One Nation One Student ID: ABC ID କ'ଣ? ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?
Advertisement

One Nation One Student ID: ABC ID କ'ଣ? ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

One Nation One Student ID Card India: ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି ପରିଚୟ ପତ୍ର ସାହାଯ୍ୟରେ ଛାତ୍ରଛାତ୍ରୀ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଅନୁଷ୍ଠାନ ମଧ୍ୟରେ ସହଜରେ ସ୍ଥାନାନ୍ତରିତ ହୋଇପାରିବେ।

ଫଚୋ ସୌଜନ୍ୟ: X@EduMinOfIndia

One Nation One Student ID Card: ବିଦ୍ୟାଳୟ ଶିକ୍ଷା ବିଭାଗ ଦେଶର ସୁଦୂର ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ବ୍ୟବହାର କରି ଅଟୋମେଟେଡ ପାରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (APAAR) ଆରମ୍ଭ କରିଛି। "ଗୋଟିଏ ଦେଶ ଗୋଟିଏ ଛାତ୍ର ପରିଚୟ" ନାମକ ଏକ ସମନ୍ୱିତ ଛାତ୍ର ପରିଚୟ ପ୍ରଣାଳୀ ପ୍ରତିଷ୍ଠା କରିବାକୁ "APAAR" ଲକ୍ଷ୍ୟ ଧାର୍ଯ୍ୟ କରିଛି।

"APAAR" ହେଉଛି ଜାତୀୟ ଶିକ୍ଷା ନୀତିର (National Education Policy 2020) ଏକ ଅଂଶ। ଯାହା ମାଧ୍ୟମରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ (Academic Bank of Credit) ଠାରେ ପଞ୍ଜୀକରଣ କରିବା ଆବଶ୍ୟକ। ନୂତନ ନିୟମ ଅନୁଯାୟୀ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ପରିଚୟ ପତ୍ର (Academic Bank of Credit Identity Card) ରହିବା ଆବଶ୍ୟକ।

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି ଦେଶରେ ବଢୁଥିବା ଡିଜିଟାଲ ସେବା, ସେମାନେ କିପରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାକୁ ଉପକୃତ କରିପାରିବେ। ସେ ନେଇ ତୁରନ୍ତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ପରିଚୟ ପତ୍ର (ABC ID Card) ପ୍ରଦାନ କରିବା, ଆଧାର ସହିତ ଯାଞ୍ଚ କରିବା ଏବଂ ଡିଜି ଲକର ସହିତ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ (Academic Bank of Credit) ଏକ ଡିଜିଟାଲ୍ ଷ୍ଟୋରେଜ୍ ପ୍ଲାଟଫର୍ମ (Digital Storage Platform) ଭାବରେ କାର୍ଯ୍ୟ କରେ। ଯେଉଁଠାରେ ଛାତ୍ରୀଛାତ୍ର ସେମାନଙ୍କ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (Common Service Centre) ବ୍ୟତୀତ ଅନ୍ୟ କୌଣସି ସ୍ଥାନ ପରିଦର୍ଶନ କରିବାର ଆବଶ୍ୟକତା ବିନା ସହଜରେ ଏହାର ସୁବିଧା ପାଇପାରିବେ। ଏହି ଡିଜିଟାଲ୍ କ୍ରେଡିଟ୍ ରେପୋଜିଟୋରୀ (Digital Credit Repository) ଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ବ୍ୟକ୍ତିଗତ ବିବରଣୀ ରହିବ।

ଏହି ପରିଚୟ ପତ୍ର ସାହାଯ୍ୟରେ ଛାତ୍ରଛାତ୍ରୀ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଅନୁଷ୍ଠାନ ମଧ୍ୟରେ ସହଜରେ ପରିବର୍ତ୍ତନ କରିପାରିବେ। ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ପରିଚୟ ପତ୍ର  ବ୍ୟବହାର କରି ଗୋଟିଏ କ୍ଲିକ୍ ଦ୍ୱାରା ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ତଥ୍ୟ ପାଇପାରିବେ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମାନଙ୍କର ଶିକ୍ଷା ଗ୍ରହଣ କରିବା ବିଷୟରେ (Academic Journey of Student) ବିସ୍ତୃତ ବିବରଣୀ ଧାରଣ କରିଥାଏ। ଯାହା ଜଣେ ଛାତ୍ରର ଶିକ୍ଷା ଗ୍ରହଣ କରିବାର ସମ୍ପୂର୍ଣ୍ଣ ଯାତ୍ରା ସମୟରେ ଅର୍ଜନ କରିଥିବା କ୍ରେଡିଟ୍ (Academic Journey Credit) ପାଇଁ ଏହା ଏକ ଭର୍ଚୁଆଲ୍ ରେପୋଜିଟୋରୀ (Virtual Repository) ଭାବରେ କାର୍ଯ୍ୟ କରିଥାଏ। ଏହି କ୍ରେଡିଟ୍ ସେମାନଙ୍କ ଅଧ୍ୟୟନ ସମୟରେ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରିବ। ଶିକ୍ଷା କ୍ଷେତ୍ରରେ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍  ଲାଗୁ କରିବାକୁ ପ୍ରସ୍ତାବ ୨୦୨୦ ଜାତୀୟ ଶିକ୍ଷା ନୀତିରୁ ଆସିଥିଲା।