Air India Peeing Incident: ପାଇଲଟଙ୍କ ଲାଇସେନ୍ସ ରଦ୍ଦ, ଏତିକି ଲକ୍ଷର ଜରିମାନା ଗଣିବ ଏୟାର ଇଣ୍ତିଆ
Advertisement

Air India Peeing Incident: ପାଇଲଟଙ୍କ ଲାଇସେନ୍ସ ରଦ୍ଦ, ଏତିକି ଲକ୍ଷର ଜରିମାନା ଗଣିବ ଏୟାର ଇଣ୍ତିଆ

ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିବା ଘଟଣାରେ (DGCA) ଡିଜିସିଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ଏନେ ଡିଜିଡିଏ ଏୟାର ଇଣ୍ତିଆର ନିର୍ଦ୍ଦେଶକ (flight service director of Air India) ବିମାନରେ ଥିବା ପାଇଲଟ ଓ କ୍ରିଉ ମେମ୍ବରଙ୍କୁ  କାରଣ ଦର୍ଶାଆ ନୋଟିସ ଜାରି କରିଛି

Air India Peeing Incident: ପାଇଲଟଙ୍କ ଲାଇସେନ୍ସ ରଦ୍ଦ, ଏତିକି ଲକ୍ଷର ଜରିମାନା ଗଣିବ ଏୟାର ଇଣ୍ତିଆ

DGCA Verdict on Air India Pee gate: ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିବା ଘଟଣାରେ (DGCA) ଡିଜିସିଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ଏନେ ଡିଜିଡିଏ ଏୟାର ଇଣ୍ତିଆର ନିର୍ଦ୍ଦେଶକ (flight service director of Air India) ବିମାନରେ ଥିବା ପାଇଲଟ ଓ କ୍ରିଉ ମେମ୍ବରଙ୍କୁ  କାରଣ ଦର୍ଶାଆ ନୋଟିସ ଜାରି କରିଛି ।  ଏହି ପରିପ୍ରେକ୍ଷୀରେ ଏଜେନ୍ସି ଏୟାର ଇଣ୍ଡିଆ ଉପରେ ତିରିଶ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି। ଏହା ସହିତ ଡିଜିସିଏ ବମାନରେ ଥିବା ପାଇଲଟଙ୍କ ଲାଇସେନ୍ସକୁ ୩ ମାସ ପାଇଁ ସ୍ଥଗିତ ରଦ୍ଧ କରିଛି । ସେ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ଦୋଷୀ ବୋଲି କହିଛି ଡିଜିଡିଏ । ଏହା ବ୍ୟତୀତ ଏୟାର ଇଣ୍ଡିଆର ଡାଇରେକ୍ଟର-ଫ୍ଲାଇଟ୍ ସର୍ଭିସ ଉପରେ ୩ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି।

ସୂଚନା ଅନୁସାରେ,୨୦୨୨ ମସିହା, ନଭେମ୍ବର ୨୬ ତାରିଖରେ  ଏୟାର ଇଣ୍ଡିଆର ଏକ ବିମାନରେ ଘଟଣା ଘଟିଥିଲା।  ୧୦୨ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ବେଳେ ଜଣେ ମଦୁଆ ଯାତ୍ରୀ ଏଭଳି ଉନ୍ମତକାଣ୍ଡ ଘଟାଇଛନ୍ତି। ବିମାନର ବିଜ୍‌ନେସ୍ କ୍ଲାସ୍‌ରେ ବସି ବରିଷ୍ଠ ମହିଳା ନାଗରିକ ଜଣଙ୍କ ଯାତ୍ରା କରୁଥିଲେ। ଲଞ୍ଚ୍ ସରିବା ପରେ ବିମାନରେ ଲାଇଟ୍ ଅଫ୍ କରାଯାଇଥିଲା। ଏହାପରେ ନିଶାଶକ୍ତ ବ୍ୟକ୍ତି ଜଣଙ୍କ ବରିଷ୍ଠ ମହିଳାଙ୍କ ସିଟ୍ ପାଖକୁ ଆସି ପ୍ରଥମେ ଯୌନାଙ୍ଗ ଦେଖାଇବା ସହିତ ଚେନ୍ ଖୋଲି ତାଙ୍କ ଉପରେ ପରିଶ୍ରା କରିଥିଲେ।

Also Read: Farmer Sells Fresh Air: ଫ୍ରେସ୍ ଏୟାର ବିକ୍ରି କରୁଛନ୍ତି ଏହି ରାଜ୍ୟର ଚାଷୀ, ଘଣ୍ଟାକୁ ଚାର୍ଜ ନେଉଛନ୍ତି ୨୫୦୦

ପରିଶ୍ରା ପରେ ବି ନିଶାଶକ୍ତ ବ୍ୟକ୍ତି ସେମିତି ବୟସ୍କା ମହିଳାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହା ଦେଖି ମହିଳାଙ୍କ ସହ ବସିଥିବା ଜଣେ ସହଯାତ୍ରୀ ଏହାକୁ ବିରୋଧ ଅଭିଯୁକ୍ତକୁ ସେଠାରୁ ଚାଲିଯିବାକୁ କହିଥିଲେ। ତେବେ ଘଟଣା ସମ୍ପର୍କରେ ପୀଡିତା ଟାଟା ଗ୍ରୁପ ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନ ପାଖରେ ଅଭିଯୋଗ କରିଥିଲେ। ବିମାନରେ ଥିବା କ୍ୟାବିନ କ୍ରୁ ମେମ୍ବରମାନେ ଘଟଣାପ୍ରତି ଆଦୌ ସମ୍ବେଦନଶୀଳ ନଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ।  ସେମାନେ କେବଳ ଡ୍ରେସ୍ ଚେଞ୍ଜ୍ କରିବାକୁ ଏକ ପାଇଜାମା ଦେବା ସହ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ଟାଟା ଗ୍ରୁପ୍‌ର କହିବା କଥା ହେଲା ଏନେଇ ବିମାନ ପରିଚାଳନା ଅଧିକାରଙ୍କୁ ସୂଚିତ କରାଯାଇଛି। ମାମଲାରେ ତଦନ୍ତ ଜାରି ରହିଛି। ପୀଡିତା ମହିଳା ଓ ତାଙ୍କ ପରିବାର ସହ ତଦନ୍ତକାରୀ ଟିମ୍ ନିୟମିତ ସମ୍ପର୍କରେ ରହିଛନ୍ତି। କେବଳ ସେତିକି ନୁହେଁ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନୋ ଫ୍ଲାଇଂ ତାଲିକାଭୁକ୍ତ କରିବା ପାଇଁ ବିମାନ କମ୍ପାନୀ ପକ୍ଷରୁ ଏକ ଅନ୍ତର୍ଜାତୀୟ କମିଟି ଗଠନ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ଯାତ୍ରୀଙ୍କୁ ଆଉ କୌଣସି ବିମାନରେ ଯାତ୍ରା କରିବାକୁ ସୁଯୋଗ ମିଳିବ ନାହିଁ।