)
Weather Update: ଆସନ୍ତା ୨୫ ଓ ୨୬ ତାରିଖରେ ରାଜ୍ୟରେ ଅସହ୍ୟ ଗରମ ହେବ। ଏହା ସାଙ୍ଗକୁ ଗ୍ରୀଷ୍ପ ପ୍ରବାହ ବା ହିଟ୍ ଓ୍ୱେଭ୍ ପ୍ରବାହିତ ହେବ। ଏହି ସତର୍କତା ଜାରି କରିଛନ୍ତି ଭାରତ ପାଣିପାଗ ବିଭାଗ। ଓଡ଼ିଶା ଓ ଝାଡ଼ଖଣ୍ଡରେ ଏହିପରି ହିଟ୍ଓ୍ୱଭ୍ ଦୁଇଦିନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଲା ତିନିଦିନ ହେଲା ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଆଜି ସାମାନ୍ୟ ଲାଘବ ମିଳିଥିବା ବେଳେ କାଁ ଭାଁ ବର୍ଷା ବି ଅନୁଭୂତ ହୋଇଛି। ଆଜି ବାଲେଶ୍ୱରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାିଛି। ଭୁବନେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି।
#Maximum Temperature forecast for next five days: pic.twitter.com/DOZqzdkXQl
— Meteorological Centre, Bhubaneswar (@mcbbsr) April 22, 2024
ଆଜି ଦିନ ୨ଟା ୩୦ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ପାଣିପାଗ ବିଭାଗ ପ୍ରକାଶ କରିଛି । ଭୁବନେଶ୍ୱରରେ ୪୩.୮ °C, ବାଲେଶ୍ୱର ୪୦.୭°C, ଚାନ୍ଦବାଲି ୪୦.୪°C, କେନ୍ଦୁଝର ୩୮°C, ଗୋପାଳପୁର ୩୭°C, ସମ୍ବଲପୁର ୩୬.୬°C, ଝାରସୁଗୁଡା ୩୬.୨°C, ପାରାଦ୍ୱୀପ ୩୫.୪°C, ପୁରୀ ୩୫°C, ହୀରାକୁଦ ୩୪.୮°C, ରାଉରକେଲାରେ ୩୪.୪°C ତାପମାତ୍ରା ରେକର୍ଡ ହୋଇଛି ।