Farming Tips: ଗୋଟିଏ ଏକର କ୍ଷେତରେ ୫ଗୁଣ ଅଧିକ ଫସଲ: କରନ୍ତୁ ଏହି ଉପାୟ
Advertisement
Article Detail0/zeeodisha/odisha1812780

Farming Tips: ଗୋଟିଏ ଏକର କ୍ଷେତରେ ୫ଗୁଣ ଅଧିକ ଫସଲ: କରନ୍ତୁ ଏହି ଉପାୟ

Farming Tips: ଗୋଟିଏ କ୍ଷେତରୁ ଆପଣ ପାଇପାରିବେ ୫ ଗୁଣ ଅଧିକ ଲାଭ । ଯଦି ଆପଣାଇବେ ଏହି ପ୍ରଣାଳୀ

Farming Tips: ଗୋଟିଏ ଏକର କ୍ଷେତରେ ୫ଗୁଣ ଅଧିକ ଫସଲ: କରନ୍ତୁ ଏହି ଉପାୟ

Farming Tips: 'ଚାଷ କାମ ଯାହାର କେଡେ ସୁଖ ତାହାର, ଚାଷୀ ଭାଈ ଯୋଗାଉଛି ଦୁନିଆକୁ ଆହାର' ଏହି କଥାର ସତ୍ୟତାକୁ ସମସ୍ତେ ଉପଲବ୍ଧି କରନ୍ତି । ପୁରୁଣା ପ୍ରଣାଳୀ ଛାଡି ବର୍ତ୍ତମାନ ନୂଆ ପ୍ରଣାଳୀ ତଥା ଜ୍ଞାନ କୌଶଳରେ ଚାଷ କରି ବର୍ତ୍ତମାନ ଚାଷୀମାନେ ଚାଷରୁ ବେଶ୍ ଭଲ ଆୟ କରିପାରୁଛନ୍ତି । କେବଳ ଚାଷ ନୁହେଁ, ଚାଷ ବିଷୟରେ ଜ୍ଞାନ ଦେବା ସହ ଚାଷୀଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ (Plans and programs) ହାତକୁ ନିଆଯାଉଛି । ବର୍ତ୍ତମାନ କମ ପରିଶ୍ରମ ଓ ଖର୍ଚ୍ଚରେ କିପରି ଅଧିକ ଲାଭ ପାଇବେ ସେଥିପ୍ରତି ଚାଷୀମାନେ ଅଧିକ ଯତ୍ନଶୀଳ ହେଉଥିବା ଦେଖିବାକୁ ମିଳୁଛି । ଆଧୁନିକ ପ୍ରଣାଳୀ ଗ୍ରହଣ କରିବା ଦ୍ୱାରା ଚାଷୀମାନେ ପୂର୍ବରୁ ହେଉଥିବା ଆୟଠାରୁ ୨ରୁ ୫ ଗୁଣ ପର୍ଯ୍ୟନ୍ତ ଅଧିକ ରୋଜଗାର କରିପାରୁଛନ୍ତି । ବର୍ତ୍ତମାନ ସ୍ଥିତିରେ କୃଷକମାନେ ଯେଉଁ କୌଶଳ ଅବଲମ୍ୱନ କରୁଛନ୍ତି ସେଥିରେ ଗୋଟିଏ କ୍ଷେତରେ ୪ ପ୍ରକାରର ଫସଲ ହେଉଛି । ଏହି ପ୍ରକ୍ରିୟାକୁ ମଲ୍ଟିଲାୟର (multilayer cultivation) କୁହାଯାଇଥାଏ । ଆଜି ଆପଣଙ୍କୁ ସେ ସମ୍ପର୍କରେ କିଛି ବିସ୍ତୃତ ତଥ୍ୟ ଦେବାକୁ ଯାଉଛୁ ।

ବର୍ତ୍ତମାନ ଅନେକ କୃଷକ ଚାଷ କାର୍ଯ୍ୟ ପାଇଁ ବହୁମୁଖୀ ପ୍ରଣାଳୀ ଅବଲମ୍ୱନ କରୁଛନ୍ତି । ଏହି ପ୍ରକ୍ରିୟା ଆପଣଙ୍କୁ ଏକ ଛୋଟ କ୍ଷେତରେ ମଧ୍ୟ ଅନେକ ପ୍ରକାରର ଅଧିକ ଫସଲର ଲାଭ ଦେଇପାରିବ । ଯେଉଁ ଚାଷୀମାନଙ୍କର କମ ଜମି ରହିଛି ସେହି କୃଷକମାନେ ଏପରି ପ୍ରକ୍ରିୟାରେ ଫସଲ ଉତ୍ପାଦନ କରିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଆପଣ କିପରି ଏହି ବହୁମୁଖୀ ଚାଷ କରି ଲାଭବାନ ହୋଇପାରିବେ ।

ଗୋଟିଏ କ୍ଷେତରେ ୪ ପ୍ରକାର ଫସଲ
ଆମ ଦେଶରେ କିଛି ସ୍ଥାନରେ ଚାଷ ଯୋଗ୍ୟ ଉର୍ବର ଜମିର ଅଭାବ ଦେଖାଦେଇଥାଏ । ଏଥିସହ କୃଷିଜାତ ଦ୍ରବ୍ୟର ଚାହିଦାକୁ ଦୃଷ୍ଟିରେ ରଖି ବହୁମୁଖୀ ଚାଷ କୌଶଳ ବିକାଶ କରାଯାଇଛି । ଆପଣ ନାମରୁ ହିଁ ଜାଣିପାରୁଥିବେ ବହୁମୁଖୀ ଚାଷ ହେଉଛି ଏକ ଚାଷର ଏକ ନୂଆ କୌଶଳ । ଯେଉଁ କୌଶଳରେ ଅନେକ ପ୍ରକାରର ଚାଷ କାର୍ଯ୍ୟ ଗୋଟିଏ ସମୟରେ ଗୋଟିଏ କ୍ଷେତରେ କରାଯାଏ । ଏପରି ଚାଷ ପାଇଁ ଆପଣ ମଞ୍ଜି ବୁଣିବାର ଏକ ଚାର୍ଟ ପ୍ରସ୍ତୁତ କରିବା ଆବଶ୍ୟକ । ପ୍ରଥମେ ଏପରି ଫସଲର ମଞ୍ଜି ବୁଣିବା ଉଚିତ୍ ଯାହା ମାଟିର ଅଧିକ ଭିତରେ ବଢିଥାଏ । ଏହା ପରେ ଏପରି ଫସଲ ମଞ୍ଜି ବୁଣନ୍ତୁ ଯାହା ମାଟିର ଅଳ୍ପ ସ୍ତରରୁ ଉପରକୁ ଉଠିଥାଏ । ଏବଂ ଶେଷରେ ଏପରି ଫସଲ ଚାଷ କରନ୍ତୁ ଯେଉଁ ମଞ୍ଜିକୁ ଆପଣ ମାଟି ଉପରେ ବୁଣି ଫସଲ ଅମଳ କରିପାରିବେ ।

ନିଜ ଚାଷ ଜମିରେ ଏହି କୌଶଳ ପ୍ରୟୋଗ ସହିତ ଚାଷ କଲେ ଆପଣ ଚାଷର ମୋଟ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ କରିପାରିବେ । ଏହି ଚାଷ କାରଣରୁ କ୍ଷେତରେ ଜଳର ବ୍ୟବହାର ମଧ୍ୟ ଯଥେଷ୍ଟ କମିଯା଼ଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏପରି ଚାଷ କରିବା ଦ୍ୱାରା ପାଖାପାଖି ୭୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ସଞ୍ଚୟ ହୋଇ ପାରୁଛି। କାରଣ ଆପଣ ଗୋଟିଏ ସ୍ଥାନରେ ଏକାଧିକ ଫସଲ ଚାଷ କରୁଥିବା ବେଳେ ଅଲଗା ଜଳସେଚନ (Irrigation)ର ଆବଶ୍ୟକତା ନାହିଁ । ଆପଣ ସମସ୍ତ ଫସଲକୁ ଗୋଟିଏ ଥରରେ ପାଣି ମଡାଇ ପାରିବେ । କେବଳ ସେତିକି ନୁହେଁ ଏପରି ଚାଷ କରିବା ଦ୍ୱାରା ଜମିରେ ସାର ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ । ଗୋଟିଏ ଖର୍ଚ୍ଚରେ ଆପଣ ଏକାଧିକ ଫସଲ ଅମଳ କରିବାକୁ ସକ୍ଷମ ହୋଇପାରିବେ ।

ଚାଷ ଜଜମିରେ ମଲ୍ଟିଲାୟର୍ ପ୍ରଣାଳୀ ଆପଣାଇବା ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟବିତ୍ତ କୃଷକମାନଙ୍କୁ ଅଧିକ ଲାଭ ମିଳିଥାଏ । ବିଶେଷ କରି ଯେଉଁମାନଙ୍କର ଚାଷ ଜମି ଖୁବ୍ କମ ରହିଛି ସେମାନେ ଏକାସାଙ୍ଗରେ ଅନେକ କିସମର ଫସଲ ଚାଷ କରି ଉତ୍ପାଦନ କରିପାରିବେ । ଏହି କୌଶଳ ସାହାଯ୍ୟରେ ଚାଷ ଜମିରେ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଥାଏ । ଚାଷରେ ଅମଳ ଏବଂ ଲାଭ ବହୁଗୁଣିତ ହୁଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଏହି କୌଶଳରେ ଆପଣ ଚାଷ କରନ୍ତି ତେବେ ଆପଣ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ପରେ ସହଜରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇ ପାରିବେ ।

Also Read- Love Story: ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଦୁଇ ହୃଦୟର ମିଳନ; ଗୋପାଳକଙ୍କୁ ବିବାହ କଲେ ବିଦେଶିନୀ