7th Pay Commission: ସରକାରୀ କର୍ମଚାରୀଙ୍କ DA ବକେୟା ଉପରେ ଆସିଲା ବଡ଼ ଅପଡେଟ, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ବୟାନ
Advertisement

7th Pay Commission: ସରକାରୀ କର୍ମଚାରୀଙ୍କ DA ବକେୟା ଉପରେ ଆସିଲା ବଡ଼ ଅପଡେଟ, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ବୟାନ

Pankaj Choudhary On DA Arrears: ବର୍ତ୍ତମାନ କେନ୍ଦ୍ରର ମୋଦି ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ବକେୟା ରାଶି ଉପରେ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ୧୮ ମାସର ଡିଏ ବକେୟା ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ତାଙ୍କ ବକ୍ତବ୍ୟରୁ ଜଣାପଡୁଛି ଯେ ଡିଏ ବକେୟା ଉପରେ କର୍ମଚାରୀଙ୍କ ତରଫରୁ କରାଯାଉଥିବା ଦାବି ପରେ ସରକାରଙ୍କୁ ସଂସଦରେ ବୟାନ ଦେବାକୁ ବାଧ୍ୟ କରିଛି ।

7th Pay Commission: ସରକାରୀ କର୍ମଚାରୀଙ୍କ DA ବକେୟା ଉପରେ ଆସିଲା ବଡ଼ ଅପଡେଟ, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ବୟାନ

Pankaj Choudhary On DA Arrears: ଯଦି ଆପଣ ନିଜେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ଆପଣଙ୍କ ପରିବାରର କେହି ଜଣେ କେନ୍ଦ୍ରୀୟ କର୍ମଚାରୀ ଅଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ଆଜ୍ଞା ହଁ, କେନ୍ଦ୍ରର ସରକାରୀ କର୍ମଚାରୀମାନେ ଦୀର୍ଘ ସମୟରୁ ୧୮ ମାସର ମହଙ୍ଗା ଭତ୍ତା (Dearness Allowance) ବକେୟା (DA Arrears) ଦାବି କରୁଛନ୍ତି । ବର୍ତ୍ତମାନ କେନ୍ଦ୍ରର ମୋଦି ସରକାର (Modi Govt) ଙ୍କ ତରଫରୁ ଏହା ଉପରେ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ (Pankaj Choudhary) ରାଜ୍ୟସଭାରେ ୧୮ ମାସର ଡିଏ ବକେୟା (DA Arrears) ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ତାଙ୍କ ବକ୍ତବ୍ୟରୁ ଜଣାପଡୁଛି ଯେ ଡିଏ ବକେୟା ଉପରେ କର୍ମଚାରୀଙ୍କ ତରଫରୁ କରାଯାଉଥିବା ଦାବି ପରେ ସରକାରଙ୍କୁ ସଂସଦରେ ବୟାନ ଦେବାକୁ ବାଧ୍ୟ କରିଛି ।

ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ (Pankaj Choudhary) ପ୍ରଶ୍ନକାଳ ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କର୍ମଚାରୀଙ୍କ ଡିଏ ବକେୟା (DA Arrears) ରାଶି କାହିଁକି ଜାରି କରାଯାଇ ନାହିଁ? ଆପଣଙ୍କୁ କହି ରଖୁଛୁ ଯେ, କ୍ରମାଗତ ୧୮ ମାସର ଡିଏ ବକେୟା ପ୍ରଦାନ କରିବାକୁ କର୍ମଚାରୀଙ୍କ ସଂଗଠନ ତରଫରୁ ଏକ ଦାବି କରାଯାଉଛି । ବିଗତ ଦିନରେ କର୍ମଚାରୀ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଦାବି ରଖିଥିଲେ ।

କେନ୍ଦ୍ର ଅର୍ଥରାଜ୍ୟ ପଙ୍କଜ ଚୌଧୁରୀ ରାଜ୍ୟସଭା (Pankaj Choudhary) ରେ କହିଛନ୍ତି ଯେ, କୋରୋନା ମହାମାରୀ ଯୋଗୁଁ ମହଙ୍ଗା ଭତ୍ତା (DA) ର ତିନି କିସ୍ତି ଜାରି ନକରିବାକୁ କେନ୍ଦ୍ର ସରକାର (Central Govyt) ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଅର୍ଥରାଜ୍ୟ ମନ୍ତ୍ରୀ ଆହୁରି ମଧ୍ୟ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ଯେ, କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନ୍ ଯୋଗୁଁ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଲୋକମାନଙ୍କର ଜୀବିକା କୌଣସି ପ୍ରକାରେ ପ୍ରଭାବିତ ନହେବା ପାଇଁ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ବିନିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଗଲା ରୋହିତ ଶର୍ମାଙ୍କ ଗତ ୯ ବର୍ଷ ଧରି ଚାଲିଆସୁଥିବା ରେକର୍ଡ, ୨୦୨୨ ମସିହାରେ କରିପାରିଲେନି ଏହି କାମ

ଅଧିକ ପଢ଼ନ୍ତୁ:-ଇଞ୍ଜେକ୍ସନ ନେଇ ଖେଳିଥିବା ଏହି ୨୯ ବର୍ଷୀୟ ଖେଳାଳିଙ୍କ କ୍ୟାରିୟର ଶେଷ! ରାହୁଲ ଦ୍ରାବିଡ଼ ବି ଛାଡ଼ିଲେ ସାଥ୍

ଅଧିକ ପଢ଼ନ୍ତୁ:-ଆମେରିକାରେ ଜେଲେନସ୍କି, ନୂଆ ବର୍ଷରେ ହେବ କିଛି ବଡ଼ ଧମାକା! ସତ ହୋଇପାରେ ବାବା ଭଙ୍ଗାଙ୍କ ଏହି ଭବିଷ୍ୟବାଣୀ

 

କେନ୍ଦ୍ର ଅର୍ଥରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ଏହି କାରଣରୁ କେନ୍ଦ୍ର ସରକାର (Central Govt) ଙ୍କ ଦ୍ୱାରା ଟଙ୍କା ରିଲିଜ୍ ହୋଇନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ କୋରୋନା ନୋଭାଇରସ୍ ମହାମାରୀର ପ୍ରଭାବ କମିଯିବା ପରେ ମଧ୍ୟ ଆର୍ଥିକ ସଙ୍କଟ ଦେଖାଦେଇଛି, ସେଥିପାଇଁ କେନ୍ଦ୍ରୀୟ କର୍ମଚାରୀ (Central Govt Employees) ଙ୍କ ଉଲ୍ଲେଖନୀୟ ମହଙ୍ଗା ଭତ୍ତା (DA) ରିଲିଜ କରାଯାଇ ନାହିଁ । ସରକାର ସେପ୍ଟେମ୍ବର ୨୦୨୨ରେ ମହଙ୍ଗା ଭତ୍ତାକୁ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି । ଜାନୁୟାରୀ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ବକେୟା ରାଶିର ଦାବି ସରକାରୀ କର୍ମଚାରୀଙ୍କ ତରଫରୁ ଦୀର୍ଘ ସମୟ ଧରି କରାଯାଉଛି । ତେବେ ଏହାପୂର୍ବରୁ ସରକାର ମଧ୍ୟ କର୍ମଚାରୀମାନଙ୍କୁ ଏଭଳି କୌଣସି ପ୍ରତିଶ୍ରୁତି ଦେଇନାହାଁନ୍ତି ।