Amarnath Yatra 2024: ଅପେକ୍ଷାର ହେବ ଅନ୍ତ, ୨୯ ଜୁନରୁ ଦର୍ଶନଦେବେ ବାବା ଅମରନାଥ
Advertisement
Article Detail0/zeeodisha/odisha2310732

Amarnath Yatra 2024: ଅପେକ୍ଷାର ହେବ ଅନ୍ତ, ୨୯ ଜୁନରୁ ଦର୍ଶନଦେବେ ବାବା ଅମରନାଥ

Amarnath Yatra 2024: ପଞ୍ଜୀକରଣ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଆଧାର କାର୍ଡ, ପାସପୋର୍ଟ, ଭୋଟର ID କିମ୍ବା ଡ୍ରାଇଭିଂ ଲାଇସେନ୍ସ ସହିତ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ।

Amarnath Yatra 2024: ଅପେକ୍ଷାର ହେବ ଅନ୍ତ, ୨୯ ଜୁନରୁ ଦର୍ଶନଦେବେ ବାବା ଅମରନାଥ

Amarnath Yatra 2024: ଜାମ୍ମୁ କଶ୍ମୀରରେ ବିଦ୍ୟମାନ ଥିବା ବାବା ଅମରନାଥ ଯାତ୍ରାଙ୍କ ଯାତ୍ରା ଜୁନ୍ ୨୯ ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ତତକାଳ ପଞ୍ଜୀକରଣ ସୁବିଧା ଜୁନ୍ ୨୬ ରୁ ଆରମ୍ଭ ହୋଇଛି । ଆଷାଢ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାବା ଅମରନାଥଙ୍କ ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଶିବ ଭକ୍ତ ବାବାଙ୍କ ଦରବାରରେ ପହଞ୍ଚି ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ । ପଞ୍ଜୀକରଣ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଆଧାର କାର୍ଡ, ପାସପୋର୍ଟ, ଭୋଟର ID କିମ୍ବା ଡ୍ରାଇଭିଂ ଲାଇସେନ୍ସ ସହିତ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ।

ଅମରନାଥ ଧାମ କାହିଁକି ସ୍ୱତନ୍ତ୍ର?
ଭଗବାନ ଶିବଙ୍କର ଏକ ପ୍ରମୁଖ ତୀର୍ଥସ୍ଥାନ ମଧ୍ୟରୁ ଅମରନାଥ ଧାମକୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ । ମହାଦେବଙ୍କ ବିରଳ ତଥା ପ୍ରାକୃତିକ ଶିବଲିଙ୍ଗ ଅମରନାଥରେ ଦେଖିବାକୁ ମିଳେ । ବାବା ଅମରନାଥଙ୍କ ପବିତ୍ର ଗୁମ୍ଫାରେ ବରଫର ଶିବଲିଙ୍ଗ କେବେଠୁ ସୃଷ୍ଟି ହୋଇଛି ଏବଂ ବାବାଙ୍କ ଦର୍ଶନ ପାଇଁ କେବେଠୁ ଭକ୍ତମାନେ ଏଠାରେ ଭିଡ ଲଗାଉଛନ୍ତି ତାହାର ସଠିକ୍ ସୂଚନା କାହା ପାଖରେ ନାହିଁ । କିନ୍ତୁ ବିଶ୍ୱାସ କରାଯାଏ ଯେ, ବହୁ ପୂର୍ବରୁ ଏହି ଗୁମ୍ଫାରେ ବାବାଙ୍କ ଶିବଲିଙ୍ଗ ଦର୍ଶନ କରିବାକୁ ଭକ୍ତ ଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶିବଲିଙ୍ଗ ଅଦୃଶ୍ୟ ହୋଇଯାଇଥିଲା । ପୁଣିଥରେ ପ୍ରାୟ ୧୫୦ ବର୍ଷ ପୂର୍ବରୁ ଏହି ଗୁମ୍ଫାକୁ ଆବିଷ୍କାର କରାଯାଇଥିଲା ।

ଅମରନାଥ ତୀର୍ଥଯାତ୍ରାର ମହତ୍ତ୍ୱ ଅନେକ । ତେଣୁ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ କାଶ୍ମୀରରେ ପହଞ୍ଚିଥାନ୍ତି ବରଫ ଶିବଲିଙ୍ଗ ଦର୍ଶନ ପାଇଁ । ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରିଥାନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ । ରାସ୍ତାରୁ ବରଫ ବାହାର କରାଯିବା ସହ ବିଭିନ୍ନ ସ୍ଥାନରେ ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ବିଶ୍ୱାମସ୍ଥଳୀ ନିର୍ମାଣ କରାଯାଇଥାଏ । କିନ୍ତୁ ତଥାବି ଏହି ଯାତ୍ରା ଖୁବ କଷ୍ଟକର ହୋଇଥାଏ । ସମସ୍ତ ବାଧାବିଘ୍ନକୁ ଖାତିର ନକରି ଶିବଭକ୍ତମାନେ ବାବାଙ୍କ କୃପା ଲାଭ ପାଇଁ ଅମରନାଥ ଧାମରେ ପହଞ୍ଚିଥାନ୍ତି । 

ଅମରନାଥ ଗୁମ୍ଫାରେ ବରଫରେ ପ୍ରାକୃତିକ ଭାବେ ନିର୍ମିତ ଶିବଲିଙ୍ଗଙ୍କ ଦର୍ଶନ ମିଳିଥାଏ । ପ୍ରଥମେ ଶିବ ଲିଙ୍ଗ ଛୋଟ ଆକାରରେ ସୃଷ୍ଟି ହୋଇ ଧିରେ ଧିରେ ବଡ଼ ହୋଇଥାଏ । ବିଶ୍ୱାସ ରହିଛି ଯେ, ପଞ୍ଚଦଶ ଶତାବ୍ଦୀରେ ଜଣେ ମୁସଲମାନ ମେଷପାଳକ ଏହି ଗୁମ୍ଫା ଆବିଷ୍କାର କରିଥିଲେ । ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚିବାର ଦୁଇଟି ରାସ୍ତା ରହିଛି । ଗୋଟିଏ ମାର୍ଗ ପହଲଗାମରୁ ଥିବାବେଳେ ଅନ୍ୟଟି ବାଲ୍ଟାଲରୁ ସୋନମର୍ଗ ଦେଇ ରହିଛି ।

Also Read- Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...