Exercise Tips: ମେଦବହୁଳତା ହ୍ରାସ ପାଇଁ ବୈକଳ୍ପିକ ଦିନ ଉପବାସ ଓ ବ୍ୟୟାମର ମିଶ୍ରଣ ଅଧିକ ଫଳପ୍ରଦ
Advertisement

Exercise Tips: ମେଦବହୁଳତା ହ୍ରାସ ପାଇଁ ବୈକଳ୍ପିକ ଦିନ ଉପବାସ ଓ ବ୍ୟୟାମର ମିଶ୍ରଣ ଅଧିକ ଫଳପ୍ରଦ

Exercise Tips:  ମେଦବହୁଳତାର ଶିକାର ବ୍ୟକ୍ତି ଯଦି ଓଜନ ହ୍ରାସ ପାଇଁ ବୈକଳ୍ପିକ ଦିନରେ(ଅଲ୍ଟରନେଟ୍ ଡେ’ ଫାଷ୍ଟିଂ) ଉପବାସ ରଖୁଛନ୍ତି କିମ୍ବା କେବଳ ବ୍ୟୟାମ କରୁଛନ୍ତି ତେବେ ତାଙ୍କର ଓଜନ ହ୍ରାସ ହେବ କି ?

SOCIAL MEDIA

Exercise Tips:  ମେଦବହୁଳତାର ଶିକାର ବ୍ୟକ୍ତି ଯଦି ଓଜନ ହ୍ରାସ ପାଇଁ ବୈକଳ୍ପିକ ଦିନରେ(ଅଲ୍ଟରନେଟ୍ ଡେ’ ଫାଷ୍ଟିଂ) ଉପବାସ ରଖୁଛନ୍ତି କିମ୍ବା କେବଳ ବ୍ୟୟାମ କରୁଛନ୍ତି ତେବେ ତାଙ୍କର ଓଜନ ହ୍ରାସ ହେବ କି ? ଗୋଟିଏ ସର୍ଭେ ଅନୁସାରେ ଯଦି ମେଦବହୁଳତାର ଶିକାର ବ୍ୟକ୍ତି ଦୁଇ ପଦ୍ଧତି ମଧ୍ଯରୁ ଗୋଟିଏ ବାଛୁଛନ୍ତି ତେବେ ଯାହା ଫଳାଫଳ ପାଇବେ ତା’ତୁଳନାରେ ଯଦି ଉଭୟ ପଦ୍ଧତିକୁ ଅନୁସରଣ କରୁଛନ୍ତି ତା’ହେଲେ ଫଳାଫଳ ଅଧିକ ଭଲ ହେବ । ଏହି ଅଧ୍ଯୟନ ଅନୁସାରେ ବୈକଳ୍ପିକ ଦିନ ଉପବାସ (ଏଡିଏଫ) ଓ ବ୍ୟୟାମର ସଂଯୋଜନ କୌଣସି ଗୋଟିଏ ପଦ୍ଧତି ତୁଳନାରେ ଅଧିକ ଭଲ ।ଏକ କ୍ଲିନିକାଲ ଟ୍ରାଏଲରୁ ଏଡିଏଫ୍ ଗ୍ରୁପ ( ବୈକଳ୍ପିକ ଦିନ ଉପବାସ ସହିତ ବ୍ୟୟାମ କରୁଥିବା ବ୍ୟକ୍ତିଙ୍କ ସମୁହ) କେବଳ ବ୍ୟୟାମ କରୁଥିବା କିମ୍ବା କେବଳ ଉପବାସ ରଖୁଥିବା ବ୍ଯକ୍ତିଙ୍କଠାରୁ ଅଧିକ ଲାଭ ପାଇଥାନ୍ତି ବୋଲି ଜଣା ପଡ଼ିଛି ।

୧୨ ସପ୍ତାହର ଅଧ୍ଯୟନରୁ ମିଳିଛି ଏହି ତଥ୍ଯ
ଏଡିଏଫ୍ ସମୁହଙ୍କୁ ଉପବାସ ଦିନ ଦୈନିକ ୨୫ ପ୍ରତିଶତ କ୍ୟାଲୋରି ଦିଆଯାଉଥିଲା( ଦ୍ୱିପହର ୧୨ଟା ଓ ଦିନ ୨ଟା ମଧ୍ଯରେ) ଏବଂ ଖାଇବା ଦିନରେ ବ୍ଲାକ୍ କଫି,ଚା’,ପାଣି ଓ ସୁଗର ଫ୍ରି ଖାଦ୍ୟ ଖାଇବାକୁ ଅନୁମତି ଥିଲା ।

ବ୍ୟୟାମ ଗ୍ରୁପ : ଏହି ଗ୍ରୁପରେ ବ୍ୟୟାମ ଅବଧିକୁ ଧିରେ ଧିରେ ୪୦ ମିନଟ ବଢାଯାଇଥିଲା ।(ହାରାହାରି ୭୫ ପ୍ରତିଶଥ ହୃଦୟ ଗତିରେ) ସେମାନଙ୍କୁ ସପ୍ତାହରେ ତିନି ଥର ବ୍ୟୟାମ କରିବାକୁ ଦିଆଯାଉଥିଲା । ଯେଉଁଥିରେ ଷ୍ଟେସନାରି(ସ୍ଥିର) ବାଇକ୍ ଚାଳନା ଓ ଏଲିପ୍ଟିକାଲ ସାମିଲ ଥିଲା ।

ଅଧ୍ଯୟନର ଫଳାଫଳ
ଓଜନ ହ୍ରାସ :

ଅଧ୍ଯୟନରୁ ଚମକପ୍ରଦ ଫଳାଫଳ ମିଳିଥିଲା । କେବଳ ବ୍ୟୟାମ କରୁଥିବା ସମୁହରେ ସାମିଲ ଥିବା ବ୍ୟକ୍ତିମାନଙ୍କ ଓଜନରେ ୧ କିଲୋ ହ୍ରାସ ହୋଇଥିବା ବେଳେ କେବଳ ବୈକଳ୍ପିକ ଦିନରେ ଉପବାସ ରଖୁଥିବା ବ୍ୟକ୍ତିଙ୍କ ଓଜନରେ ୩ କିଲୋ ହ୍ରାସ ଘଟିଥିଲା । ଅନ୍ୟପକ୍ଷରେ ଉଭୟ ପଦ୍ଧତିକୁ ଅନୁସରଣ କରିଥିବା ସମୁହରେ ସାମିଲ ଥିବା ବ୍ୟକ୍ତିଙ୍କ ଓଜନରେ ୬ କିଲୋ ହ୍ରାସ ହୋଇଥିଲା ।

BMI: ଉଭୟ ପଦ୍ଧତିକୁ ଅନୂସରଣ କରୁଥିବା ବ୍ୟକ୍ତିଙ୍କ ବିଏମଆଇରେ ୨ ପଏଣ୍ଟ କମିଥିଲା । ଅନ୍ୟପକ୍ଷରେ କେବଳ ବ୍ୟୟାମ କରୁଥିବା ସମୂହରେ ପଏଣ୍ଟ ୧ ଓ ବୈକଳ୍ପିକ ଦିନ ଉପବାସ (ଏଡିଏଫ୍)ରେ ପଏଣ୍ଟ୍ ୧ କମିଥିଲା ।

ଚର୍ବି ମାତ୍ରା: ଉଭୟ ପଦ୍ଧତି ଅନୂସରଣ କରୁଥିବା ଗ୍ରୁପର ସାମିଲ ଥିବା ବ୍ୟକ୍ତିଙ୍କ ଚର୍ବି ମାତ୍ରାରେ ୫ କିଲୋଗ୍ରାମ ହ୍ରାସ ଘଟିଥିବା ବେଳେ ଏଡିଏଫ୍ ଗ୍ରୁପ ଓ କେବଳ ବ୍ୟୟାମ କରୁଥିବା ଗ୍ରୁପରେ ୨ କିଲୋଗ୍ରାମ ଓଜନ ହ୍ରାସ ହୋଇଥିଲା ।

ଅଣ୍ଟା ପରିଧି : ଉଭୟ ପଦ୍ଧତିର ଅନୂସରଣ କରୁଥିବା ଗ୍ରୁପରେ ସାମିଲ ଥିବା ବ୍ୟକ୍ତିଙ୍କ ଅଣ୍ଟା ପରିଧିରେ ୮ ସେଣ୍ଟିମିଟର ହ୍ରାସ ଘଟିଥିବା ବେଳେ ଏଡିଏଫ ଗ୍ରୁପରେ ୫ ସେଣ୍ଟିମିଟର ଓ କେବଳ ବ୍ୟୟାମ କରୁଥିବା ଗ୍ରୁପର ବ୍ୟକ୍ତିଙ୍କ ଅଣ୍ଟା ୩ ସେଣ୍ଟିମିଟର କମିଥିଲା ।

କୋଲଷ୍ଟ୍ରୋଲ:  କେବଳ ଉଭୟ ପଦ୍ଧତି ଅନୂସରଣକାରୀ ଗ୍ରୁପରେ  LDL କୋଲଷ୍ଟ୍ରୋଲରେ ୧୨ ପ୍ରତିଶତ ହ୍ରାସ ଓ ହାଇ ଡେନସିଟି ଲିପୋପ୍ରୋଟିନ (HDL) କୋଲଷ୍ଟ୍ରୋଲରେ ୧୮ ପ୍ରତିଶଥ ବୃଦ୍ଧି ହୋଇଥିଲା।

ରକ୍ତଚାପ : କେବଳ ଏଡିଏଫ୍ (ବୈକଳ୍ପିକ ଦିନ ଉପବାସ ରଖୁଥିବ ସମୂହ)ଗ୍ରୁପରେ ସିଷ୍ଟୋଲିକ ଓ ଡାୟଷ୍ଟୋଲିକ ରକ୍ତଚାପରେ ୩ ଏବଂ ୨ mmHg ହ୍ରାସ ହୋଇଥିଲା ।

ଫଳାଫଳ
ଏହି ଅଧ୍ଯୟନର ଫଳାଫଳ ହେଉଛି ଯେ, ADF (ବୈକଳ୍ପିକ ଦିନ ଉପବାସ) ଓ କଠୋର ବ୍ୟୟାମର ମିଶ୍ରଣ ଦ୍ୱାରା ଅଧିକ ଓଜନ ହ୍ରାସ ଓ ଲିପିଡ୍ ପରିବର୍ତ୍ତନ ହୋଇଥାଏ ।