Ram Mandir: ରାମ ମନ୍ଦିର ପାଇଁ ୧୦ଫୁଟ ଉଚ୍ଚତା ସହ ୪ଶହ କେଜି ଓଜନର ତାଲା
Advertisement
Article Detail0/zeeodisha/odisha1813021

Ram Mandir: ରାମ ମନ୍ଦିର ପାଇଁ ୧୦ଫୁଟ ଉଚ୍ଚତା ସହ ୪ଶହ କେଜି ଓଜନର ତାଲା

Ram Mandir: ଜଣେ କାରିଗର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ବିଶାଳ ତାଲା ପ୍ରସ୍ତୁତ କରିଛନ୍ତି । ପଢ଼ନ୍ତୁ ପୂରା ଖବର...

Ram Mandir: ରାମ ମନ୍ଦିର ପାଇଁ ୧୦ଫୁଟ ଉଚ୍ଚତା ସହ ୪ଶହ କେଜି ଓଜନର ତାଲା

Ram Mandir: ଉତ୍ତରପ୍ରଦେଶ ସ୍ଥିତ ଆଲିଗଡ (aligarh) ଅଞ୍ଚଳର ଜଣେ କାରିଗର ଅଯୋଧ୍ୟାରେ ନିର୍ମାଣ ହେଉଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ୪ଶହ କେଜି ଓଜନର ଏକ ବିଶାଳ ତାଲା (Big  lock) ତିଆରି କରିଛନ୍ତି । ରାମ ମନ୍ଦିର କାର୍ଯ୍ୟ ସମାପ୍ତ ପରେ ଆସନ୍ତା ବର୍ଷ ଜାନୁଆରୀ ମାସରେ ସର୍ବସାଧାରଣଙ୍କ ପାଇଁ ମନ୍ଦିରର ଫାଟକ ଖୋଲିବ ବୋଲି ଆଶା କରାଯାଉଛି । ଭଗବାନ ଶ୍ରୀରାମଙ୍କର ଜଣେ ବଡ଼ ଭକ୍ତ ସତ୍ୟ ପ୍ରକାଶ ଶର୍ମା ବିଶ୍ୱର ସବୁଠୁ ବଡ଼ ତାଲା ପ୍ରସ୍ତୁତ କରିବା ପାଇଁ ମାସେ ଧରି ପରିଶ୍ରମ କରିଥିଲେ । ବର୍ତ୍ତମାନ କାର୍ଯ୍ୟ ଶେଷ ପରେ ସତ୍ୟ ପ୍ରକାଶ ଚଳିତ ବର୍ଷ ଶେଷରେ ରାମ ମନ୍ଦିର ପରିଚାଳନା କମିଟିକୁ ଉକ୍ତ ବିଶାଳ ତାଲାଟି ଉପହାର ଦେବାକୁ ଯୋଜନା ରଖିଛନ୍ତି।

ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ କର୍ମଚାରୀ କହିଛନ୍ତି ଯେ, ସେମାନେ ବହୁ ସଂଖ୍ୟାରେ ଭକ୍ତ ମାନଙ୍କଠାରୁ ଦାନ, ଦକ୍ଷୀଣା ପାଉଛନ୍ତି । ଯଦି ଜଣେ ଭକ୍ତ ରାମ ମନ୍ଦିର ପାଇଁ ତାଲା ପ୍ରସ୍ତୁତ କରିଛନ୍ତି ସେହି ତାଲାର ସାଇଜ୍ ହିସାବରେ ତାହାକୁ କେଉଁଠାରେ ବ୍ୟବହାର କରାଯାଇପାରିବ ତାହା ଦେଖିବାକୁ ପଡ଼ିବ ବୋଲି କର୍ମଚାରୀ କହିଛନ୍ତି। ଅନ୍ୟପଟେ ସତ୍ୟ ପ୍ରକାଶ ଶର୍ମା କହିଛନ୍ତି ଯେ, ତାଙ୍କ ପୂର୍ବ ପୁରୁଷରୁ ସେମାନେ ହାତ ତିଆରି ତାଲା ପ୍ରସ୍ତୁତ କରିଆସୁଛନ୍ତି । ଏହି କାମ ଶହେ ବର୍ଷରୁ ଅଧିକ ସମୟ ହେବ ଚାଲିଛି । ସେ ନିଜେ ଦୀର୍ଘ ୪୫ ବର୍ଷରୁ ଅଧିକ ସମୟ ଧରି ତାଲା ପ୍ରସ୍ତୁତ କରୁଛନ୍ତି । ଏଥିସହ ପୁରୁଣା ତାଲାକୁ ସଜାଡିବା କାମ ମଧ୍ୟ ସେ କରୁଛନ୍ତି । ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।

ତାଲାରେ କଣ ରହିଛି ଖାସ୍ ?
ତାଲା କାରିଗର (craftsman) ସତ୍ୟ ପ୍ରକାଶ ଶର୍ମାଙ୍କ କହିବା ଅନୁସାରେ ରାମ ମନ୍ଦିରକୁ ଧ୍ୟାନରେ ରଖି ସେ ଏକ ବିରାଟ ତାଲା ତିଆରି କରିଛନ୍ତି ଯାହାର ଉଚ୍ଚତା ୧୦ଫୁଟ, ଚଉଡା ୪.୫ଫୁଟ ଏବଂ ମୋଟେଇ ୯.୫ ଇଞ୍ଚ ରହିଛି । ଏହାର ଚାବିର ସାଇଜ୍ ୪ଫୁଟ ରହିଛି । ପୂର୍ବରୁ ଆଲିଗଡ ବାର୍ଷିକ ପ୍ରଦର୍ଶନୀରେ ଏହି ତାଲା ପ୍ରଦର୍ଶିତ ହୋଇଥିଲା । ଏହି ତାଲାକୁ ଦେଖିବାକୁ ଅନେକ ଲୋକ ଭିଡ଼ ଲଗାଇଥିବା ଜଣାପଡିଛି ।

ସତ୍ୟ ପ୍ରକାଶ ଏକଥା ମଧ୍ୟ କହିଛନ୍ତି ଯେ, ଆମେ ଚାହୁଁଛୁ ଆମ ଇଚ୍ଛା ପୂରଣ ହେଉ । ସତ୍ୟ ଶର୍ମାଙ୍କ ସହିତ ତାଙ୍କ ପତ୍ନୀ ରୁକ୍ମିଣୀ ଦେବୀ ମଧ୍ୟ ତାଲା ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ସେ କହିଥିଲେ ଯେ, ମୋ ପତ୍ନୀ ଏହି କଠିନ କାର୍ଯ୍ୟରେ ମତେ ଖୁବ ସାହାଯ୍ୟ କରିଥିଲେ। ସତ୍ୟଙ୍କ ପତ୍ନୀ ରୁକ୍ମଣୀ ଦେବୀ କହିଛନ୍ତି ଯେ, ଏହାପୂର୍ବରୁ ଆମେ ୬ ଫୁଟ ଲମ୍ବ ଏବଂ ତିନି ଫୁଟ ଚଉଡାର ଗୋଟିଏ ତାଲା ତିଆରି କରିଥିଲୁ । କିଛି ବ୍ୟକ୍ତି ଏହାଠାରୁ ଅଧିକ ବଡ଼ ତାଲା ତିଆରି କରିବା ପାଇଁ ଆମକୁ ପରାମର୍ଶ ଦେବାରୁ ଆମେ ଉତ୍ସାହର ସହ ଏହି ବିରାଟ ତାଲାକୁ ନିର୍ମାଣ କରିଛୁ ।

ତାଲା ତିଆରି କରିବା ପାଇଁ ଖର୍ଚ୍ଚ ଟଙ୍କା
ବର୍ତ୍ତମାନ ତାଲା ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ବୋଲି କାରିଗର ସତ୍ୟ ପ୍ରକାଶ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସତ୍ୟଙ୍କ କହିବା ଅନୁଯାୟୀ, ତାଲା ପ୍ରସ୍ତୁତି ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ସ୍ୱପ୍ନକୁ ସାକାର କରିବାକୁ ଦୀର୍ଘଦିନ ଧରି ସେ ଟଙ୍କା ସଞ୍ଚୟ କରୁଥିଲେ । ସେ ଏକଥା କହିଛନ୍ତି ଯେ, ଦୀର୍ଘ ଦିନ ଧରି ତାଲା ପ୍ରସ୍ତୁତି କରୁଥିବାରୁ ମତେ କୌଣସି ଅସୁବିଧା ହୋଇନାହିଁ ବିରାଟ ବଡ଼ ତାଲା ନିର୍ମାଣ କରିବାରେ । ସେ ଏକଥା ମଧ୍ୟ କହିଛନ୍ତି ଯେ, ଆମ ସହର ଆଲିଗଡ ତାଲା ପାଇଁ ଖୁବ୍ ପ୍ରସିଦ୍ଧ ତେଣୁ ଏକ ନୂଆ ରେକର୍ଡ ପାଇଁ ମୁଁ ଏପରି ପଦକ୍ଷପ ହାତକୁ ନେଲି ।

Also Read- Farming Tips: ଗୋଟିଏ ଏକର କ୍ଷେତରେ ୫ଗୁଣ ଅଧିକ ଫସଲ: କରନ୍ତୁ ଏହି ଉପାୟ