ଅନନ୍ତନାଗରେ ଆତଙ୍କବାଦୀ ହମଲା, ୨ ସୁରକ୍ଷାକର୍ମୀ ଆହତ
Advertisement
Article Detail0/zeeodisha/odisha2377863

ଅନନ୍ତନାଗରେ ଆତଙ୍କବାଦୀ ହମଲା, ୨ ସୁରକ୍ଷାକର୍ମୀ ଆହତ

ଆଜି କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା । ଜଙ୍ଗଲରେ ସୁରକ୍ଷାକର୍ମୀ ଅପରେସନ କରୁଥିବା ଜାଣିପାରି ପ୍ରଥମେ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । 

ଅନନ୍ତନାଗରେ ଆତଙ୍କବାଦୀ ହମଲା, ୨ ସୁରକ୍ଷାକର୍ମୀ ଆହତ

Terrorists Attack: ଜମ୍ମୁ-କଶ୍ମୀର ଅନନ୍ତନାଗ ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଅହଲାନ ଗାଡୋଲେ ଆଜି ମଧ୍ୟାହ୍ନ ସମୟରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିବା ସୂଚନା ମିଳିଛି ।

ଆଜି କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା । ଜଙ୍ଗଲରେ ସୁରକ୍ଷାକର୍ମୀ ଅପରେସନ କରୁଥିବା ଜାଣିପାରି ପ୍ରଥମେ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ୨ ଜବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଜବାନଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Also Read- ଭାରତରେ ପଶିବା ପାଇଁ BSF ଯବାନଙ୍କୁ ନିବେଦନ କରୁଛନ୍ତି ବାଂଲାଦେଶୀ ହିନ୍ଦୁ

Also Read- Trading Scam: ଅନ୍ଲାଇନ୍ ଟ୍ରେଡିଂରେ 1.53 କୋଟି ହରାଇଲେ ଦମ୍ପତି