Independence Day Offer: ସ୍ୱାଧୀନତା ଦିବସରେ 50GB ଡାଟା ସଂପୂର୍ଣ୍ଣ ମାଗଣା! Vi ଦେଉଛି ରିଚାର୍ଜ ପ୍ଲାନରେ ଧମାକାଦାର ଅଫର୍
Advertisement
Article Detail0/zeeodisha/odisha2385427

Independence Day Offer: ସ୍ୱାଧୀନତା ଦିବସରେ 50GB ଡାଟା ସଂପୂର୍ଣ୍ଣ ମାଗଣା! Vi ଦେଉଛି ରିଚାର୍ଜ ପ୍ଲାନରେ ଧମାକାଦାର ଅଫର୍

Independence Day Offer: ଭୋଡାଫୋନ୍ ଆଇଡିଆ ସ୍ପେଶାଲ ଅଫର୍ ସହିତ ଚାରୋଟି ରିଚାର୍ଜ ଯୋଜନା ଲଞ୍ଚ କରିଛି, ଯାହା ସହିତ ଆପଣ 50GB ଡାଟା ସମ୍ପୂର୍ଣ୍ଣ ମାଗଣା ପାଇପାରିବେ।

 

Vodafone Idea Independence Day Offer

Vodafone Idea Independence Day Offer: ଆମ ଦେଶରେ ତିନୋଟି ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ଅଛି ଏବଂ ଗ୍ରାହକଙ୍କୁ ଏକ ସୁଲଭ ରିଚାର୍ଜ ପ୍ଲାନ ଯୋଗାଇବା ପାଇଁ ଏହି ତିନି କମ୍ଫାନି ମଧ୍ୟରେ ଏକ ଦୃଢ଼ ପ୍ରତିଯୋଗିତା ରହିଛି। ରିଲାଏନ୍ସ ଜିଓ, ​​ଏୟାରଟେଲ ଓ ଭୋଡାଫୋନ୍ ଆଇଡିଆ ବିଭିନ୍ନ ମୂଲ୍ୟରେ  ଭିନ୍ନ ଭିନ୍ନ ସୁବିଧା ସହିତ ରିଚାର୍ଜ ପ୍ଲାନ୍ ପ୍ରଦାନ କରେ। ସ୍ୱାଧୀନତା ଦିବସ ଅବସରରେ ଜିଓ ପୂର୍ବରୁ ସ୍ୱତନ୍ତ୍ର ଅଫର ଆଣିଛି ଏବଂ ଭୋଡାଫୋନ୍ ଆଇଡିଆ ମଧ୍ୟ ଏହି ପ୍ରସଙ୍ଗରେ ପଛରେ ନାହିଁ।

ଭୋଡାଫୋନ୍ ଆଇଡିଆ ସ୍ୱାଧୀନତା ଦିବସ ଅଫର୍ 
ଆପଣ ଯଦି ମଧ୍ୟ ଜଣେ Vi ୟୁଜର୍ ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ସୁଯୋଗ। ବାସ୍ତବରେ କମ୍ପାନୀ ଦ୍ୱାରା 50GB ପର୍ଯ୍ୟନ୍ତ ଡାଟା ସଂପୂର୍ଣ୍ଣ ମାଗଣା ଦିଆଯାଉଛି। ଦୈନିକ ଡାଟା ଲାଭ ବ୍ୟତୀତ, ସିଲେକ୍ଟ ରିଚାର୍ଜ ଯୋଜନା ସହିତ କମ୍ପାନୀ ଦ୍ୱାରା 50GB ପର୍ଯ୍ୟନ୍ତ ମାଗଣା ଡାଟା ଦିଆଯାଉଛି। ଏହା ସହିତ କଲିଂ, ମେସେଜିଂ ଏବଂ OTT ଆପ୍ସର ଲାଭ ମଧ୍ୟ ଦିଆଯାଉଛି। ତେବେ ଆସନ୍ତୁ ଆପଣଙ୍କୁ ଭୋଡାଫୋନ୍ ଆଇଡିଆର ସ୍ୱାଧୀନତା ଦିବସ ଅଫର ବିଷୟରେ ଆପଣଙ୍କୁ ଜଣାଉଛୁ।

fallback

ସ୍ୱାଧୀନତା ଦିବସ ଅବସରରେ Vi ଦ୍ୱାରା ୧୭୪୯, ୩୪୯୯, ୩୬୨୪ ଓ ୩୭୯୯ ଟଙ୍କା ମୂଲ୍ୟର ଚାରୋଟି ପ୍ରିପେଡ୍ ପ୍ଲାନରେ ପ୍ରଣୟନ କରାଯାଇଛି। ଏହି ଅଫର ଅନୁଯାୟୀ 50GB ପର୍ଯ୍ୟନ୍ତ ଅତିରିକ୍ତ ଡାଟା ସୁବିଧା ଦିଆଯାଉଛି, ଯାହା ୯୦ ଦିନର ବୈଧତା ସହିତ ଉପଲବ୍ଧ ହେବ। କଲିଂ ଏବଂ ଦୈନିକ ଡାଟା ବ୍ୟତୀତ କମ୍ପାନୀ ୪୫ ଦିନ ଓ ୧ ବର୍ଷର ବୈଧତା ସହିତ ରିଚାର୍ଜ ପ୍ଲାନରେ ମଧ୍ୟ ୯୦ ଦିନ ପାଇଁ 50GB ଡାଟାର ସୁବିଧା ପ୍ରଦାନ କରେ।

ଆପଣ ୨୮ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ Vi ସ୍ୱାଧୀନତା ଦିବସ ଅଫର ପାଇପାରିବେ। କମ୍ପାନୀ ୧ ବର୍ଷର ମାଗଣା ସବସ୍କ୍ରିପସନ୍ ସହିତ OTT ପ୍ଲାଟଫର୍ମର ସୁବିଧା ମଧ୍ୟ ପ୍ରଦାନ କରିବ। ଏହି ଯୋଜନା ସହିତ, ଆପଣଙ୍କୁ ଡିସ୍ନି + ହଟଷ୍ଟାର ଏବଂ ଆମାଜନ ପ୍ରାଇମ ଭିଡିଓ ପରି OTT ଆପ୍ସର ସୁବିଧା ଦିଆଯିବ। ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ଯୋଜନା ସହିତ ୧୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇବେ।