Airport Job: +2 ପାସ୍ କରିଛନ୍ତି କି ? ବିମାନ ବନ୍ଦରରେ କରନ୍ତୁ ଚାକିରି
Advertisement

Airport Job: +2 ପାସ୍ କରିଛନ୍ତି କି ? ବିମାନ ବନ୍ଦରରେ କରନ୍ତୁ ଚାକିରି

ଯୁକ୍ତ ୨ (+2 pass) ଶିକ୍ଷାଗତ ଯୋଗ୍ୟତା ଥାଇ ଆପଣ ଚାକିରି (job) ଖୋଜୁଛନ୍ତି କି ?

Airport Job: +2 ପାସ୍ କରିଛନ୍ତି କି ? ବିମାନ ବନ୍ଦରରେ କରନ୍ତୁ ଚାକିରି

Airport Job 2023: ଯୁକ୍ତ ୨ (+2 pass) ଶିକ୍ଷାଗତ ଯୋଗ୍ୟତା ଥାଇ ଆପଣ ଚାକିରି (job) ଖୋଜୁଛନ୍ତି କି ? ତେବେ ଚିନ୍ତା କରିବାର ଆଉ ଆବଶ୍ୟକ ନାହିଁ । କାରଣ ଆଭିଏସନ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍, ଯାହା କେନ୍ଦ୍ର ସରକାର (central govt)ଙ୍କ ଏକ ଅର୍ଦ୍ଧ-ସରକାରୀ ସଂଗଠନ । ଗ୍ରାହକ ସେବା ଏଜେଣ୍ଟ (agent) ଭାବରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ (advt) ଜାରି କରିଛି । ଏହା ଅଧୀନରେ ଆଇଜି ବିମାନବନ୍ଦରର ବିଭିନ୍ନ ଗ୍ରାଉଣ୍ଡ ବିଭାଗ ଯଥା ଏୟାରଲାଇନ୍ସ, (airlines), ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନି (company), ଆତିଥ୍ୟ, ଫୁଡ୍ କୋର୍ଟ ଖୁଚୁରା ଆଉଟଲେଟ୍, ଏବଂ କାର୍ଗୋ ପାଇଁ ସମୁଦାୟ ୧୦୮୬ଟି ପଦବୀ ପୂରଣ ହେବ । ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ  ଅଫିସିଆଲ୍ ୱେବସାଇଟ୍ (official website) igiaviationdelhi.com ଦ୍ୱାରା ଆସନ୍ତା ୨୧ ଜୁନ୍ (june) ପୂର୍ବରୁ ଆବେଦନ କରିପାରିବେ । ଯଦି ଆବେଦନ ତାରିଖ ଉପରେ ଅଫିସିଆଲ ଭାବରେ ଅନ୍ୟ କୌଣସି ଘୋଷଣା ନହୁଏ ତେବେ ନିର୍ଦ୍ଦିଷ୍ଟ ତାରିଖ ପରେ ଆବେଦନ କରିଲେ ତାହା ବିଚାରକୁ ନିଆଯିବ ନାହିଁ । 

ଆବେଦନ କରିବା ପରେ ଦରଖାସ୍ତ I(application) ଗୁଡିକୁ ବିଚାରକୁ ନିଆଯିବ । ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା (written exam) ପାଇଁ ଆମନ୍ତ୍ରଣ କରାଯିବ । ଲିଖିତ ପରୀକ୍ଷା ଆଧାରରେ ମନୋନୀତ ପ୍ରାଥିଙ୍କୁ ଚୟନ କରାଯାଇ ଡକ୍ୟୁମେଣ୍ଟ (document) ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ପରେ ସର୍ଟ ଲିଷ୍ଟ୍ କ୍ୟାଣ୍ଡିଡେଟମାନଙ୍କର ସ୍ୱାସ୍ଥ୍ୟଗତ ପରୀକ୍ଷା (medical test) କରାଯିବ । ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବେତନ (salary) ରହିବ ୨୫ ହଜାରରୁ ୩୫ ହଜାର । ଏହା ସହ ଅନ୍ୟ ପ୍ରକାର ସମସ୍ତ ସବୁଧା ସୁଯୋଗ ମଧ୍ୟ ମିଳିବ। ଯଦି ଆପଣ ବିମାନ ବନ୍ଦରରେ ଏହି ଚାକିରି ପାଇଁ ଇଚ୍ଛୁକ ତେବେ ଆଇଜିଆଇର ଅଫିସିଆଲ ୱେବସାଇଟ୍ (official website) ଭିଜିଟ୍ କରି ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ । 

ଶିକ୍ଷାଗତ ଯୋଗ୍ୟତା
ଆପଣଙ୍କୁ ଏହା କହିରଖୁଛୁ ଯେ, ଉଭୟ ପୁରୁଷ ଓ ମହିଳା ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯେକୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ବିମାନ ସମ୍ପର୍କିତ କୋର୍ଷ କିମ୍ୱା ଡିଗ୍ରୀ, ଡିପ୍ଲୋମାର ଆବଶ୍ୟକତା ଏହି ପଦବୀ ପାଇଁ ଆବଶ୍ୟକ ନାହିଁ ।

ନିଯୁକ୍ତି ପାଇଁ ଉପଯୁକ୍ତ ବୟସସୀମା - ବିମାନ ବନ୍ଦରର ଏହି ପଦବୀ ପାଇଁ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନଙ୍କର ଉପଯୁକ୍ତ ବୟସସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ କିଛି ବ୍ୟକ୍ତି ନକଲି ୱେବସାଇଟ୍ ଖୋଲି ନିଯୁକ୍ତି ନାମରେ ଟଙ୍କା ନେଣଦେଣ କରୁଛନ୍ତି । ଫଳରେ ଅନେକ ପ୍ରାର୍ଥୀ ନିଯୁକ୍ତି ନାମରେ ଠକାମୀର ଶିକାର ହେଉଥିବା ଦୃଷ୍ଟି ଗୋଚର ହେଉଛି । ଏପରି କି ନାମୀ ଦାମୀ କମ୍ପାନୀରେ ନିଯୁକ୍ତି କରାଇଦେବାକୁ କହି ଜଣକ ପିଛା ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ତେଣୁ ଆପଣ ସର୍ବଦା ସଠିକ୍ ତତା ଭେରିଫାଏଡ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବିଶ୍ୱାସ କରନ୍ତୁ । ନିଯୁକ୍ତି ପ୍ରକ୍ରିୟା ଆରମ୍ଭରୁ ଭଲ ଭାବରେ ଯାଞ୍ଚ କରନ୍ତୁ । କୌଣସି ବ୍ୟକ୍ତିଙ୍କୁ ଚାକିରି ପାଇଁ ଟଙ୍କା ଦିଅନ୍ତୁ ନାହିଁ । ନିଯୁକ୍ତି ବାବଦରେ ସନ୍ଦେହ ତଥା ନିଯୁକ୍ତିଦାତାଙ୍କ ବିଷୟରେ ଯଦି କୌଣସି ଭୁଲ୍ ତଥ୍ୟ ଆପଣ ପାଆନ୍ତି ତେବେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ । ପୋଲିସ ଆପଣଙ୍କୁ ସହାୟତା କରିବା ସହ ଉକ୍ତ ଠକ ନିଯୁକ୍ତି ପ୍ରକ୍ରିୟା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । 

also read- ସହାୟତା ପାଇଁ ଆଗେଇ ଆସିଲେ ଏହି କଳାକାର