Adiyogi Shiva Statue: ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଲେ ମଞ୍ଜୁରୀ, ସାମିଲ ହେବେ ଉପରାଷ୍ଟ୍ରପତି
Advertisement

Adiyogi Shiva Statue: ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଲେ ମଞ୍ଜୁରୀ, ସାମିଲ ହେବେ ଉପରାଷ୍ଟ୍ରପତି

Adiyogi Shiva Statue Inguration:  ଜାନୁଆରୀ ୧୫ ତାରିଖରେ ଇଶା ଯୋଗ କେନ୍ଦ୍ରର ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଯେଉଁ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖର  ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

Adiyogi Shiva Statue: ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଲେ ମଞ୍ଜୁରୀ, ସାମିଲ ହେବେ ଉପରାଷ୍ଟ୍ରପତି

Unveiling of Adiyogi Shiva Statue: ରାଜ୍ୟର ଚିକ୍କବଲପୁରା ଜିଲ୍ଲାରେ ଇଶା ଯୋଗ କେନ୍ଦ୍ରର ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଅନୁମତି ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କୋର୍ଟ ନିର୍ଦ୍ଦେଶ ଆସିବା ପରେ ୧୫ ଜାନୁଆରୀରେ ଉନ୍ମୋଚିତ ହେବ ଆଦିଯୋଗୀଙ୍କ ବିଶାଳ ପ୍ରତିମୂର୍ତ୍ତି। ହେଲେ ଏହି ମୂର୍ତ୍ତୀ ନିର୍ମାଣ କରାଯାଉଥିବା ସ୍ଥାନରେ ନିର୍ମାଣ କାର୍ଯ୍ୟକଳାପ ସମ୍ପର୍କରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ପ୍ରତିମୂର୍ତ୍ତିର ଉନ୍ମୋଚନକୁ ରୋକିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଠାରେ ଦାଖଲ କରାଯାଇଥିଲା ଏକ ପିଟିସନ। ଯେଉଁଥିରେ କୁହାଯାଇଥିବା ଇଶା ଯୋଗ କେନ୍ଦ୍ରର ଅନେକ ନୀତି ନିୟମକୁ ଉଲ୍ଲଂଘନ କରାଯାଇଛି।
 
ନିର୍ମାଣ କାର୍ଯ୍ୟ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ କର୍ଣ୍ଣାଟକ ହାଇକୋର୍ଟ (Karnataka High Court) ପୂର୍ବରୁ ୧୧ ଜାନୁଆରୀରେ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ନିର୍ମାଣ କାର୍ଯ୍ୟ ଉପରେ ଯଥାସ୍ଥିତି ବଜାୟ ରଖିବାକୁ ଆବେଦନ କରାଯାଇଥିଲା। ଏନେଇ ଅଭିଯୋଗ କରାଯାଇଥିଲା ଇଶା ଯୋଗ କେନ୍ଦ୍ର (Isha Yoga Center) ଜଙ୍ଗଲ ଏବଂ ଜମି ଅଧିଗ୍ରହଣ ସହ ଜଡିତ ବିଭିନ୍ନ ନିୟମାବଳୀକୁ ଉଲ୍ଲଂଘନ କରିଛି। ଜାନୁଆରୀ ୧୩ ତାରିଖ ଶୁକ୍ରବାର ଇଶା ଯୋଗ କେନ୍ଦ୍ର ଓକିଲ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରସନ୍ନା ବି. ବରାଲେ ଏବଂ ଜଷ୍ଟିସ୍ ଅଶୋକ ଏସ୍ କିଙ୍ଗାଇଙ୍କ ଖଣ୍ଡପୀଠର ଦ୍ୱାରସ୍ଥ ହୋଇଥିଲେ। 

ଏନେଇ ଓକିଲ କହିଥିଲେ ଜାନୁଆରୀ ୧୫ ତାରିଖରେ ଇଶା ଯୋଗ କେନ୍ଦ୍ରର ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଯେଉଁ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖର (Vice President Jagdeep Dhankhar) ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

ଇଶା ଯୋଗ କେନ୍ଦ୍ର ପକ୍ଷରୁ ଚିକ୍କବଲପୁରା ଜିଲ୍ଲାର (Chikkaballapur District) ଅୱଲାଗୁର୍କି ଠାରେ ୧୧୨ ଫୁଟ ଉଚ୍ଚତାର ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି (Adiyogi Shiva Statue) ସ୍ଥାପନ କରାଯାଉଛି। ଏହି କାର୍ଯ୍ୟ ପାଇଁ କୌଣସି ଗଛ କଟାଯିବ ନାହିଁ କିମ୍ବା କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। କୋର୍ଟ ମଧ୍ୟ ଏହି ଯୁକ୍ତିକୁ ବିଚାର କରି କହିଛନ୍ତି ଯେ ଆଦିଯୋଗୀ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ହୋଇପାରିବ। କାରଣ ଏହା ପୂର୍ବରୁ ସ୍ଥିର ହୋଇସାରିଛି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ କୌଣସି ଆତସବାଜି ବନ୍ଦ ନକରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀଙ୍କ ଓକିଲ ଅଦାଲତକୁ ଅନୁରୋଧ କରିଛନ୍ତି। ଏହାର ଜବାବରେ କୋର୍ଟ କହିଛନ୍ତି ଯେ ଉପରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହାକୁ ନଜରରେ ରଖି ଆତସବାଜି ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଅନ୍ୟପଟେ ଇଶା ଫାଉଣ୍ଡେସନ (Isha Foundation) ପକ୍ଷରୁ କହିଛି ଯେ ପୂର୍ବରୁ ଧାର୍ଯ୍ୟ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଉପରାଷ୍ଟ୍ରପତି ଜାନୁୟାରୀ ୧୫ ତାରିଖ ସନ୍ଧ୍ୟାରେ ଆଦିଯୋଗୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବ। ଫାଉଣ୍ଡେସନ ଏକ ବିବୃତ୍ତିରେ କହିଛି ଯେ ଆଦିଯୋଗୀଙ୍କ ୧୧୨ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ୬ ବର୍ଷ ପୂର୍ବେ କୋଏମ୍ବାଟୁର ଠାର ଇଶା ଯୋଗ କେନ୍ଦ୍ରରେ ଉନ୍ମୋଚିତ ହୋଇଥିଲା।