7th Pay Commission: ଡିଏ ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେବେ ଓ କେତେ ବୃଦ୍ଧି ହେବ?
Advertisement
Article Detail0/zeeodisha/odisha1840150

7th Pay Commission: ଡିଏ ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କେବେ ଓ କେତେ ବୃଦ୍ଧି ହେବ?

କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବହୁତ ଖୁସି ଖବର ଅଛି । DA ଓ DR ରେ ବୃଦ୍ଧି ପାଇଁ ସେମାନଙ୍କର ଅପେକ୍ଷା ଶୀଘ୍ର ଶେଷ ହୋଇପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ଏହାର କର୍ମଚାରୀ ଓ ପେନସନଭୋଗୀଙ୍କୁ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଏକ ବଡ଼ ଉପହାର ଦେଇପାରନ୍ତି ।

ସୌ: ସୋସିଆଲ ମିଡିଆ

7th Pay Commission DA Hike: କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବହୁତ ଖୁସି ଖବର ଅଛି । DA ଓ DR ରେ ବୃଦ୍ଧି ପାଇଁ ସେମାନଙ୍କର ଅପେକ୍ଷା ଶୀଘ୍ର ଶେଷ ହୋଇପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ଏହାର କର୍ମଚାରୀ ଓ ପେନସନଭୋଗୀଙ୍କୁ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଏକ ବଡ଼ ଉପହାର ଦେଇପାରନ୍ତି ।

ବାସ୍ତବରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ସଂଶୋଧନ କରିଥାନ୍ତି । ପ୍ରଥମ ସଂଶୋଧନ ୧ ଜାନୁଆରୀରୁ ଓ ଦ୍ୱିତୀୟଟି ୧ ଜୁଲାଇରୁ ଲାଗୁ ହୋଇଥାଏ । ମହଙ୍ଗା ଭତ୍ତାର ଶେଷ ସଂଶୋଧନ ୨୪ ମାର୍ଚ୍ଚ ୨୦୨୩ ରେ ହୋଲି ପୂର୍ବରୁ ଘୋଷଣା କରାଯାଇଥିଲା, ଯାହା ୧ ଜାନୁୟାରୀ ୨୦୨୩ ଠାରୁ କାର୍ଯ୍ୟକାରୀ ଅଟେ । ସେତେବେଳେ କେନ୍ଦ୍ରୀୟ କର୍ମଚାରୀମାନେ ପ୍ରିୟତା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଉପହାର ପାଇଥିଲେ । ଏହି ବୃଦ୍ଧି ପରେ ଡିଏ ୩୮ ରୁ ୪୨ ପ୍ରତିଶତ ହୋଇଯାଇଥିଲା । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି ।

ସେପ୍ଟେମ୍ବର ମାସରେ କର୍ମଚାରୀମାନେ ପାଇପାରନ୍ତି ଏକ ବଡ଼ ଉପହାର
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନେ ମହଙ୍ଗା ଭତ୍ତା ଦ୍ୱୀତୀୟ ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି । ଗଣମାଧ୍ୟମରେ ଚାଲିଥିବା ଖବର ଅନୁଯାୟୀ ସରକାର ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ।

AICPI ସୂଚକାଙ୍କ ଉପରେ ହୋଇଥାଏ DA ବୃଦ୍ଧି
କହିରଖୁଛୁ ଯେ ମୁଦ୍ରାସ୍ଫୀତିର ଭାର ହ୍ରାସ କରିବା ଓ ଜୀବନଶୈଳୀକୁ ଉନ୍ନତମାନର ରଖିବା ପାଇଁ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି । ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ AICPI ସୂଚକାଙ୍କ ତଥ୍ୟ ଆଧାରରେ ସରକାର ଏହାକୁ ପ୍ରତି ୬ ମାସରେ ଦୁଇଥର ଗଣନା କରନ୍ତି । ମବଙ୍ଗା ଭତ୍ତାର ହିସାବ ସମ୍ପୃକ୍ତ ବେତନ ସ୍କେଲ ଆଧାରରେ କର୍ମଚାରୀଙ୍କ ମୌଳିକ ବେତନ ଉପରେ ହୋଇଥାଏ ।

DA ରେ ହୋଇପାରେ ୪% ବୃଦ୍ଧି
ଯଦି ଏଥର ମଧ୍ୟ ପ୍ରିୟତା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ବର୍ତ୍ତମାନର ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇବ । ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ବାର୍ଷିକ ୮୦୦୦ ରୁ ୨୭୦୦୦ ଟଙ୍କା ହୋଇପାରେ ।

ଏହା ବି ପଢ଼ନ୍ତୁ: Headache Reason: ବାରମ୍ବାର ମୁଣ୍ଡବିନ୍ଧା ହେବା ହୋଇପାରେ ସାଂଘାତିକ, ଏହା ପଛରେ ରହି ଥାଇପାରେ ଏହି ୯ ଗମ୍ଭୀର କାରଣ

ଏହା ବି ପଢ଼ନ୍ତୁ: Weight loss Tips: ଡାଏଟିଂ ନକରି ମଧ୍ୟ କମଯିବ ଆପଣଙ୍କ ଓଜନ, କେବଳ ୨୧ ଦିନ ଯାଏଁ କରନ୍ତୁ ଏହି କାମ