥିଯୋଗୁ ପ୍ରଶାସନ ପକ୍ଷରୁ ସକାଳ ବେଳା ଲୋକଙ୍କ ମତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ୧୧ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ତେବେ ଇଣ୍ଟରନେଟ ଉପରେ କଟକଣା ବଳବତ୍ତର ରହିଛି।

10.ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ  ବିଗତ ୧୫୨ ଦିନରେ ୧୪୩ ଜଣ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କପା ଏବଂ କମଳା ଚାଷ ପାଇଁ ପରିଚିତ ଏହି ଅଞ୍ଚଳରେ ପ୍ରାୟ ପ୍ରତିଦିନ ଚାଷୀଙ୍କ ଆତ୍ମହତ୍ୟା ଚାରିଆଡ଼େ ଆଲଷାଡ଼ ସୃଷ୍ଟି କରିଛି। ପୂର୍ବରୁ ଅମରାବତୀକୁ ଲାଗିକରି ଥିବା ୟବତମାଳ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୨୧ ମସିହାରେ ସେଠାରେ ୩୭୦ ଚାଷୀ ଆତ୍ମହତ୍ୟା କରିଥିବାବେଳେ, ୨୦୨୨ରେ ୩୪୯, ଏବଂ ୨୦୨୩ରେ ୩୨୩ ଜଣ ଆତ୍ମହତ୍ୟା କରିଥିଲେ।