ଯୋଗାଣ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
Advertisement
Article Detail0/zeeodisha/odisha1291393

ଯୋଗାଣ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ପୂର୍ବରୁ ମଧ୍ୟ ମିଲରେ ଧାନକଟନୀକୁ ନେଇ ବିବାଦ ଘେରକୁ ଆସିଥିଲେ ଚିଫ୍ ସିଏସଓ ମିର୍ ରାଜା ଅଲ୍ଲି। ଧାନ କଟନୀକୁ ନେଇ ପ୍ରତିକ୍ରିୟା ମାଗିବାରୁ ସାମ୍ବାଦିକଙ୍କୁ ମଧ୍ୟ ଦୂର୍ବ୍ୟବହାର କରିବାକୁ ପଛାଇ ନଥିଲେ। 

ଯୋଗାଣ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ଯୌନ ନିର୍ଯ୍ୟାତନା ଓ ଅଶାଲିନ ବ୍ୟବହାର ଅଭିଯୋଗ ଆଣିଲେ ଅଧସ୍ତନ ମହିଳ ଏସିଏସଓ। କର୍ମଚାରୀ। ମହିଳା କର୍ମଚାରୀଜଣକ ହେଲେ ପୁଷ୍ପଲତା ଦାସ। ପୁଷ୍ପଲତା ଦାସ ପୌରପରିଷଦରେ ଏସିଏସଓ ଭାବେ କାର୍ଯ୍ୟରତ। ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ସପୃକ୍ତ ମହିଳା କର୍ମଚାରୀ ପୁଷ୍ପଲତା ଦାସ।

ଦାୟିତ୍ବ ନେବା ଦିନଠାରୁ ବାବୁଙ୍କ ହାକିମାତି। ଭୁଲିଗଲେ ସୌଜନ୍ୟତା। ଅଧସ୍ତନ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଓ ଅସାଲିନ ବ୍ୟବହାର କରିଥିବା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ମହିଳା କର୍ମଚାରୀ। ଗତକାଲି ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ନିର୍ଯ୍ୟାତନା ଅଧିକ ଦେବାରୁ ଅଫିସରେ ହୋହାଲ୍ଲା ହୋଇଥିଲା। ପରେ ଜିଲ୍ଲାପାଳ ଅଫିସ ଯାଇ ସପୃକ୍ତ ମହିଳା କର୍ମଚାରୀ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ବଲାଙ୍ଗିରରେ ଯୋଗଦେବା ଦିନଠାରୁ ଦୂର୍ବ୍ୟବହାର କରିବା ସହ ଯୌନ ନିର୍ଯ୍ୟାତନା ଦେଉଥିଲେ। ଅସହ୍ୟ ହେବାରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେଲେ ଥାନାରେ ଏଫଆଇଆର ଦେବେ ବୋଲି କହିଛନ୍ତି ସପୃକ୍ତ ମହିଳା କର୍ମଚାରୀ ପୁଷ୍ପଲତା ଦାସ। ଅଭିଯୋଗ ସଂର୍ପକରେ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା।

ପୂର୍ବରୁ ମଧ୍ୟ ମିଲରେ ଧାନକଟନୀକୁ ନେଇ ବିବାଦ ଘେରକୁ ଆସିଥିଲେ ଚିଫ୍ ସିଏସଓ ମିର୍ ରାଜା ଅଲ୍ଲି। ଧାନ କଟନୀକୁ ନେଇ ପ୍ରତିକ୍ରିୟା ମାଗିବାରୁ ସାମ୍ବାଦିକଙ୍କୁ ମଧ୍ୟ ଦୂର୍ବ୍ୟବହାର କରିବାକୁ ପଛାଇ ନଥିଲେ। ଏପରିକି ସାମ୍ବାଦିକଙ୍କ ଆଇକାର୍ଡ ମାଗି ଜେରକ୍ସ କରିବାକୁ କହିଥିଲେ। ଏବେ ପୁଣି ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାରେ ଚିଫ୍ ସିଏସଓ ମିର୍ ରାଜା ଅଲ୍ଲି।

୫ଟି ସରକାର ଓ ମୋ ସରକାରରେ ମହିଳା ସୁରକ୍ଷିତ ନୁହେଁ ଏକଥା କହୁଥିଲେ ବିରୋଧୀ। ଏବେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସୁରକ୍ଷିତ ନୁହନ୍ତି ମହିଳା ଓ ଯୁବତୀ। ରାଜ୍ୟରେ ଏମିତି ଚାଳିଛି ୫ଟି ଓ ମୋ ସରକାର। ଯୌନ ନିର୍ଯ୍ୟାତନା ଦେଇ ବି ସରକାରଙ୍କ ସାବତ ପୁଅ ବଲାଙ୍ଗିର ଜିଲ୍ଲା ଚିଫ୍ ସିଏସଓ ମିର୍ ରାଜା ଅଲ୍ଲି।