Top 10 News Today: ମଣିପୁରରେ ପୁଣି ହିଂସାକାଣ୍ଡ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2419317

Top 10 News Today: ମଣିପୁରରେ ପୁଣି ହିଂସାକାଣ୍ଡ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ମଣିପୁରରେ ପୁଣି ହିଂସାକାଣ୍ଡ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:

Headlines 01- ଆଜି ଅଗ୍ରପୂଜ୍ୟଙ୍କୁ ସ୍ୱାଗତ କରିଛି ସମଗ୍ର ଦେଶ । ବିଭିନ୍ନ ସ୍ଥାନରେ ଧୂମଧାମ୍ ରେ ପାଳିତ ହୋଇଛି ଗଣେଶ ପୂଜା । ରଙ୍ଗ ବେରଙ୍ଗର ସାଜସଜ୍ଜା ସହ ତୋରଣରେ ଝଲସୁଛି ଗାଁଠୁ ସହର । ନାଚ ଗୀତରେ ମସଗୁଲ ରହିଛନ୍ତି ସଭିଏଁ । ସମସ୍ତ ଶିକ୍ଷାନୁଷ୍ଠାନ, କ୍ଲବ ସମେତ ପ୍ରତି ଘରେ ଗଜାନନଙ୍କ ଆବିର୍ଭାବ ପରିବେଶକୁ ଭକ୍ତିମୟ କରିଛି ।

Headlines 02- ମଣିପୁରରେ ପୁଣି ହିଂସାକାଣ୍ଡ ସାମ୍ନାକୁ ଆସିଛି ।  ଜିରିବାମ ଜିଲ୍ଲାରେ କୁକି ଏବଂ ମେତେଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହେବା କାରଣରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ସନ୍ଦିଗ୍ଧମାନେ ଜଣଙ୍କ ଘର ଜାଳି ଦେଇଥିବା ସୂଚନା ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି ।

Headlines 03- ରାଉରକେଲାରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ସମୟରେ ୪ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଉଦିତନଗର ନିକଟରେ ଥିବା ଏକ ଗହଣା ଦୋକାନରେ ପହଞ୍ଚି ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରୁଥିଲେ ଲୁଟେରା । ଦୋକାନ ବାହାରେ ଥିବା ଲୋକେ ପୋଲିସକୁ ଏ ବାବଦରେ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଅନ୍ୟ ୩ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପୋଲିସ ।

Headlines 04- ବିଜୁ ଜନତା ଦଳରୁ ଜଣଙ୍କ ପରେ ଜଣେ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ସାଂସଦ ମମତା ମହାନ୍ତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଥିବାରୁ ଏପରି ହେଉଛି । ଅନ୍ୟପଟେ, ସାଂସଦମାନେ ଦଳ ଛାଡ଼ିବା କାରଣରୁ ବିଜେଡି ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ଅମର ଶତପଥି ।

Headlines 05-  ଆଜିଠୁ ଗଡ଼ିଲା ସୁଭଦ୍ରା ରଥ । ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ ଏହି ରଥ। ସୁଭଦ୍ରା ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Headlines 06- ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଗିରଫ କରିଛି ପୋଲିସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ। ସତ୍ୟ ପ୍ରକାଶ ସ୍ବାଇଁଙ୍କର ଭୁବନେଶ୍ବର ଝାରପଡ଼ାରେ ତାଙ୍କର ୪ମହଲା କୋଠା ରହିଛି। ୩୩ଶହ ବର୍ଗଫୁଟ ଜମିରେ ଥିବା ଏହି କୋଠାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ। ଭୁବନେଶ୍ବର, ଢେଙ୍କାନାଳ ଓ ବଲାଙ୍ଗିରରୁ ୪ ଟି ପ୍ଲଟ ଠାବ ହୋଇଛି। ୧୦ ଲକ୍ଷ ଟଙ୍କାର ସୁନା, ୬ ଲକ୍ଷ ୨୪ ହଜାର ବ୍ୟାଙ୍କ ଡିପୋଜିଟ୍ ମିଳିଛି। ତାଙ୍କର ଅମାପ ସଂପତ୍ତି ଠାବ ହୋଇଛି।

Headlines 07- ରବିବାର ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ। ଅପରାହ୍ନ ଗୋଟାଏ ୧୦ରେ ସମଲେଇ ମନ୍ଦିରରେ ପହଞ୍ଚି ମାଆ ସମଲେଇଙ୍କୁ ଦର୍ଶନ କରିବେ। ଏହାପରେ ଦିନ ୩ଟା ୩୫ରେ ମରାୱାଡ଼ି ଯୁବାମଞ୍ଚ ଦ୍ବାରା ରିଭର ଇନଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ନ ୪ଟା ୧୫ରେ ମୁଖ୍ୟମନ୍ତ୍ରୀ ତପସ୍ବିନୀ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଉଦଘାଟନ କରିବେ।

Headlines 08- ୩ମାସରେ ପୂରଣ ହେବ ଦୁଇ ହଜାର ବନରକ୍ଷୀ ପଦବୀ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି। ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ବନ ବିଭାଗର ସମୀକ୍ଷା ବୈଠକରେ ବର୍ତ୍ତମାନ ସାରା ରାଜ୍ୟରେ ୩ ହଜାର ବନରକ୍ଷୀ ପଦବୀ ଖାଲିଥିବା ଜାଣିବା ପରେ ତିନି ମାସ ମଧ୍ୟରେ ସେଥିରୁ ୨ ହଜାର ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଙ୍ଗଲରେ ଘଟୁଥିବା ଘଟଣାକୁ ରୋକ ଲଗାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଫଳ ସ୍ଵରୂପ ତିନି ମାସ ମଧ୍ୟରେ ଦୁଇ ହଜାର ବନରକ୍ଷୀ ପଦବୀ ପୂରଣ କରିବେ ବୋଲି କେନ୍ଦୁଝର ଗସ୍ତରେ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି। 

Headlines 09- ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଘଟଣାର ମାଷ୍ଟର ମାଇଣ୍ଡ ସମେତ ମୋଟ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗଁଦିଆ ପୋଲିସ। 

Headlines 10- ଲଘୁଚାପ ପ୍ରଭାବରେ ଶନିବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ୍ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା,ପୁରୀ, ଖୋର୍ଦ୍ଧା, କୋରାପୁଟ୍ , ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି, ଆଜି  ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ , ଗଜପତି, ଗଂଜାମ, ମୟୂରଭଂଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇପାରେ। 

Also Read- Video: ତାଳ ଗଛରେ ବନ୍ଧା ହେଲେ ଓଲିଉଡ ଅଭିନେତା ସ୍ୱରାଜ