Afghanistan Poison Attack: ବନ୍ଦ ହେଉନାହିଁ ମହିଳା ବିରୋଧୀ ଅତ୍ୟାଚାର, କାରନାମା ଶୁଣିଲେ ଟାଙ୍କୁରି ଉଠିବ ଲୋମ
Advertisement
Article Detail0/zeeodisha/odisha1725692

Afghanistan Poison Attack: ବନ୍ଦ ହେଉନାହିଁ ମହିଳା ବିରୋଧୀ ଅତ୍ୟାଚାର, କାରନାମା ଶୁଣିଲେ ଟାଙ୍କୁରି ଉଠିବ ଲୋମ

Afghanistan Taliban Government:  ଆଫଗାନିସ୍ତାନର ଦୁଇଟି ବିଦ୍ୟାଳୟରେ ୮୦ ଛାତ୍ରୀଙ୍କୁ ବିଷ ଦିଆଯାଇ ଥିବାର କୁହାଯାଉଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ତାଲିବାନ ସରକାରଙ୍କ ଶିକ୍ଷା ବିଭାଗ। 

 Afghanistan Poison Attack: ବନ୍ଦ ହେଉନାହିଁ ମହିଳା ବିରୋଧୀ ଅତ୍ୟାଚାର, କାରନାମା ଶୁଣିଲେ ଟାଙ୍କୁରି ଉଠିବ ଲୋମ

Atrocities Against Women in Afghanistan: ଆଫଗାନିସ୍ତାନ ମାଟିରେ ତାଲିବାନ ଶାସନ ଆରମ୍ଭ ହୋଇଯିବା ପର ଠାରୁ ମହିଳା, ଯୁବତୀ ଏବଂ ବାଳିକାଙ୍କ ଉପରେ ହଜାର ପ୍ରକାରର ପ୍ରତିବନ୍ଧକ ଲଗାଯାଇଥିଲା। ହେଲେ ଏହି ସମୟରେ ଯେଉଁ ଖବର ଆସିଛି ତାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଆଫଗାନିସ୍ତାନର ଦୁଇଟି ବିଦ୍ୟାଳୟରେ ୮୦ ଛାତ୍ରୀଙ୍କୁ ବିଷ ଦିଆଯାଇ ଥିବାର କୁହାଯାଉଛି। ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଲିବାନ ସରକାର ପକ୍ଷରୁ ଜାରି ହୋଇଥିବା ପ୍ରତିବନ୍ଧକ ମଧ୍ୟରେ ବିଷ ଦେଇ ଛାତ୍ରୀଙ୍କୁ ହତ୍ୟା କରିବାର ଏହା ହେଉଛି ପ୍ରଥମ ଘଟଣା। ଏହି ଘଟଣାର ଖବର ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଉଠିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ତାଲିବାନ ସରକାର ଷଷ୍ଠ ଶ୍ରେଣୀ ପରେ ବାଳିକା ଶିକ୍ଷା ଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଛି।

 ଉତ୍ତର ଆଫଗାନିସ୍ତାନସ୍ଥିତ ସର-ଏ-ପୁଲ ପ୍ରଦେଶରେ ବିଦ୍ୟାଳୟର ଠାତ୍ରୀଙ୍କ ଉପରେ ଏପରି ଆକ୍ରମଣ ହୋଇଥିବା ସରକାରଙ୍କ ଶିକ୍ଷା ଅଧିକାରୀ କହିଛନ୍ତି। ଏନେଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ ବିଷ ଦେଇଥିବା ବ୍ୟକ୍ତିଙ୍କର ବ୍ୟକ୍ତିଗତ ଶତ୍ରୁତା ଥିଲା। ହେଲେ ଏହି ଘଟଣାରେ ଅଧିକ ଖବର ଦିଆଯାଇ ନାହିଁ।

ଦୁଇଟି ବିଦ୍ୟାଳୟର ବାଳିକା ଛାତ୍ରଙ୍କ ଉପରେ ବିଷାକ୍ତ ଆକ୍ରମଣ
ଉତ୍ତର ଆଫଗାନିସ୍ତାନର ସର-ଇ-ପୁଲ ପ୍ରଦେଶରେ ଶନିବାର ଏବଂ ରବିବାର ଦିନ ସ୍କୁଲ ଛାତ୍ରୀଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଶିକ୍ଷା ଅଧିକାରୀ କହିଛନ୍ତି ଯେ ବିଷ ଦେଇଥିବା ବ୍ୟକ୍ତିଙ୍କର ବ୍ୟକ୍ତିଗତ ଶତ୍ରୁତା ଅଛି, କିନ୍ତୁ ସେ ସ୍ପଷ୍ଟ କରିନାହାଁନ୍ତି।

ଏହି ବିଷାକ୍ତ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରାଦେଶିକ ଶିକ୍ଷା ବିଭାଗ ମୁଖ୍ୟ ମହମ୍ମଦ ରହମାନି। ଏନେଇ ସେ କହିଛନ୍ତି ଯେ ସର-ଏ-ପୁଲ ପ୍ରଦେଶର ସଙ୍ଗଚରକ ଜିଲ୍ଲାରେ ପ୍ରାୟ ୮୦ ଜଣ ଛାତ୍ରୀଙ୍କ ଉପରେ ବିଷାକ୍ତ ହୋଇଛନ୍ତି। ନସୱାନ-ଏ-କବୋଦ ବିଦ୍ୟାଳୟରେ ୬୦ ଜଣ ଛାତ୍ରୀ ଏବଂ ନସୱାନ-ଏ-ଫୈଜାବାଦ ବିଦ୍ୟାଳୟରେ ୧୭ ଜଣ ଅନ୍ୟ ଛାତ୍ରୀଙ୍କୁ ବିଷ ଦିଆଯାଇଥିଲା।

ମହମ୍ମଦ ରହମାନି ନ୍ୟୁଜ୍ ଏଜେନ୍ସି ଏପି ଉଦ୍ଦେଶ୍ୟରେ କହିଛନ୍ତି ଯେ ଉଭୟ ପ୍ରାଥମିକ ବିଦ୍ୟାଳୟ ଏବଂ ସେମାନେ ପରସ୍ପରର ନିକଟରେ ଅବସ୍ଥିତ। ଗୋଟିଏ ପରେ ଗୋଟିଏ ଏହି ବିଦ୍ୟାଳୟକୁ ଟାର୍ଗେଟ କରାଯାଇଥିଲା। ସେ କହିଛନ୍ତି ଯେ ଆମେ ଅସୁସ୍ଥ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛୁ ଏବଂ ସେମାନେ ସମସ୍ତେ ଠିକ୍ ଅଛନ୍ତି। ଏହି ଘଟଣାରେ ବିଭାଗୀୟ ତଦନ୍ତ ଚାଲିଛି ବୋଲି ମହମ୍ମଦ ରହମାନି କହିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ କୌଣସି ବ୍ୟକ୍ତିଗତ ଶତ୍ରୁତା ହେତୁ କେହି ଜଣେ ତୃତୀୟ ପକ୍ଷକୁ ଏହି ଆକ୍ରମଣ କରିବା ପାଇଁ ଟଙ୍କା ଦେଇଥିଲେ।

କ'ଣ କହିଲେ ଶିକ୍ଷା ଅଧିକାରୀ?
ଯଦିଓ ଛାତ୍ରୀ କିପରି ବିଷାକ୍ତ ଆକ୍ରମଣର ଶୀକାର ହୋଇଥିଲେ ସେ ନେଇ କୌଣସି ଖବର ମିଳିନାହିଁ। ବିଷାକ୍ତ ଆକ୍ରମଣର ଶୀକାର ହୋଇଥିବା ଛାତ୍ରୀଙ୍କ ବୟସ କେତେ ଥିଲା? ଶିକ୍ଷା ଅଧିକାରୀ ମହମ୍ମଦ ରହମାନି କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଆକ୍ରମଣରେ ହୋଇଛି ସେଠାରେ ପ୍ରଥମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଛାତ୍ରୀ ରହିଥାଇ ପାରନ୍ତି। ଆଫଗାନିସ୍ତାନ ମାଟିରେ ଶାସନ କରୁଥିବା ତାଲିବାନ ସରକାର ଷଷ୍ଠ ଶ୍ରେଣୀ ପରେ ବାଳିକା ଶିକ୍ଷା ଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ ମହିଳାଙ୍କୁ ଅଧିକାଂଶ ଚାକିରି ଏବଂ ସର୍ବସାଧାରଣ ସ୍ଥାନରୁ ମଧ୍ୟ ବାରଣ କରାଯାଇଛି। ଏଭଳି ପରିସ୍ଥିତିରେ ମହିଳାତାଲିବାନ ଶାସନ ଅଧୀନରେ ଘରେ ଏକ ପ୍ରକାର ବନ୍ଦୀ ହୋଇ ରହିଛନ୍ତି।