Weird News: ବଗିଚା WEDS କୂଅ, ଜାଣନ୍ତୁ ଏହି ନିଆରା ବାହାଘରରେ ଖର୍ଚ୍ଚ ହେଲା କେତେ ଲକ୍ଷ ?
Advertisement
Article Detail0/zeeodisha/odisha1614579

Weird News: ବଗିଚା WEDS କୂଅ, ଜାଣନ୍ତୁ ଏହି ନିଆରା ବାହାଘରରେ ଖର୍ଚ୍ଚ ହେଲା କେତେ ଲକ୍ଷ ?

Uttar Pradesh News: ଆପଣ ଅନେକ ନିଆରା (unique marriage)ବାହାଘର ବିଷୟରେ ଶୁଣିଥିବେ ନିଶ୍ଚୟେ । କିନ୍ତୁ ଆଜି ଆମେ ଏଭଳି ଏକ ବାହାଘର ବିଷୟରେ କହିବାକୁ ଯାଉଛୁ । ଯାହା ବୋଧେ ହୁଏ ଆପଣ ଆଗକୁ କେବେ ଶୁଣି ନଥିବେ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚୟେ । ଉତ୍ତରପ୍ରଦେଶର ବାହାରଇଚ ଜିଲ୍ଲାରେ (Bahraich,Uttar Pradesh ) ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Uttar Pradesh News: ଆପଣ ଅନେକ ନିଆରା (unique marriage)ବାହାଘର ବିଷୟରେ ଶୁଣିଥିବେ ନିଶ୍ଚୟେ । କିନ୍ତୁ ଆଜି ଆମେ ଏଭଳି ଏକ ବାହାଘର ବିଷୟରେ କହିବାକୁ ଯାଉଛୁ । ଯାହା ବୋଧେ ହୁଏ ଆପଣ ଆଗକୁ କେବେ ଶୁଣି ନଥିବେ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚୟେ । ଉତ୍ତରପ୍ରଦେଶର ବାହାରଇଚ ଜିଲ୍ଲାରେ (Bahraich,Uttar Pradesh ) ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି  । ୮୫ ବର୍ଷିୟ ବୃଦ୍ଧା ମାଆର ଏପରି ନିଆରା ଇଚ୍ଛାକୁ ପୁରଣ କରିଛନ୍ତି ଦୁଇ ପୁଅ।  ମାଆଙ୍କର ଇଚ୍ଛା ଥିଲା ଯେ, ବଗିଚା ସହ ତାଙ୍କ ଘର ସାମ୍ନାରେ ଥିବା କୂଅର ବିବାହ ହେଉ। ଆଉ ଏହି ଅସମ୍ଭବ କାମକୁ କରି ଦେଖାଇଛନ୍ତି ବୃଦ୍ଧାଙ୍କ ଦୁଇ ପୁଅ । ସାଧାରଣ ବାହାଘର ପରି ଏହି ବାହାଘରରେ  ବ୍ୟାଣ୍ତ ବାଜା ବାରାତ୍ ମଧ୍ୟ ଆସିଥିଲା ,ଭୋଜିଭାତରେ ଭାସିଥିଲେ ଗ୍ରାମବାସୀ । 

କ'ଣ ଥିଲା ପୁରା ଘଟଣାକ୍ରମ?

ଉତ୍ତରପ୍ରଦେଶର (Uttar Pradesh News)ବାହାରଚାଇ ଜିଲ୍ଲାରେ କେଶରଗଞ୍ଚ ଅଞ୍ଚଳରେ ରହିଛି କରସର ବେରାଉର ଗାଁ (Karsar Beraura Kaiserganj)। ଯେଉଁ ଗାଁରେ ରୁହନ୍ତି  ୮୫ ବର୍ଷିୟ ବୃଦ୍ଧା କିଶୋରୀ ଦେବୀ ଓ ତାଙ୍କ ଦୁଇ ପୁଅ ଅଖିଲେସ ସିଂହ ଓ ଅମରେଶ ବାହାଦୁର ସିଂ ରାଥୋର । କିଶୋରୀ ବହୁତ ପ୍ରକୃତି ପ୍ରେମୀ । ନିଜ ଘର ସାମ୍ନାରେ ଥିବା କୂଅ ଓ ବଗିଚାକୁ ଭାରି ଭଲ ପାଆନ୍ତି । କିଶୋରୀଙ୍କ ଇଚ୍ଛା ଥିଲା କୂଅ -ବଗିଚାଙ୍କ ବିବାହ (well -garden marriage)ହେଉ । ଆଉ ମାଆଙ୍କ ଏହି ଆଶାକୁ ଦେଖି ଅଣ୍ଟା ଭିଡିଥିଲେ ଦୁଇ ପୁଅ । ବଡ ଧୁମଧାମରେ ବିବାହ କରାଇଥିଲେ। ଏହି ବିବାହ ପାଇଁ  ଶୁଭ ସମୟ ସ୍ଥିର ହେବା ସହିତ କାର୍ଡ ମଧ୍ୟ ଛପା ଯାଇଥିଲା। ପଣ୍ତିତଙ୍କ ଅନୁସାରେ ଶୁଭ ସମୟ  ୧୩ ମାର୍ଚ୍ଚ ବୋଲି କହିଥିଲେ ।  ସେହି ଦିନ ମଧ୍ୟ ବିବାହ ପାଇଁ ଲଗ୍ନ ଧରାଯାଇଥିଲା। ପରେ କାର୍ଡ ଗୁଡିକୁ ଅତିଥିଙ୍କୁ ମଧ୍ୟ ବଣ୍ଟା ଯାଇଥିଲା। ବ୍ୟାଣ୍ତ ବାଜା ବାରାତ ସହ ଆସିଥିଲେ ବରଯାତ୍ରୀ । 

Also Read : Chaitra Navratri 2023: ଚୈତ୍ର ନବରାତ୍ରୀର ଦିନକ ପୂର୍ବରୁ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଚମକି ଉଠିବ ଭଗ୍ୟ, ବର୍ଷିବ ଟଙ୍କା

Also Read :  White Hair Remedy: ଧଳା କେଶକୁ କଳା କରିବ କଫି, ଘରେ ହିଁ ବନାନ୍ତୁ ଏହି ହେୟାର କର୍ଲର

୧୩ ତାରିଖ ଦିନ  ଗାଁ ନିକଟରେ ଥିବା  ଏକ ପେଣ୍ତାଲକୁ ମଧ୍ୟ ସଜା ଯାଇଥିଲା। କୂଅ ଓ ବଗିଚାର ପ୍ରତିରୂପ ସ୍ବରୂପ ଦୁଇଟି କାଠ କଣ୍ତେଇ ପ୍ରସ୍ତୁତ କରାଯାଇଥିଲା।  ଏହା ପରେ ମାର୍ଚ୍ଚ ୧୩ ଦିନ ଏକ ଗ୍ରାଣ୍ଡ ପାଣ୍ଡାଲକୁ ସଜାଇ ଏକ ବଡ ଭୋଜି ଆୟୋଜନ କରାଯାଇଥିଲା । ୨ ହଜାରରୁ ଅଧିକ ଲୋକେ ବର ପକ୍ଷରୁ ଲୋକେ ଆସିଥିଲେ। ଏବଂ ପ୍ରାୟ ୧୫୦୦ ଲୋକଙ୍କ ଉପସ୍ଥିତିରେ  କୂଅ ଓ ବଗିଚାର ବିବାହ ବୋଇଥିଲା । କୂଅ ବର ହୋଇଥିବା ବେଳେ କନ୍ୟା ହୋଇଥିଲା ବଗିଚା । ନାଚଗୀତରେ ଫାଟି ପଡିଥିଲା ପୁରା ଖଣ୍ତମଣ୍ତଳ । ଏପରିକି ଝିଅ ବିଦା ବେଳେ ଯେପରି ମହିଳାମାନେ ବାହୁନି ଥାନ୍ତି । ଠିକ୍ ସେହିପରି ମଧ୍ୟ ଗାଁର ମହିଳା ମାନେ କନ୍ୟାକୁ ବିଦା କଲାବେଳେ କାନ୍ଧିଥିଲେ। । ତେବେ, ଏ-ହି ନିଆରା ବାହାଘରରେ କେଶରଗଞ୍ଜର ଏସଡିଏସଙ୍କ ସହ ବହୁ ପ୍ରସାଶନିକ ଅଧିକାରୀ ଯୋଗ ଦେଇଥିଲେ। କେସିଆରଗଞ୍ଜ ଅଞ୍ଚଳର ବିଜେପି ନେତା ଡକ୍ଟର ଅରବିନ୍ଦ ସିଂଙ୍କ ସମେତ ବହୁ ସେଲିବ୍ରିଟି ମଧ୍ୟ ପହଞ୍ଚିଥିଲେ। ତେବେ, ଏହି ବାହାଘରରେ ପ୍ରାୟ ୧୫-୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ।