Keystroke Technology: ଟେକ୍ନୋଲୋଜି ନେଇଗଲା ବୀମା କମ୍ପାନୀ କର୍ମଚାରୀଙ୍କ ଚାକିରି, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Keystroke Technology: ଟେକ୍ନୋଲୋଜି ନେଇଗଲା ବୀମା କମ୍ପାନୀ କର୍ମଚାରୀଙ୍କ ଚାକିରି, ଜାଣନ୍ତୁ ପୁରା ଘଟଣାକ୍ରମ

Work From Home Performance: କାର୍ଯ୍ୟଦକ୍ଷତା ପାଇଁ ନିଜର ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ ଏକ ବୀମା କମ୍ପାନୀ। ଅଷ୍ଟ୍ରେଲିଆ ସଡ଼ନୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

 

Keystroke Technology: ଟେକ୍ନୋଲୋଜି ନେଇଗଲା ବୀମା କମ୍ପାନୀ କର୍ମଚାରୀଙ୍କ ଚାକିରି, ଜାଣନ୍ତୁ ପୁରା ଘଟଣାକ୍ରମ

Insurance Company Sack Employee for WFH Performance: ଏକ ଅଗ୍ରଣୀ ବୀମା କମ୍ପାନୀ ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ପ୍ରଦର୍ଶନ ଆଧାରରେ ଚାକିରିରୁ ବରଖାସ୍ତ କରିଛନ୍ତି। ଚାକିରିରୁ ବରଖାସ୍ତ ହୋଇଥିବା ବୀମା କମ୍ପାନୀ କର୍ମଚାରୀ ଜଣଙ୍କ ଘରେ ରହି କାମ କରୁଥିଲେ। ଏହି କର୍ମଚାରୀଙ୍କ ଲ୍ୟାପଟପ୍‌ ମଧ୍ୟରେ ଏକ କିଷ୍ଟ୍ରୋକ ଟେକ୍ନୋଲୋଜି ବ୍ୟବହାର କରିଥିଲା କମ୍ପାନୀ। ଯାହା ଦ୍ୱାରା ଘରେ ରହି କାମ କରିବା ସମୟରେ ମହିଳା କର୍ମଚାରୀ ଜଣଙ୍କ କେତେ ଘଣ୍ଟା କାମ କରିଛନ୍ତି ଏବଂ ତାଙ୍କର କାର୍ଯ୍ୟ ସମୟ ପର୍ଯ୍ୟାପ୍ତ ନୁହେଁ ବୋଲି ଜାଣିବା ପରେ କମ୍ପାନୀ ତାଙ୍କୁ ବରଖାସ୍ତ କରିଦେଇଛି।

ଅଷ୍ଟ୍ରେଲିଆ ସଡ଼ନୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଇନସୁରାନ୍ସ ଅଷ୍ଟ୍ରେଲିଆ ଗ୍ରୁପ୍ (Insurance Australia Group) ନାମକ ଅଷ୍ଟ୍ରେଲୀୟ ବୀମା କମ୍ପାନୀ ପରାମର୍ଶଦାତା (Australian Insurance Company Consultant) ସୁଜି ଚେଖୋଙ୍କୁ କମ୍ପାନୀ ପକ୍ଷରୁ କାମ ପାଇଁ ଧାର୍ଯ୍ୟ ହୋଇଥିବା ସମୟ ସୀମା, ବୈଠକ ସମୟରେ ଅନୁପସ୍ଥିତ ରହିବା ଏବଂ ଯୋଗାଯୋଗ ନହେବା ଏବଂ ପ୍ରମୁଖ କାର୍ଯ୍ୟ ପୂରଣ କରିବାରେ ବିଫଳ ହେବାରୁ ଚଳିତ ବର୍ଷ ଆରମ୍ଭରେ ବରଖାସ୍ତ କରି ଦିଆଯାଇଥିଲା।

ଏହି ଘଟଣା ଫେୟାର ୱାର୍କ କମିଶନ (Fair Work Commission) ପାଖରେ ପହଞ୍ଚିଥିଲା। ଇନସୁରାନ୍ସ ଅଷ୍ଟ୍ରେଲିଆ ଗ୍ରୁପ୍ ପରାମର୍ଶଦାତା ସୁଜି ଚେଖୋଙ୍କୁ ପକ୍ଷରୁ ଦାଖଲ ହୋଇଥିବା ଅନ୍ୟାୟ ବହିଷ୍କାର ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି  କମିଶନ। ତାଙ୍କୁ ଏକ ବୈଧ କାରଣ ହେତୁ ତାଙ୍କ ଚାକିରିରୁ ବରଖାସ୍ତ କରାଯାଇଥିବା କହିଛି କମିଶନ। ଆୟୋଗ କହିବା ଅନୁଯାୟୀ ସୁଜି ଚେଖୋ ବୀମା ଦଲିଲ ତିଆରି କରିବା, ନିୟାମକ ସମୟସୀମା ପୂରଣ କରିବା ଏବଂ ଘରେ ରହି କାମ କରିବା ସମୟରେ କମ୍ପାନୀ କାର୍ଯ୍ୟ ଉପରେ ନଜର ରଖିବା ଦାୟିତ୍ୱରେ ଥିଲେ।

ଅନ୍ୟପଟେ ସୁଜି ଚେଖୋ କମିଶନ ନିକଟରେ ଦାବି କରିଥିଲେ ଯେ ତାଙ୍କୁ ଚାକିରିରୁ ହଟାଇବା ପାଇଁ ତାଙ୍କ କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି। ମାନସିକ ସ୍ୱାସ୍ଥ୍ୟ କାରଣରୁ ତାଙ୍କୁ ଟାର୍ଗେଟ କରାଯାଇଛି। ହେଲେ ଗତ ବର୍ଷ ନଭେମ୍ବରରେ ନିଜର ପ୍ରଦର୍ଶନ ପାଇଁ ତାଙ୍କୁ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବରେ ଚେତାବନୀ ଦିଆଯାଇଥିଲା। ତାଙ୍କର ପ୍ରଦର୍ଶନକୁ କାର୍ଯ୍ୟଦକ୍ଷତା ଉନ୍ନତି ଯୋଜନାରେ ରଖାଯାଇଥିଲା।

ତାଙ୍କର କାର୍ଯ୍ୟଦକ୍ଷତା ମାପିବା ପାଇଁ ଇନସୁରାନ୍ସ ଅଷ୍ଟ୍ରେଲିଆ ଗ୍ରୁପ୍ ପକ୍ଷରୁ କମ୍ପାନୀ ପରାମର୍ଶଦାତା ସୁଜି ଚେଖୋଙ୍କ ଲ୍ୟାପଟପ୍‌ ମଧ୍ୟରେ କିଷ୍ଟ୍ରୋକ ଟେକ୍ନୋଲୋଜି ବ୍ୟବହାର କରିଥିଲା। ଯାହା ଦ୍ୱାରା କମ୍ପାନୀ ଜାଣିପାରିବ ଯେ ସେ କେତେ ଘଣ୍ଟା କାମ କରିଛନ୍ତି। ଗତ ବର୍ଷ ଅକ୍ଟୋବର ଠାରୁ ଡିସେମ୍ବର ମଧ୍ୟରେ ରହିଥିବା ମୋଟ ୪୯ କାର୍ଯ୍ୟଦିବସ ମଧ୍ୟରେ ସେ କେତେ ଥର କିବୋର୍ଡକୁ ଶାରୀରିକ ଭାବରେ ଦବାଇଥିଲେ ତାହା ବିଶ୍ଳେଷଣ କରିବା ପାଇଁ କିଷ୍ଟ୍ରୋକ ଟେକ୍ନୋଲୋଜି ବ୍ୟବହୃତ ହୋଇଥିଲା।

ଯାହା ଦ୍ୱାରା ଜଣାପଡ଼ିଥିଲା ଯେ ସେ ୪୪ ଦିନ ପାଇଁ କମ୍ପାନୀ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମୟ ମୁତାବକ କାମ କରିନାହାଁନ୍ତି। ୪୭ ଦିନ କାମ ବିଳମ୍ବରେ ଆରମ୍ଭ କରିଥିଲେ। ୨୯ ଦିନ କାମ ଶୀଘ୍ର ଶେଷ କରିଥିଲେ। ଅନ୍ୟ ୪ ଦିନ  ଶୂନ ଘଣ୍ଟା ପାଇଁ କାର୍ଯ୍ୟ କରିଥିଲେ। ଏନେଇ ହୋଇଥିବା ନୀରିକ୍ଷଣରୁ ଜଣାପଡ଼ିଥିଲା ଘଣ୍ଟା ପ୍ରତି ହାରାହାରି ସେ ୫୪ ଷ୍ଟ୍ରୋକ କରିଥିଲେ। ଯାହା ଦର୍ଶାଇଥିଲା ଯେ ସେ ଅଫିସ କାର୍ଯ୍ୟ ପାଇଁ ନିଜକୁ ଉପସ୍ଥାପନା କରୁନାହାଁନ୍ତି ଏବଂ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରୁନାହାଁନ୍ତି। ଫେୟାର ୱାର୍କ କମିଶନ ଅନୁସନ୍ଧାନ ଅନୁଯାୟୀ ସେ କହିଛନ୍ତି, ବେଳେବେଳେ କାର୍ଯ୍ୟଭାର ଟିକେ ଧିର ରହୁଥିଲା। 

ଏନେଇ ସୁଜି ଚେଖୋ କହିଛନ୍ତି ଯେ ମୁଁ ସମୟ ସମୟରେ ଦୋକାନକୁ ଯାଇପାରେ। ହେଲେ ଦିନସାରା ନୁହେଁ। ଏହାକୁ ବିଚାର କରିବା ପାଇଁ ମୋତେ କିଛି ସମୟ ନେବାକୁ ପଡିବ ଏବଂ ମୁଁ ଏକ ପ୍ରତିକ୍ରିୟା ଦେବି। ମୁଁ ଏହା ବୁଝାଇ ପାରିବି ନାଁ ନାହିଁ। ସେଥିପାଇଁ ମୁଁ ଇମେଲ କରିଛି ବୋଲି ସେ କହିଛନ୍ତି। ମାତ୍ର ଫେୟାର ୱାର୍କ କମିଶନ ନୀରିକ୍ଷଣ ସମୟରେ ଜାଣିବାକୁ ପାଇଥିଲେ ଯେ ସୁଜି ଚେଖୋ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟ ସମୟରେ ଆବଶ୍ୟକତା ରହିଥିବା ଭଳି କାମ କରିନାହାଁନ୍ତି।