୧୭ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ, ପ୍ରଥମେ ପ୍ରେମିକ ପରେ ୧୨ ଜଣ କରିଥିଲେ ଦୁଷ୍କର୍ମ
Advertisement
Article Detail0/zeeodisha/odisha2040725

୧୭ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ, ପ୍ରଥମେ ପ୍ରେମିକ ପରେ ୧୨ ଜଣ କରିଥିଲେ ଦୁଷ୍କର୍ମ

Crime News: ନାବାଳିକା ୧୩ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ସେ ତାଙ୍କ ପ୍ରେମିକ ଓ ତା'ର ସହଯୋଗୀଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ। ପରେ ବିଶାଖାପାଟନମର ଆର.କେ ବିଚରେ ୧୧ ଜଣ ଫଟୋଗ୍ରାଫର ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

୧୭ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ, ପ୍ରଥମେ ପ୍ରେମିକ ପରେ ୧୨ ଜଣ କରିଥିଲେ ଦୁଷ୍କର୍ମ

Crime News: ଓଡ଼ିଶାର ଏକ ୧୭ ବର୍ଷର ଝିଅ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ଘୃଣ୍ୟ ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଓଡିଶାର ଜଣେ ୧୭ ବର୍ଷର ନାବାଳିକା ସହ ଘଟିଛି । ନାବାଳିକା ୧୩ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ସେ ତାଙ୍କ ପ୍ରେମିକ ଓ ତା'ର ସହଯୋଗୀଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ। ପରେ ବିଶାଖାପାଟନମର ଆର.କେ ବିଚରେ ୧୧ ଜଣ ଫଟୋଗ୍ରାଫର ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଡିସେମ୍ବର ୧୭ ଓ ୧୯ ରେ ନାବାଳିକା ଜଣକ ଏହି ଭୟଙ୍କର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏକ ନିଖୋଜ ଅଭିଯୋଗ ଆସିବା ପରେ ଆନ୍ଧ୍ର ପୋଲିସ ତାଙ୍କୁ ଓଡ଼ିଶାର ତାଙ୍କ ଘରୁ ପାଇଥିଲା। ଏହାପରେ ତଦନ୍ତ ପାଇଁ ତାଙ୍କୁ ବିଶାଖାପାଟନମକୁ ଅଣାଯାଇଥିଲା। ପୀଡିତାଙ୍କ ସୂଚନାକୁ ଆଧାର କରି ବିଶାଖାପାଟନମ୍ ପୋଲିସ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି। ଝାଡଖଣ୍ଡର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଟ୍ରାକ କରିବାକୁ ପ୍ରଚେଷ୍ଟା ଚାଲିଛି।

ପୋଲିସର ସୂଚନାନୁସାରେ, ପୀଡିତାଙ୍କ ପିତା ଡିସେମ୍ବର ୧୮ରେ ବିଶାଖାପାଟନମ୍ ୪ର୍ଥ ଟାଉନ୍ ପୋଲିସ୍ ଷ୍ଟେସନରେ ଏକ ନିଖୋଜ ମାମଲା ଦାୟର କରିଥିଲେ। ପୀଡିତା ଜଣେ ସରକାରୀ କର୍ମଚାରୀଙ୍କ ଘରେ ଚାକରାଣୀ ଭାବରେ କାର୍ଯ୍ୟ କରୁଥିଲେ। ମାଲିକ ଘରଲୋକେ ଛୁଟିଦିନ ବୁଲିବାକୁ ଯାଇଥିବା ବେଳେ, ଝିଅଟି ଘରେ ଏକାକୀ ରହି ମାଲିକଙ୍କ ଗୃହପାଳିତ ପଶୁଙ୍କ ଯତ୍ନ ନେଉଥିଲା। ପୋଲିସକୁ ପୀଡିତା ଜଣଙ୍କ ବିବୃତ୍ତି ଦେଇ କହିଛନ୍ତି, ଡିସେମ୍ବର ୧୭ରେ ସେ ତାଙ୍କ ପ୍ରେମିକଙ୍କ ସହ ଆର.କେ ବିଚକୁ ଯାଇଥିଲେ। ତାଙ୍କ ପ୍ରେମିକ ତାଙ୍କୁ ଏକ ଲଜକୁ ନେଇଗଲେ, ଯେଉଁଠାରେ ସେ ଏବଂ ତାଙ୍କ ବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏହି ଘଟଣା ପରେ ଝିଅଟି ଜୀବନ ହାରିବାକୁ ଆର.କେ ବେଳାଭୂମିରେ ପହଞ୍ଚିଥିଲା। ସେଠାରେ ଜଣେ ସି ବିଚ୍ ଫଟୋଗ୍ରାଫର ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରି ତାଙ୍କୁ ଏକ ଲଜକୁ ନେଇଗଲେ, ଯେଉଁଠାରେ ସେ ତାଙ୍କ ସହଯୋଗୀମାନଙ୍କ ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତାଙ୍କୁ ଦୁଇ ଦିନ ଧରି ୧୩ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ। ପୀଡିତା ଜଣକ ଖସିଯିବାରେ ସଫଳ ହୋଇ ଓଡ଼ିଶାର କଳାହାଣ୍ଡିରେ ଥିବା ତାଙ୍କ ଗାଁରେ ପହଞ୍ଚିଥିଲେ। ଘଟଣା ଜଣାପଡିବା ପରେ ବିଶାଖାପାଟନମରେ ମହିଳା ସଂଗଠନ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି।

Also Read- ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

Also Read- ରାମ ମନ୍ଦିର ହେବା ନେଇ ୩୩ ବର୍ଷ ପୂର୍ବରୁ ହୋଇଥିଲା ପୂର୍ବାନୁମାନ, ଦେବରାହ ବାବାଙ୍କୁ ନିମନ୍ତ୍ରଣ