Advertisement
Article Detail0/zeeodisha/odisha2312791
Zee OdishaOdisha TrendingRath Yatra 2024: ଚଳିତ ବର୍ଷ ରଥ ଯାତ୍ରା ପାଇଁ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍

Rath Yatra 2024: ଚଳିତ ବର୍ଷ ରଥ ଯାତ୍ରା ପାଇଁ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍

Rath Yatra Special Train 2024: ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ ୧୦୧୪ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଓ ପୁରୀ ଠାରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି।

 

Rath Yatra Special Train 2024
Rath Yatra Special Train 2024

Rath Yatra 2024: ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ କରାଯାଉଛି। ପୂର୍ବ ରଥ ଯାତ୍ରା ଉତ୍ସବରୁ ଅଭିଜ୍ଞତାକୁ ନଜରକୁ ନେଇ ପୂର୍ବତଟ ରେଳପଥ ଓଡିଶାର ବିଭିନ୍ନ ସ୍ଥାନ ସହିତ ପଡୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି। ଚଳିତ ବର୍ଷ ଜୁନାଗଡ଼ ରୋଡ, ସମ୍ବଲପୁର, କେନ୍ଦୁଝରଗଡ, ପାରାଦୀପ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋସି ବ୍ୟତୀତ ନୂତନ ଭାବେ ବାଦାମପାହାଡ, ରାଉରକେଲା, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲା ଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରିବ।

ଏହା ବ୍ୟତୀତ ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି। ଚଳିତ ବର୍ଷ ରଥ ଯାତ୍ରାର ଅଧରପଣା ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଏଗୁଡିକ ବ୍ୟତୀତ, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମଧ୍ୟ ବ୍ୟବସ୍ଥା କରାଯିବ। ଉପରୋକ୍ତ ଉତ୍ସବ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶ ଆଶଙ୍କା କରି ରେଳବାଇ ଭକ୍ତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ସୁନିଶ୍ଚିତ କରିଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବତଟ ରେଳପଥ ରଥ ଯାତ୍ରା ଉତ୍ସବ ସମୟ ମଧ୍ୟରେ କିଛି ଦୂର ଦୂରାନ୍ତର ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ କ୍ଲାସ୍ ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି। ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ରଥ ଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ବ୍ୟତୀତ ଯାତ୍ରୀ ପରିସେବା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇଦେବାକୁ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି ।

Add Zee News as a Preferred Source

ଭକ୍ତମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ / ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ୧୫ ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପଦକ୍ଷେପ ନେଇଛି । ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ସେବା, ମେଡିକାଲ ସୁବିଧା ଏବଂ ଆମ୍ବୁଲାନ୍ସ, ଏବଂ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଯୋଗାଇବା ପାଇଁ ମଧ୍ୟ ବିଶେଷ ପଦକ୍ଷେପ ଗ୍ରହଣ କରିଛି ।

ପୂର୍ବ ତଟ ରେଳ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନରେ ରଥ ଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ତୀର୍ଥଯାତ୍ରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକ ସମ୍ବଧରେ ଅବଗତ ହେବ ସହିତ ରଥ ଯାତ୍ରାର କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

About the Author