Visa Free Countries For Indians: ଶ୍ରୀଲଙ୍କା-ଥାଇଲ୍ୟାଣ୍ଡ ପରେ ବର୍ତ୍ତମାନ ବିନା ଭିସା ରେ ଏହି ଦେଶ ପରିଦର୍ଶନ କରିପାରିବେ ଭାରତୀୟ
Advertisement
Article Detail0/zeeodisha/odisha1971900

Visa Free Countries For Indians: ଶ୍ରୀଲଙ୍କା-ଥାଇଲ୍ୟାଣ୍ଡ ପରେ ବର୍ତ୍ତମାନ ବିନା ଭିସା ରେ ଏହି ଦେଶ ପରିଦର୍ଶନ କରିପାରିବେ ଭାରତୀୟ

Visa Free Countries for Indian Citizens: ଶ୍ରୀଲଙ୍କା-ଥାଇଲ୍ୟାଣ୍ଡ ପରେ ବର୍ତ୍ତମାନ ଭିସା ବିନା ଦକ୍ଷିଣ-ପୂର୍ବ ଏସିୟାରେ ଅନ୍ୟ ଏକ ଦେଶ ପରିଦର୍ଶନ କରିପାରିବେ ଭାରତୀୟ।

Visa Free Countries For Indians: ଶ୍ରୀଲଙ୍କା-ଥାଇଲ୍ୟାଣ୍ଡ ପରେ ବର୍ତ୍ତମାନ ବିନା ଭିସା ରେ ଏହି ଦେଶ ପରିଦର୍ଶନ କରିପାରିବେ ଭାରତୀୟ

Vietnam Visa Free Offers For Indians: ଶ୍ରୀଲଙ୍କା-ଥାଇଲ୍ୟାଣ୍ଡ ପରେ ବର୍ତ୍ତମାନ ଭିଏତନାମ ବର୍ତ୍ତମାନ ଭାରତୀୟଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରୁଥିବା ସବୁଠାରୁ ବଡ ଗନ୍ତବ୍ୟସ୍ଥଳ ହୋଇପାରେ। ଭିଏତନାମ ନ୍ୟୁଜ୍ ଏଜେନ୍ସି ଭିଏମ୍ ଏକ୍ସପ୍ରେସ ଅନୁଯାୟୀ ଭିଏତନାମ ସଂସ୍କୃତି, କ୍ରୀଡ଼ା ଏବଂ ପର୍ଯ୍ୟଟନ ମନ୍ତ୍ରୀ ନଗୁଏନ୍ ଭନ୍ ହଙ୍ଗ ଦେଶର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏବଂ ଚୀନ୍ ଭଳି ପ୍ରମୁଖ ବଜାର ପାଇଁ ଭିସା ଛାଡ ସ୍ୱଳ୍ପକାଳୀନ ଯାତ୍ରା ସୁଯୋଗ ଘୋଷଣା କରିଛନ୍ତି। 

ବର୍ତ୍ତମାନ ପର୍ଯ୍ୟନ୍ତ ଭିଏତନାମରେ କେବଳ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ଡେନମାର୍କ, ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡ ଭଳି ଦେଶର ନାଗରିକ ବିନା ଭିସାରେ ପ୍ରବେଶ କରିପାରିବେ। ଏହି ଭିସା ମୁକ୍ତ ଦେଶର ନାଗରିକଙ୍କ ପାଇଁ ଭିଏତନାମରେ ରହିବାର ଅବଧି ୩ ଗୁଣା ବୃଦ୍ଧି କରାଯାଇଛି। ଯାହା ବର୍ତ୍ତମାନ ୪୫ ଦିନ ନିର୍ଦ୍ଧାରିତ ହୋଇଛି।

ଭାରତୀୟଙ୍କ ପାଇଁ ଭିସା ଛାଡ ପଦକ୍ଷେପ ଆରମ୍ଭ କରିଛନ୍ତି ଥାଇଲ୍ୟାଣ୍ଡ-ଶ୍ରୀଲଙ୍କା 
ଆପଣଙ୍କୁ କହିରଖୁଛୁ ଯେ ବିଗତ କିଛି ମାସ ଭାରତୀୟ ଯାତ୍ରୀମାନଙ୍କ ପାଇଁ ଭଲ ଥିଲା। ଉଭୟ ଥାଇଲ୍ୟାଣ୍ଡ-ଶ୍ରୀଲଙ୍କା ଭଳି ପଡୋଶୀ ଭାରତୀୟ ନାଗରିକଙ୍କ ପାଇଁ ଭିସା ଛାଡ ଘୋଷଣା କରିଛନ୍ତି। ନଭେମ୍ବର ୧୦ ତାରିଖରୁ ଥାଇଲ୍ୟାଣ୍ଡ ଭାରତୀୟ ଯାତ୍ରୀଙ୍କ ପାଇଁ ଭିସା ଆବଶ୍ୟକତାକୁ ରଦ୍ଦ କରିଦେଇଥିଲା। ଏହି ଆଶ୍ୱସ୍ତି ସହିତ ଭାରତୀୟ ପର୍ଯ୍ୟଟକଙ୍କୁ ଥାଇଲ୍ୟାଣ୍ଡ ଠାରେ ୩୦ ଦିନ ରହିବାକୁ ଅନୁମତି ଦିଆଯାଇଛି। ଆସନ୍ତା ବର୍ଷ ମେ ୧୦ ତାରିଖ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ ଠାରେ ଭିସା ଛାଡ଼ ସୁବିଧାର ଲାଭ ଉଠାଇ ପାରିବେ ଭାରତୀୟ ପର୍ଯ୍ୟଟକ। ଥାଇଲ୍ୟାଣ୍ଡ ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ଚାହିଦା ବଢେ ତାହେଲେ ଏହି ଯୋଜନାକୁ ବୃଦ୍ଧି କରିବା ଉପରେ ବିଚାର କରାଯିବ।

କେତେ ଦିନ ପର୍ଯ୍ୟନ୍ତ ଭିସା ବିନା ଶ୍ରୀଲଙ୍କା ଯାଇପାରିବେ ଭାରତୀୟ?
ଚଳିତ ବର୍ଷ ଅକ୍ଟୋବର ମାସରେ ଶ୍ରୀଲଙ୍କା ମଧ୍ୟ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଭାରତ, ଋଷିଆ ଏବଂ ଚୀନ ସମେତ ୭ ଦେଶର ଯାତ୍ରୀଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଆରମ୍ଭ କରିଥିଲା। ଏହି ପଦକ୍ଷେପ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଯାହାର ଅର୍ଥ ହେଉଛି ଏହି ସମୟ ମଧ୍ୟରେ ଭାରତୀୟ ଯାତ୍ରୀ ଭିସା ବିନା ଶ୍ରୀଲଙ୍କା ପରିଦର୍ଶନ କରିପାରିବେ।

ଭିସା ବିନା କେଉଁ ଦେଶକୁ ଯାତ୍ରା କରିପାରିବେ ଭାରତୀୟ?
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ୱେବସାଇଟ୍ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ନିମ୍ମଲିଖିତ ଦେଶକୁ ଭିସା ବିନା ଯାତ୍ରା କରିପାରିବେ ଭାରତୀୟ।

  • ବାର୍ବାଡୋସ
  • ଡୋମିନିକା
  • ଭୂଟାନ
  • ଗ୍ରେନେଡା଼
  • ହାଇତି
  • ହଂକଂ
  • ମାଳଦ୍ୱୀପ
  • ମରସସ୍
  • ମୋଣ୍ଟସେରାଟ୍
  • ନେପାଳ
  • ନିୟୁ ଦ୍ୱୀପ
  • ସେଣ୍ଟ ଭିନସେଣଅଟ ଆଣ୍ଡ ଦି ଗ୍ରେନେଡିସ୍
  • ସାମୋଆ
  • ସେନେଗାଲ 
  • ସର୍ବିଆ
  • ତ୍ରିନିଦାଦ ଏବଂ ଟବାଗୋ