Ayodhya Ram Mandir: ରାମଲାଲାଙ୍କ ମୂର୍ତ୍ତି ବିଷୟରେ ୯ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଜାଣିବା ଜରୁରୀ...
Advertisement
Article Detail0/zeeodisha/odisha2067696

Ayodhya Ram Mandir: ରାମଲାଲାଙ୍କ ମୂର୍ତ୍ତି ବିଷୟରେ ୯ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଜାଣିବା ଜରୁରୀ...

Ayodhya Lord Ram Idol:  ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ବିଶେଷତ୍ୱ ସମ୍ପର୍କରେ ଜାଣନ୍ତୁ।  

 

Ayodhya Ram Mandir: ରାମଲାଲାଙ୍କ ମୂର୍ତ୍ତି ବିଷୟରେ ୯ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଜାଣିବା ଜରୁରୀ...

Lord Ram Idol Specifications: ଆସନ୍ତା ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ଶ୍ରୀରାମଙ୍କ ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା। ଏନେଇ ସମସ୍ତ ଆବଶ୍ୟକୀୟ ପ୍ରସ୍ତତି ପ୍ରାୟତଃ ହୋଇସାରିଛି। ଏହା ପୂର୍ବରୁ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିର ପ୍ରଥମ ଫଟୋ ପ୍ରକାଶିତ ହୋଇସାରିଛି। ରାମ ମନ୍ଦିର ଗର୍ଭଗୃହରେ ଭଗବାନ ଶ୍ରୀରାମଙ୍କ ପ୍ରତିମା ସ୍ଥାପନ କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ସେହି ସମାନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ କରାଯିବ। ଗତକାଲି ଏହି ପ୍ରତିମା ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବା ପରେ ଏହାକୁ ପ୍ରଥମ ଥର ପାଇଁ ଦର୍ଶନ କରିଥିଲେ ରାମ ଭକ୍ତ। ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପିତ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ସେହି ପ୍ରତିମାର ବିଶେଷତ୍ୱ ସମ୍ପର୍କରେ ଜାଣନ୍ତୁ।  

ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ସହ ଜଡ଼ିତ ବିଶେଷତ୍ୱ 

  • ଶ୍ୟାମ ଶୀଳାର ବୟସ ହେଉଛି ହଜାର ହଜାର ବର୍ଷ। ଏହି ପଥର ଜଳ ପ୍ରତିରୋଧି ଭାବେ ଜଣାଶୁଣା।
  • ଚନ୍ଦନ କିମ୍ବା ସିନ୍ଦୁର କିମ୍ବା କୁଙ୍କମ୍ ଲଗାଇବା ଦ୍ୱାରା ଏହାର ଚମକ ପ୍ରଭାବିତ ହେବ ନାହିଁ।
  • ପାଦ ଠାରୁ କପାଳ ପର୍ଯ୍ୟନ୍ତ ଉଚ୍ଚତା ହେଉଛି ୫୧ ଇଞ୍ଚ।
  • ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ଓଜନ ହେଉଛି ପ୍ରାୟ ୨୦୦ କିଲୋଗ୍ରାମ।
  • ଏହି ପ୍ରତିମୂର୍ତ୍ତିରେ ଏକ ମୁକୁଟ ସ୍ଥାପନ କରାଯାଇଛି।
  • ଆଣ୍ଠୁ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କ ବାହୁ ଲମ୍ବା ରହିଛି।
  • ପ୍ରଭୁ ଶ୍ରୀରାମଙ୍କ ମସ୍ତକ ସୁନ୍ଦର, ଆଖି ବଡ଼ ଏବଂ କପାଳ ବେଶ ସୁନ୍ଦର ହୋଇଛି।
  • ହାତରେ ଫୁଲ, ଧନୁ ଏବଂ ତୀର ଧରି ଛିଡା ହୋଇଥିବା ସ୍ଥିତିରେ ରହିଛି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି।
  • ଏହି ମୂର୍ତ୍ତିରେ ଏକ ୫ ବର୍ଷର ଶିଶୁର ବାଳ ସୁଲଭ କୋମଳତା ରହିଛି। 

କିପରି ହୋଇଛି ରାମଲାଲାଙ୍କ ପ୍ରତିମୂର୍ତ୍ତି?
ଶ୍ୟାମ ଶୀଳା କେତେ ସୁନ୍ଦର ଭାବରେ ଆବିର୍ଭୂତ ହୋଇଛି ତାହା ରାମଲାଲାଙ୍କ ପ୍ରତିମୂର୍ତ୍ତି ଦର୍ଶାଉଛି। ହେଲେ ତଥାପି ରାମଲାଲାଙ୍କ ପ୍ରତିମୂର୍ତ୍ତିର ଆଖି ଏବେ ମଧ୍ୟ ଆଚ୍ଛାଦିତ ହୋଇରହିଛି। ହେଲେ ଶ୍ୟାମ ଶୀଳା ତଥାପି ଝଲସି ଉଠୁଛି। ରାମଲାଲାଙ୍କୁ ଗର୍ଭଗୃହରେ ବିରାଜମାନ କରାଇବା ପୂର୍ବରୁ ଅନେକ ଧାର୍ମିକ ରୀତିନୀତି ସହ ପୂଜାର୍ଚ୍ଚନା କରାଯାଇଥିଲା। କାଶୀରୁ ଆସିଥିବା ପଣ୍ଡିତ ଏହି ସମସ୍ତ କାର୍ଯ୍ୟକ୍ରମ କରିଥିଲେ। ୧୨୧ ଆଚାର୍ଯ୍ୟ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। ପ୍ରାୟ ୨୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ରାମଲାଲା ମୂର୍ତ୍ତିର ଜଲାଭିଷେକ କରାଯାଇଥିଲା ଏବଂ ଭଗବାନ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ରଖାଯାଇଥିଲା।

ଅଭିଜିତ୍ ମୂହର୍ତ୍ତରେ ହେବ ପ୍ରାଣ ପ୍ରତିଷ୍ଠା 
ସର୍ବପ୍ରଥମେ ରାମଲାଲାଙ୍କୁ ଦର୍ପଣ ଦେଖାଯିବ। ଯେଉଁଥିରେ ଭଗବାନ ଶ୍ରୀରାମ ପ୍ରଥମେ ନିଜ ଚେହେରା ଦେଖିବେ। ଏହା ପରେ ଆଚ୍ଛାଦିତ ହୋଇ ରହିଥିବା ମୂର୍ତ୍ତିରେ ଲଗାଯାଇଥିବା ପଟ୍ଟି ହଟାଯିବ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୫ ଜଣ ଲୋକ ରାମ ମନ୍ଦିର ଗର୍ଭଗୃହରେ ଉପସ୍ଥିତ ରହିବେ। ଜାନୁଆରୀ ୨୨ ତାରିଖରେ ଦଳ ପୂଜା ପାଇଁ ଆଚାର୍ଯ୍ୟଙ୍କୁ ତିନୋଟି ଦଳ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଭିଜିତ୍ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ।