Air Pollution: ଗର୍ଭବତୀ ମହିଳାଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ ବାୟୁ ପ୍ରଦୂଷଣ, ଏହି ସତର୍କତା ମାନନ୍ତୁ
Advertisement
Article Detail0/zeeodisha/odisha1961709

Air Pollution: ଗର୍ଭବତୀ ମହିଳାଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ ବାୟୁ ପ୍ରଦୂଷଣ, ଏହି ସତର୍କତା ମାନନ୍ତୁ

Air Pollution: ଡକ୍ଟର ସ୍ମୃତି କିରଣ କହିଛନ୍ତି ଯେ, ଅପ୍ରାକୃତିକ ଜିନିଷ ପ୍ଲେସେଣ୍ଟାରେ ପହଞ୍ଚିବା କାରଣରୁ ସେଠାରେ ଡବ୍ଲୁବିସି ପରିମାଣ ବଢୁଛି। ଯାହା ଫଳରେ ଗର୍ଭସ୍ଥ ଶିଶୁର ରକ୍ତ ପ୍ରବାହରେ ବାଧା ସୃଷ୍ଟି ହେଉଛି।

Air Pollution: ଗର୍ଭବତୀ ମହିଳାଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ ବାୟୁ ପ୍ରଦୂଷଣ, ଏହି ସତର୍କତା ମାନନ୍ତୁ

Air Pollution: ଦେଶର ପ୍ରମୁଖ ସହର ଗୁଡିକରେ ବର୍ତ୍ତମାନ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କୌଣସି ଉଦ୍ୟମ କରୁନଥିବା ଅଭିଯୋଗ ଆସୁଛି । ଏଭଳି ପରିସ୍ଥିତିରେ ବାୟୁ ପ୍ରଦୂଷଣ କେବଳ ଲୋକଙ୍କୁ ସମସ୍ୟାରେ ପକାଉଛି ତାହା ନୁହେଁ ବରଂ ଗର୍ଭବତୀ ମହିଳା (pregnant woman) ଏବଂ ସେମାନଙ୍କର ଜନ୍ମିତ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । ବାସ୍ତବରେ ପ୍ରଦୂଷଣ ବୃଦ୍ଧି ଯୋଗୁଁ ବାୟୁ ମଣ୍ଡଳରେ କ୍ଷତିକାରକ ଗ୍ୟାସ ଏବଂ କଣିକା ଦ୍ୱାରା ପରିପୂର୍ଣ୍ଣ ହୋଇଛି, ଯାହା ଗର୍ଭବତୀ ମହିଳା ଏବଂ ସେମାନଙ୍କ ଗର୍ଭରେ ବଢୁଥିବା ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ବୋଲି ପ୍ରମାଣିତ କରୁଛି । ପ୍ରଦୂଷଣ ହେତୁ ଅକାଳରେ ଜନ୍ମ ହେଉଥିବା ଶିଶୁଙ୍କ (pre michor baby) ସଂଖ୍ୟା ବଢିବାରେ ଲାଗିଛି ବୋଲି ଜଣେ ଡାକ୍ତର ମତ ଦେଇଛନ୍ତି ।

ବିହାର ବେଗୁସରାଇ ସଦର ଡାକ୍ତରଖାନାର ମେଡିକାଲ୍ ଅଫିସର ଡକ୍ଟର ସ୍ମୃତି କିରଣ ସ୍ଥାନୀୟ ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ସମୟରେ କହିଛନ୍ତି ଯେ, ଜିଲ୍ଲାର ମହିଳାମାନେ ଅକାଳରେ ଗର୍ଭ ଯନ୍ତ୍ରଣା ଭୋଗିବା ଆରମ୍ଭ କରିଛନ୍ତି। ଏପରି ପରିସ୍ଥିତିରେ କେତେକାଂଶରେ ଗର୍ଭସ୍ଥ ଶିଶୁ ୯ ମାସ ଶେଷ ହେବା ପୂର୍ବରୁ ଜନ୍ମ ହେଉଛନ୍ତି । ପ୍ରଦୂଷଣରେ ଥିବା କ୍ଷତିକାରକ ଗ୍ୟାସ୍ ଏବଂ କଣିକା ଗର୍ଭସ୍ଥ ଶିଶୁର ବିକାଶକୁ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ଅକାଳରେ ଶିଶୁ ଜନ୍ମ ହୁଅନ୍ତି ଏବଂ ଏହାର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

ଏହାର ଲକ୍ଷଣ ବିଷୟରେ ସୂଚନା ଦେଇ ଡାକ୍ତର କହିଛନ୍ତି ଯେ, ନିଶ୍ୱାସ ନେବାରେ ଅସୁବିଧା, ଅସ୍ଥିରତା ଏବଂ ପ୍ରଦୂଷଣ ଜନିତ ସମସ୍ୟା ବଢୁଥିବା ନଜରକୁ ଆସୁଛି । ଯାହା ଅକାଳରେ ପ୍ରସବ କରିପାରେ । ସେ କହିଛନ୍ତି ଯେ, ଅସ୍ୱାଭାବିକ ଜିନିଷ ପ୍ଲେସେଣ୍ଟାରେ ପହଞ୍ଚିବା କାରଣରୁ ସେଠାରେ ଧଳା ରକ୍ତ କଣିକା (WBC) ର ପରିମାଣ ବଢୁଛି। ସେଗୁଡିକ ଜମା ହେବା କାରଣରୁ ଗର୍ଭସ୍ଥ ଶିଶୁର ରକ୍ତ ପ୍ରବାହରେ ବାଧା ସୃଷ୍ଟି ହେଉଛି । ଏହି ରକ୍ତରୁ ପିଲା ପୁଷ୍ଟିକର ପାଇଥାଏ, କିନ୍ତୁ ରକ୍ତ ଯୋଗାଣ କମ୍ ହେବା କାରଣରୁ ଶିଶୁର ବିକାଶ ପ୍ରଭାବିତ ହୋଇଥାଏ । ଯେତେବେଳେ ପ୍ଲେସେଣ୍ଟା ରକ୍ତ ସଠିକ୍ ଭାବରେ ପ୍ରବାହିତ ହୁଏ ନାହିଁ ଏବଂ ଅତି ଶୀଘ୍ର ପରିପକ୍ୱ ହୁଏ ସେତେବେଳେ ଅସମୟରେ ପ୍ରସବ ହୋଇଥାଏ ।

ଗର୍ଭବତୀ ମହିଳାଙ୍କ ପାଇଁ ସତର୍କତା
ପ୍ରଦୂଷଣକୁ ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ମଧ୍ୟ ଏହା ହ୍ରାସ ପାଉନାହିଁ । ତେବେ ଆମକୁ ଏଥିପ୍ରତି ସାବଧାନ ହେବାକୁ ପଡିବ ବୋଲି ଡାକ୍ତର ସ୍ମୃତି କିରଣ କହିଛନ୍ତି। ଏହାର ଏକମାତ୍ର ବିକଳ୍ପ ହେଉଛି ମାସ୍କ ପିନ୍ଧିବା । ମାସ୍କ ପିନ୍ଧିଲେ ଆପଣ ଏଥିରୁ କିଛିଟା ରକ୍ଷା ପାଇପାରିବେ । କିନ୍ତୁ ବିଭିନ୍ନ ସ୍ଥାନରେ ବାୟୁମଣ୍ଡଳର AQI ପ୍ରାୟ ୪ଶହ ପାଖାପାଖି ପହଞ୍ଚିବା ସତ୍ତ୍ୱେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କୌଣସି କଡ଼ା ଠୋସ୍ ପଦକ୍ଷେପ ନିଆଯାଉନାହିଁ । ଏପରି ପରିସ୍ଥିତିରେ, ଅକାଳରେ ଜନ୍ମ ହେଉଥିବା ଶିଶୁ ଓ ମାଆ ଉଭୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

Also Read- IND VS NZ: ବିରାଟଙ୍କ ରେକର୍ଡରେ ଅନୁଷ୍କାଙ୍କ ପ୍ରତିକ୍ରିୟା

Also Read- Vastu Tips: ରୋଷେଇ ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ଅନ୍ୟଥା ପତି ହେବେ କାଙ୍ଗାଳ