DGCA Direction for Air India: ଏୟାର ଇଣ୍ଡିଆ ଗଣିବ ଜରିମାନ; ଡିଜିସିଏ ଦେଲା ନିର୍ଦ୍ଦେଶ
Advertisement
Article Detail0/zeeodisha/odisha2076365

DGCA Direction for Air India: ଏୟାର ଇଣ୍ଡିଆ ଗଣିବ ଜରିମାନ; ଡିଜିସିଏ ଦେଲା ନିର୍ଦ୍ଦେଶ

Air India will pay penalty after DGCA Direction: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ଅନୁସନ୍ଧାନ ପରେ  ଏୟାର ଇଣ୍ଡିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 DGCA Direction for Air India: ଏୟାର ଇଣ୍ଡିଆ ଗଣିବ ଜରିମାନ; ଡିଜିସିଏ ଦେଲା ନିର୍ଦ୍ଦେଶ

Air India Will Pay Fine for Security Breach: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏୟାର ଇଣ୍ଡିଆ ବିରୋଧରେ ୧.୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। କିଛି ଲମ୍ବା ଦୂରତା ରହିଥିବା ମାର୍ଗରେ ଚଳାଚଳ କରୁଥିବା ଏୟାର ଇଣ୍ଡିଆ ବିମାନରେ କେତେକ ଉଂଲଘନ କରିଥିବାରୁ ଜରିମାନା ଆଦାୟ କରାଯାଇଛି। ସୁରକ୍ଷା ଉଲ୍ଲଂଘନ କରିବା କାରଣରୁ ଏୟାର ଇଣ୍ଡିଆ ଜୋରିମାନା ଦେବାକୁ ୟାଉଛି। ବୁଧବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଏୟାରଲାଇନ୍ସ କର୍ମଚାରୀଙ୍କ ଠାରୁ ସ୍ବେଚ୍ଛାକୃତ ସୁରକ୍ଷା ରିପୋର୍ଟ ପାଇବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ କରିଥିଲେ। ଯେଉଁଥିରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ କେତେକ ଗୁରୁତ୍ୱପୂର୍ଣ୍ଣ ଦୂରଗାମୀ ମାର୍ଗରେ ହେଉଥିବା ବିମାନ ଉଡ଼ାଣରେ ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଅଭିଯୋଗ ହୋଇଥିଲା।

ଜାରି ହୋଇଛି କାରଣ ଦର୍ଶାଅ ନୋଟିସ
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏୟାର ଇଣ୍ଡିଆ ଦ୍ୱାରା କେତେକ ନିୟମ ଉଂଲଘନ କରାଯାଇଛି। ଏହା ପରେ ଏୟାର ଇଣ୍ଡିଆ ଉଦ୍ଦେଶ୍ୟରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ସୁରକ୍ଷା ସମ୍ବନ୍ଧୀୟ ରିପୋର୍ଟ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ କେତେକ ଲିଜ୍ ବିମାନ ସହ ଜଡ଼ିତ ରହିଛି। ଡିଜିସିଏ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଲିଜ୍ ଦିଆଯାଇଥିବା ବିମାନର କାର୍ଯ୍ୟ ନିୟାମକ/OEM କାର୍ଯ୍ୟଦକ୍ଷତା ଧାର୍ଯ୍ୟ ସୀମା ଅନୁଯାୟୀ ହୋଇ ନ ଥିବାରୁ ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏୟାର ଇଣ୍ଡିଆ ବିରୋଧରେ ୧.୧୦ କୋଟି ଟଙ୍କା ଜରିମାନା ଲଗାଯାଇଛି।

ପୂର୍ବତନ କର୍ମଚାରୀଙ୍କ ଠାରୁ ମିଳିଥିଲା ଅଭିଯୋଗ 
ବୁଧବାର ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ଡିଜିସିଏ ଏହି ଏୟାରଲାଇନ୍ସ ସହ ଜଡ଼ିତ ପୂର୍ବତନ କର୍ମଚାରୀଙ୍କ ଠାରୁ ଏକ ଅଭିଯୋଗ ପାଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ଜରୁରୀକାଳୀନ ଅମ୍ଳଜାନ ଯୋଗାଣ ପାଇଁ ବାଧ୍ୟତାମୂଳକ ବ୍ୟବସ୍ଥା ବିନା ଏୟାରଲାଇନ୍ସ ଆମେରିକାରେ ଏକ ବୋଇଙ୍ଗ ୭୭୭ ବିମାନ ଉଡ଼ାଣ କରୁଥିଲା। ରିପୋର୍ଟ ପାଇବା ପରେ ଡିଜିସିଏ ଏ ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ କରିଥିଲେ। ଯେଉଁଥିରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ କେତେକ ଗୁରୁତ୍ୱପୂର୍ଣ୍ଣ ଦୂରଗାମୀ ମାର୍ଗରେ ହେଇଥିବା ବିମାନ ଉଡ଼ାଣରେ ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଅଭିଯୋଗ ହୋଇଥିଲା।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନ ସମୟରେ ଜଣାପଡ଼ିଥିଲା ଯେ  ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏୟାର ଇଣ୍ଡିଆ ଦ୍ୱାରା କେତେକ ନିୟମ ଉଂଲଘନ କରାଯାଇଛି। ଯାହା ପରେ ଏୟାର ଇଣ୍ଡିଆ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସ ଉପରେ ଏୟାର ଇଣ୍ଡିଆ ପକ୍ଷରୁ ରଖାଯାଇଥିବା ଜବାବ ଉପରେ ବିଚାର କରାଯାଇଛି। ଯେଉଁ ସୁରକ୍ଷା ଜନିତ ନିୟମ ଉଂଲଘନ ହୋଇଥିବାର କୁହାଯାଉଛି ତାହା ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ଲିଜ ବିମାନ ବୋଇଙ୍ଗ ୭୭୭ ସହ ଜଡ଼ିତ।

ଡିଜିସିଏ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଲିଜ୍ ଦିଆଯାଇଥିବା ବିମାନର କାର୍ଯ୍ୟ ନିୟାମକ/OEM କାର୍ଯ୍ୟଦକ୍ଷତା ସୀମା ଅନୁଯାୟୀ ହୋଇ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆ ବିରୋଧରେ ୧.୧୦ କୋଟି ଟଙ୍କା ଜରିମାନା ଲଗାଯାଇଛି। ବର୍ତ୍ତମାନ ଜୋରିମାନା ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ବି୭୭୭ ବିମାନ କମାଣ୍ଡର ଭାବରେ କାର୍ଯ୍ୟ କରୁଥିବା ଚାଳକ ଗତ ବର୍ଷ ଅକ୍ଟୋବର ୨୯ ତାରିଖରେ ଜରୁରୀକାଳୀନ ଅମ୍ଳଜାନ ଯୋଗାଣର ଆବଶ୍ୟକୀୟ ବ୍ୟବସ୍ଥା ହୋଇନଥିବାରୁ ଏୟାର ଲାଇନ୍ସ ବିରୋଧରେ ସୁରକ୍ଷା ଜନିତ ନିୟମ ଉଲଂଘନ କରିଥିବା ନେଇ ଅଭିଯୋଗ କରିଥିଲେ।