BSNL Recharge Plan: ଆହୁରି ୨୦ ଦିନ ଅଧିକ ଚାଲିବ ବିଏସଏନଏଲର ଏହି ପ୍ଲାନ୍
Advertisement
Article Detail0/zeeodisha/odisha2216543

BSNL Recharge Plan: ଆହୁରି ୨୦ ଦିନ ଅଧିକ ଚାଲିବ ବିଏସଏନଏଲର ଏହି ପ୍ଲାନ୍

BSNL Recharge Plan: ଆଜି ଆମେ ଆପଣଙ୍କୁ ସରକାରୀ ଟେଲିକମ କମ୍ପାନୀ ବିଏସଏନର ଅତିରିକ୍ତ ବୈଧତା ଥିବା ପ୍ଲାନ୍ ବିଷୟରେ ଜଣାଇବାକୁ ଯାଉଛୁ ।

BSNL Recharge Plan: ଆହୁରି ୨୦ ଦିନ ଅଧିକ ଚାଲିବ ବିଏସଏନଏଲର ଏହି ପ୍ଲାନ୍

BSNL Recharge Plan: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲର ଅବସ୍ଥା ଖରାପ ରହିଥିଲେ ମଧ୍ୟ ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନୀ ବିଭିନ୍ନ ଅଫର ଦେଉଛି । ବିଏସଏନଲ ଭଲ ପ୍ରଦର୍ଶନ ନକରିପାରିବାର କାରଣ ସରକାର ଏହା ଉପରେ ଆବଶ୍ୟକୀୟ ଦୃଷ୍ଟି ଦେଇନଥିବା କଥା ଚର୍ଚ୍ଚା ହୋଇଥାଏ । ବର୍ତ୍ତମାନ ଘରୋଇ ମୋବାଇଲ୍ କମ୍ପାନୀଗୁଡିକ ଅଧିକ ସେବା ପ୍ରଦାନ କରୁଛନ୍ତି । BSNLର 4G ନେଟୱାର୍କ ଦେଶର ଅନେକ ସ୍ଥାନରେ ପହଞ୍ଚିନଥିବା ସମୟରେ ଘରୋଇ କମ୍ପାନୀ ୫ଜି ନେଟୱାର୍କ ସେବା ଗ୍ରାହକଙ୍କୁ ଦେଉଛନ୍ତି । ଆଜି ଆମେ ଆପଣଙ୍କୁ ସରକାରୀ ଟେଲିକମ କମ୍ପାନୀ ବିଏସଏନର ଅତିରିକ୍ତ ବୈଧତା ଥିବା ପ୍ଲାନ୍ ବିଷୟରେ ଜଣାଇବାକୁ ଯାଉଛୁ ।

BSNLର ମାତ୍ର ୬୯୯ ଟଙ୍କାର ରିଚାର୍ଜ ସହିତ ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଆରମ୍ଭ କରିଛି । ଯାହା ଗ୍ରାହକଙ୍କୁ ୩୦ ଦିନର ଅତିରିକ୍ତ ବୈଧତା ପ୍ରଦାନ କରୁଛି । ଏହି ପ୍ଲାନରେ ଆପଣଙ୍କୁ ୧୫୦ ଦିନର ବୈଧତା ମିଳିବ । ଏହା ସହିତ ପ୍ରତିଦିନ ଆପଣଙ୍କୁ ୫ ଶହ MB ଡାଟା ମିଳିବ । ଏଥିସହ ଦିନକୁ ୧୦୦ଟି SMS ଆପଣ ପଠାଇ ପାରିବେ । ସମସ୍ତ ନେଟୱାର୍କକୁ ଅସୀମିତ କଲିଂର ସୁବିଧା ପାଇବେ । ଆପଣଙ୍କୁ ମିଳିଥିବା ଡାଟାର ସୀମା ଅତିକ୍ରମ କରିବା ପରେ ଆପଣଙ୍କ ଇଣ୍ଟରନେଟ୍ ସ୍ପିଡ୍ ୪୦Kbps ହେବ । BSNL ର ୬୯୯ ଟଙ୍କା ପ୍ଲାନ୍ ନେବା ପରେ ଆପଣ ଏହିସବୁ ସୁବିଧା ପାଇପାରିବେ ।

ଆପଣଙ୍କୁ କହିରଖୁଛୁ ଯେ, BSNL କିଛି ଦିନ ପୂର୍ବରୁ ୯୯ ଟଙ୍କା ପ୍ଲାନର ବୈଧତା ହ୍ରାସ କରିଥିଲା । ୯୯ ଟଙ୍କାର ପ୍ଲାନରେ ପୂର୍ବରୁ ୧୮ ଦିନର ବୈଧତା ପ୍ରଦାନ କରୁଥିଲା କିନ୍ତୁ କମ୍ପାନୀ ପକ୍ଷରୁ ଏହାକୁ ଗୋଟିଏ ଦିନ କମ କରାଯାଇ ୧୭ ଦିନକୁ ହ୍ରାସ କରାଯାଇଛି । ତେଜସ୍ ନେଟୱାର୍କ ଦ୍ୱାରା ଯୋଗାଯାଇଥିବା 4G BTS ଆସନ୍ତା ମାସରେ BSNL ଦ୍ୱାରା ସାରା ଦେଶରେ ନିୟୋଜିତ ହେବ ବୋଲି ଆଶା କରାଯାଉଛି । ଯଦି ଆପଣ ଜଣେ ବିଏସଏଲ ଉପୋଭକ୍ତା ତେବେ ଆପଣ ମଧ୍ୟ ଏହି ପ୍ଲାନର ଲାଭ ଉଠାଇପାରିବେ ।

Also Read- Heat wave: ୨୫ରୁ ହିଟ୍‍ ଓ୍ୱେଭ୍‍, ସତର୍କତା ଜାରିକଲା ପାଣିପାଗ ବିଭାଗ

Also Read- Ranveer Singh: ଡିପ୍ ଫେକ୍ ଭିଡିଓକୁ ରଣଭୀରଙ୍କ ବିରୋଧ, ଥାନାରେ ମାମଲା