Gold Price Today: କିଛିଦିନର ବ୍ରେକ୍ ପରେ ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆଜି ଭରିପିଛା ରେଟ୍ କେତେ?
Advertisement
Article Detail0/zeeodisha/odisha2388041

Gold Price Today: କିଛିଦିନର ବ୍ରେକ୍ ପରେ ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆଜି ଭରିପିଛା ରେଟ୍ କେତେ?

Gold Price Today: ୧୦ ଗ୍ରାମ ବା ଭରି ପିଛା ମୂଲ୍ୟ ୬୫ ହଜାର ୬୬୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ଭରି ପିଛା ୭୧ ହଜାର ୬୩୦ ଟଙ୍କା ରହିଛି। ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ବା ଭରି ପିଛା ମୂଲ୍ୟ ୬୫ ହଜାର ୮୧୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ଭରି ପିଛା ୭୧ ହଜାର ୭୮୦ ଟଙ୍କାରେ ପହଞ୍ଚିଛି।

Gold Price Today: କିଛିଦିନର ବ୍ରେକ୍ ପରେ ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆଜି ଭରିପିଛା ରେଟ୍ କେତେ?

Gold Price Today: କିଛିଦିନର ବ୍ୟବଧାନ ପରେ ପୁଣିଥରେ ବଢିଛି ସୁନା ରେଟ୍ । ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ର ମୂଲ୍ୟ ୬,୫୬୬ ଟଙ୍କା ଏବଂ ୨୪ କ୍ୟାରେଟ ସୁନା (ଯାହାକୁ ୯୯୯ ସୁନା ମଧ୍ୟ କୁହାଯାଏ) ଗ୍ରାମ ପିଛା ରହିଛି ୭,୧୬୩ ଟଙ୍କା ରହିଛି । ରାଜଧାନୀରେ ଏକଗ୍ରାମ ପିଛା ୬ ହଜାର ୫୬୬ ଟଙ୍କା ରହିଥିବା ବେଳେ ୮ ଗ୍ରାମକୁ ୫୨ ହଜାର ୫୨୮ ଏବଂ ୧୦ ଗ୍ରାମ ବା ଭରି ପିଛା ୬୫ ହଜାର ୬୬୦ ଟଙ୍କା ରହିଛି। ସେହିପରି ୧୦୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬, ୫୬, ୬୦୦ ଟଙ୍କା ରହିଛି। ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଗତକାଲି ୬୫ ହଜାର ୬୫୦ ଟଙ୍କା ରହିଥିବା ବେଳେ ଆଜି ୧୦ଟଙ୍କା ବଢି ୬୫ ହଜାର ୬୬୦ ଟଙ୍କା ରେ ପହଞ୍ଚିଛି। 

ସେହିପରି ରାଜଧାନୀରେ ୨୪ କ୍ୟାରେଟ୍ ସୁନା ଦର ଏକ ଗ୍ରାମ ପିଛା ୭, ହଜାର ୧୬୩ ଟଙ୍କା ଥିବା ବେଳେ, ୮ ଗ୍ରାମକୁ ୫୭ ହଜାର ୩୦୪ ଟଙ୍କା, ୧୦ ଗ୍ରାମ ବା ଭରି ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧ ହଜାର ୬୩୦ ଟଙ୍କା ଓ ୧୦୦ ଗ୍ରାମକୁ ୨୪ କ୍ୟାରେଟ୍ ସୁନା ଦର ୭ ଲକ୍ଷ ୧୬ ହଜାର ୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଦେଶ କଥା ଯଦି ଦେଖିବା ତେବେ ବେଙ୍ଗାଲୁରୁରେ ୧୦ ଗ୍ରାମ ବା ଭରି ପିଛା ମୂଲ୍ୟ ୬୫ ହଜାର ୬୬୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ଭରି ପିଛା ୭୧ ହଜାର ୬୩୦ ଟଙ୍କା ରହିଛି। 

ସେହିପରୁ ମୁମ୍ବାଇରେ ୧୦ ଗ୍ରାମ ବା ଭରି ପିଛା ମୂଲ୍ୟ ୬୫ ହଜାର ୬୬୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ଭରି ପିଛା ୭୧ ହଜାର ୬୩୦ ଟଙ୍କା ରହିଛି। ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ବା ଭରି ପିଛା ମୂଲ୍ୟ ୬୫ ହଜାର ୮୧୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟ ଭରି ପିଛା ୭୧ ହଜାର ୭୮୦ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ଦର ଦେଶରେ ୧୦ ଗ୍ରାମକୁ ୮୪୧ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମକୁ ୮ ହଜାର ୪୧୦ ରହିଛି ଓ ୧୦୦୦ ଗ୍ରାମ ବା କିଲୋ ପିଛା ରୂପା ଦର ୮୪ ହଜାର ୧୦୦ ଟଙ୍କା ରହିଛି। ତେବେ ଗତକାଲିର ଦର ଅନୁସାରେ ୧୦୦ ଟଙ୍କା ବଢିଛି ରୂପା ରେଟ୍ । 

ଅନ୍ୟପଟେ ରୂପା ଦର ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୮୯୧ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମକ ୮ ହଜାର ୯୧୦ ରହିଛି ଓ ୧୦୦୦ ଗ୍ରାମ ବା କିଲୋ ପିଛା ଦର ୮୯ ହଜାର ୧୦୦ ଟଙ୍କା ରହିଛି। ସେହିପରି ଗତ ୫ ଦିନରେ ରୂପା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଗଷ୍ଟ ୧୩ ରେ ୮୮୫ ଟଙ୍କା ରହିଥିବା ବେଳେ ଅଗଷ୍ଟ ୧୪ ରେ ୧୦ ଗ୍ରାମ ପିଛା ରୂପା  ୮୮୦ ଟଙ୍କାରେ ପହଞ୍ଚିଥିଲା। ସେହିପରି ଅଗଷ୍ଟ ୧୫ ତାରିଖରେ ୧୦ ଗ୍ରାମ ପିଛା ଦର ୮୮୫ ଟଙ୍କା ଓ ଅଗଷ୍ଟ ୧୬ରେ ୧୦ ଗ୍ରାମ ପିଛା ୮୯୦ ଟଙ୍କା ଓ ଅଗଷ୍ଟ ୧୭ ଅର୍ଥାତ୍ ଆଜିର ତାରିଖରେ ଦଶ ଗ୍ରାମ ପିଛା ୮୯୧ ଟଙ୍କାରେ ପହଞ୍ଚିଛି। 

Also Read: 17 August Career Rashifal: ଆଜିର ଦିନ ଏହି ରାଶି ପାଇଁ ବହୁତ୍ ଖାସ୍, କ୍ୟାରିୟରରେ ମିଳିବ ସଫଳତା

Also Read: Budhaditya Yoga: ଆଜିଠୁ ସିଂହରାଶିରେ ସୂର୍ଯ୍ୟଙ୍କ ଚଳନ, ଏହି ୩ଟି ରାଶି ହେବେ ବଡ଼ ଭାଗ୍ୟବାନ !