ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଲା ୫୪ ତମ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀ
Advertisement

ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଲା ୫୪ ତମ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀ

OSA Conference: ପ୍ରବାସୀ ଓଡ଼ିଆମାନେ ଆମେରିକାରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଲା ୫୪ ତମ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀ

OSA Conference: ଯୁକ୍ତରାଷ୍ଟ୍ରର ଏକ ଅଣ-ଲାଭ ସଂଗଠନ ବିୟୁଟିଫୁଲ ମାଇଣ୍ଡସ୍ ୟୁଥ୍  ମେଣ୍ଟରିଂ ଫାଉଣ୍ଡେସନ (BMYM) ଯାହା ଭାରତରେ ଏକ ସେକ୍ସନ ୮ କମ୍ପାନୀ (Company) ଭାବରେ ଉପସ୍ଥିତ, ଯୁବକମାନଙ୍କ ମଧ୍ୟରେ (ସ୍ଟେମ) STEM ଶିକ୍ଷାକୁ ସମର୍ଥନ କରିବା ପାଇଁ ବିଏମୱାଇଏମ (BMYM) ବଡିଙ୍ଗ ସାଇଣ୍ଟିଷ୍ଟ ପ୍ରସଙ୍ଗକୁ ନେଇ ଏକ କାର୍ଯକ୍ରମ ଆୟୋଜନ କରିଥିଲା । ଚିକାଗୋ (chicago) ରେ ୨୦୨୩, ଜୁଲାଇ ୭-୯ ରେ ଅନୁଷ୍ଠିତ ୫୪ ତମ ଓଡିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଜ୍ଞାନିକ ଅନୁସନ୍ଧାନ (Scientific research) ଏବଂ ପତ୍ରିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଉତ୍ତର ଆମେରିକାର ଯୁବକ ଓଡିଆ ଯୁବକମାନଙ୍କୁ (ସ୍ଟେମ) (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ଭିତ୍ତିକ ପ୍ରକଳ୍ପରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା | ଚିକାଗୋରେ ଭାରତର କନସୁଲ୍ ଜେନେରାଲ୍ ଶ୍ରୀ ସୋମନାଥ ଘୋଷଙ୍କ ସମେତ ଅନ୍ୟ ପ୍ରମୁଖ ବକ୍ତା ଭାବରେ ଯୋଗ ଦେଇଥିଲେ ଏବଂ ଯୁବ ବୈଜ୍ଞାନିକ (Young scientist) ମାନଙ୍କୁ ଭାରତରେ STEM ସମ୍ବନ୍ଧୀୟ କ୍ଷେତ୍ରର ଅଗ୍ରଗତି ତଥା ଭାରତୀୟ ମୂଳ ଯୁବକମାନଙ୍କ ଭବିଷ୍ୟତରେ ଏଥିରେ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରତିଯୋଗିତା ପାଇଁ ୱାଶିଂଟନ୍ (Washington) ଡିସିରୁ ଡକ୍ଟର ଅଜୟ ମହାନ୍ତି, ଚିକାଗୋରୁ ଶ୍ରୀ ଗୋକୁଲ ମିଶ୍ର ଏବଂ ବିଏମୱାଇଏମର ପ୍ରତିଷ୍ଠାତା ଓ ସଭାପତି  ଡକ୍ଟର ସୂଚିସ୍ମିତା ପଣ୍ଡା ବିଚାରପତି ଭାବରେ ଯୋଗଥିଲେ ଓ  ଏହି କାର୍ଯ୍ୟକ୍ରମକୁ ଚିକାଗୋର ଶ୍ରୀ ଶୁଭେନ୍ଦୁ ଷଢଙ୍ଗୀ ପରିଚାଳନା କରିଥିଲେ।

ଏହି କାର୍ଯକ୍ରମରେ ଅନୁସନ୍ଧାନର ଗଭୀରତା, ପ୍ରସ୍ତୁତିର ବ୍ୟାପକତା ଏବଂ ଜୀବନ୍ତ ଉପସ୍ଥାପନା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ବିୟୁଟିଫୁଲ ମାଇଣ୍ଡସ୍ ୟୁଥ୍  ମେଣ୍ଟରିଂ ଫାଉଣ୍ଡେସନ ପ୍ରତିଷ୍ଠାତା ଓ ସଭାପତି  ଡକ୍ଟର ସୂଚିସ୍ମିତା ପଣ୍ଡା ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ଫାଇନାଲିଷ୍ଟମାନେ ବିଚାର ପାଇଁ ବ୍ୟବହୃତ ରେଫରେନ୍ସ ଏବଂ ରେଫରେନ୍ସ ସହିତ ଏକ ସଂକ୍ଷିପ୍ତ ଅନୁସନ୍ଧାନ ଡକୁମେନ୍ଟ ଦାଖଲ କରିଥିଲେ ।

ଏହି କାର୍ଯକ୍ରମରେ ନିମ୍ନଲିଖିତ ବିଜେତାମାନେ ଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ କାଟାଗୋରୀରେ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ ପୁରସ୍କାର ମିଳିଥିଲା ପ୍ରିୟଙ୍କା ଦାସ ଏବଂ ସାନଭି ଧଳଙ୍କୁ ସେହିପରି ଦ୍ୱିତୀୟ ପୁରସ୍କାର ମିଳିଥିଲା ଅନନ୍ୟା ପଟ୍ଟନାୟକ ଏବଂ ଦେବା ଡେବାନ୍ଶୀ  ଦେ, ଓ ନାଇହାରା ରାଉତଙ୍କୁ । ତୃତୀୟ ପୁରସ୍କାର ବିଜେତା ହୋଇଥିଲେ ଦେବାବନ୍ଦ୍ୟ ଦାଶ ଓ କ୍ରିତିତା ସାମଲ । ସମସ୍ତ ବିଜେତାଙ୍କୁ ବିଏମୱାଇଏମ ଦ୍ୱାରା ପ୍ରକାଶିତ ପତ୍ରିକା, OSA ସଭାପତି ଜ୍ଞାନ ପଟ୍ଟନାୟକଙ୍କ ତଥା ସଂଯୋଜକ ଝରା ଦାସଙ୍କ ଦ୍ବାରା ପ୍ରାୟୋଜିତ ଟ୍ରଫି (Trophy), ପୁରସ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଏହା ସହିତ ବିୟୁଟିଫୁଲ ମାଇଣ୍ଡସ୍ ୟୁଥ୍  ମେଣ୍ଟରିଂ ଫାଉଣ୍ଡେସନ ପ୍ରତିଷ୍ଠାତା ଓ ସଭାପତି, ଡକ୍ଟର ସୂଚିସ୍ମିତା ପଣ୍ଡା କହିଥିଲେ ଯେ, ଆଗାମୀ ଦିନରେ ଖୁବ ଶୀଘ୍ର, ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏପରି ପ୍ରତିଯୋଗିତା ଆୟୋଜନ ହେବ । ଅନ୍ୟପଟେ ସମସ୍ତ ପ୍ରତିଯୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେଶ୍ ଖୁସି ହୋଇଥିବା ପର୍ରକାଶ କରିଥିଲେ । ସେମାନଙ୍କର ଅଭିଭାବକମାନେ ମଧ୍ୟ ଅନେକ ଖୁସି ବ୍ୟକ୍ତ କରିବା ସହ କହିଥିଲେ ଯେ, ଓଏସଏର ଏପରି ପଦକ୍ଷପ ଖୁବ ସ୍ୱାଗତଯୋଗ୍ୟ । ଏହାଦ୍ୱାରା କେବଳ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି ତାହା ନୁହେଁ ବରଂ ଏହି କାର୍ଯ୍ୟକ୍ରମ ଆମକୁ ଏକାଠି କରିପାରୁଛି । ତେଣୁ କାର୍ଯ୍ୟକ୍ରମ ପ୍ରତି ଆମର ଅବଦାନ ମଧ୍ୟ ସର୍ବଦା ରହିବ । ଆଗମୀ ବର୍ଷ ଗୁଡିକରେ ମଧ୍ୟ ଅନେକ ପ୍ରତିଯୋଗୀ ଏପରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଏକାଠୀ ହେବେ ।

Also Read- Youtubeରୁ କରିପାରିବେ କୋଟି କୋଟି ଟଙ୍କା ରୋଜଗାର: ୧ହଜାର ଭ୍ୟୁ ପାଇଁ ମିଳିବ ଏତେ ଟଙ୍କା