Facebook ଚଲାଇବା ବୃଦ୍ଧଙ୍କ ପାଇଁ ପଡ଼ିଲା ମହଙ୍ଗା! ନଗ୍ନ ଭିଡିଓ କଲ୍ ମାଧ୍ୟମରେ ଲୁଟିନେଲେ ୧.୭ ଲକ୍ଷ ଟଙ୍କା
Advertisement

Facebook ଚଲାଇବା ବୃଦ୍ଧଙ୍କ ପାଇଁ ପଡ଼ିଲା ମହଙ୍ଗା! ନଗ୍ନ ଭିଡିଓ କଲ୍ ମାଧ୍ୟମରେ ଲୁଟିନେଲେ ୧.୭ ଲକ୍ଷ ଟଙ୍କା

Facebook Sextortion Scam: ବେଙ୍ଗାଲୁରୁର ଜଣେ ବୃଦ୍ଧଙ୍କୁ ଫେସବୁକରେ ଅପରିଚିତ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା କାଳ ହୋଇପଡିଥିଲା । ଜଣେ ମହିଳା ବୃଦ୍ଧ ବ୍ୟକ୍ତିଙ୍କୁ ନଗ୍ନ କଲ କରି ତାଙ୍କ ଭିଡିଓ ରେକର୍ଡ କରିଥିଲେ । ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଏହି ବୃଦ୍ଧ ବ୍ୟକ୍ତିଙ୍କଠାରୁ ୧.୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

 

Bengaluru Sextortion Scam

Bengaluru Sextortion Scam: ଫେସବୁକରେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ବନ୍ଧୁତା କରିବା ଓ ମେସେଜ୍ କରିବା ଜଣେ ୬୯ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି । କିଛି ଦିନ ଚାଟିଂ କରିବା ପରେ ମହିଳା ଜଣକ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ନଗ୍ନ ଭିଡିଓ କଲ କରି ତାହାର ରେକର୍ଡ କରିନେଇଥିଲେ । ଏହା ପରେ ତାଙ୍କୁ ଭିଡିଓ ଓ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେ ଏବଂ ୧.୭ ଲକ୍ଷ ଟଙ୍କା ଲୁଟି ନେଇଥି ଲେ। ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିବା ଅବସରପ୍ରାପ୍ତ ବେସରକାରୀ କର୍ମଚାରୀ ପୋଲିସକୁ କହିଛନ୍ତି ଯେ ସେ ଫେସବୁକରେ ଜଣେ ଝିଅ ସହିତ ଚାଟ୍ କରୁଥିଲେ ।

ମହିଳା ଜଣକ ବୃଦ୍ଧ ବ୍ୟକ୍ତିଙ୍କୁ ଲଗାତାର କଲ୍ କରିଥିଲେ
ବୃଦ୍ଧଙ୍କ ଅନୁଯାୟୀ, ୨୧ ନଭେମ୍ବରରେ କୋମଲ ଶର୍ମା ତାଙ୍କୁ ଏକ ଭିଡିଓ କଲ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ସେ ଏହାକୁ କାଟିଦେଲେ, ସେ ବ୍ୟାକ୍-ଟୁ-ବ୍ୟାକ୍ କଲ କରିଥିଲେ । ଯେତେବେଳେ ସେ ଫୋନ୍ ଉଠାଇଲେ, ଦେଖିଲେ ଜଣେ ଉଲଗ୍ନ ମହିଳା ତାଙ୍କ ସହ ଅନୈତିକ କଥା କହୁଛନ୍ତି । ସେ ଆଉଥରେ କଲ୍ ନକରିବାକୁ ମହିଳାଙ୍କୁ ଚେତାବନୀ ଦେଇ ସେ କଲ୍ କାଟି ଦେଇଥିଲେ । କିଛି ସମୟ ପରେ ମହିଳା ଜଣକ ତାଙ୍କୁ ଭିଡିଓ କ୍ଲିପ୍ ଓ ଫଟୋ ପଠାଇଥିଲେ ଏବଂ ଯଦି ତାଙ୍କୁ ଟଙ୍କା ନ ଦିଅନ୍ତି ତେବେ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ଧମକ ଦେଇଥିଲେ । ଏହା ପରେ ସେ ତାଙ୍କୁ ଟଙ୍କା ଦେବାକୁ ମନା କରି କଲକୁ କାଟି ଦେଇଥିଲେ । ମେସେଞ୍ଜର ଆପରେ ତାଙ୍କୁ ବ୍ଲକ୍ ମଧ୍ୟ କରିଥିଲେ ।

ଏହା ପରଦିନ ସେ ଦୁଇଟି ଅଜ୍ଞାତ ନମ୍ବରରୁ କଲ ପାଇଥିଲେ । କଲ କରିଥିବା ଲୋକ ଦାବି କରିଥିଲେ ଯେ ତାଙ୍କର ନଗ୍ନ ଫଟୋ ଓ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହୋଇଛି ଏବଂ ଯଦି ତୁମେ ହଟାଇବାକୁ ଚାହୁଁଛନ୍ତି ତେବେ ୭୬,୫୦୦ ଟଙ୍କା ଦିଅ । ଏହା ପରେ ପୀଡିତ ଭୟଭୀତ ହୋଇ କଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ । ପରେ ଦ୍ୱିତୀୟ କଲର୍ ୯୪ ହଜାର ଟଙ୍କା ମାଗିଥିଲେ । ଏହାପରେ ବୃଦ୍ଧ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ଏହି ଟଙ୍କା ଟ୍ରାନ୍ସଫର କରିଥିଲେ । ପରବର୍ତ୍ତୀ କିଛି ଦିନ ଧରି ଏହି କଲର୍ ମାନେ ତାଙ୍କୁ ନିରନ୍ତର ଧମକ ଦେଇ ଅଧିକ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ । ଶେଷରେ ସେ ପୋଲିସ ସହ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନଭେମ୍ବର ୨୭ ରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଆମେ ଆଇପିସିର ଧାରା ୪୧୯ ଓ ୪୨୦ ଅନୁଯାୟୀ ଏକ ମାମଲା ରୁଜୁ କରିଛୁ । ପୋଲିସ ଆହୁରି ମଧ୍ୟ କହିଛି ଯେ ପୀଡିତ ଜଣକ ଖାଲି ସମୟରେ କିଛି ଦିନ ଧରି ଏହି ମହିଳାଙ୍କ ସହ କଥା ହୋଇଥିଲେ । କଲ୍ ସମୟରେ ସେ ନଗ୍ନ ପୋଜ୍ କରିଛନ୍ତି କି ନାହିଁ ଆମେ ନିଶ୍ଚିତ ନୁହଁ । ତାଙ୍କ ଭିଡିଓକୁ ଟ୍ୟାମ୍ପରିଂ କରାଯାଇଛି ବୋଲି ସେ ଦାବି କରିଛନ୍ତି । ଆମେ ଏହାର ତଦନ୍ତ କରୁଛୁ ।