Bhubaneswar News: ରାଜଧାନୀରେ କୁକୁର ରଖିଥିଲେ ସାବଧାନ! ଗଣିପାରନ୍ତି ମୋଟା ଅଙ୍କର ଜରିମାନା
Advertisement

Bhubaneswar News: ରାଜଧାନୀରେ କୁକୁର ରଖିଥିଲେ ସାବଧାନ! ଗଣିପାରନ୍ତି ମୋଟା ଅଙ୍କର ଜରିମାନା

Bhubaneswar News In Odia: କୁକୁରକୁ (Dog) ସବୁଠୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଏ । ସେଥିପାଇଁ ଅଧିକାଂଶ ଲୋକେ ଘରେ କୁକୁର ରଖିବାକୁ ଖୁବ୍ ପସନ୍ଦ କରନ୍ତି । ପୋଷା କୁକୁର ଯତ୍ନ ନିଜ ଶିଶୁ ଭଳି ମଧ୍ୟ ନିଅନ୍ତି। ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସେମାନଙ୍କ ଘରେ ବହୁତ ଆହରର ସହକାରେ ରଖନ୍ତି । କିନ୍ତୁ ବର୍ତ୍ତମାନ ପୋଷା କୁକୁରକୁ (Pet Dog) ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhubaneswar News In Odia: କୁକୁରକୁ (Dog) ସବୁଠୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଏ । ସେଥିପାଇଁ ଅଧିକାଂଶ ଲୋକେ ଘରେ କୁକୁର ରଖିବାକୁ ଖୁବ୍ ପସନ୍ଦ କରନ୍ତି । ପୋଷା କୁକୁର ଯତ୍ନ ନିଜ ଶିଶୁ ଭଳି ମଧ୍ୟ ନିଅନ୍ତି। ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସେମାନଙ୍କ ଘରେ ବହୁତ ଆହରର ସହକାରେ ରଖନ୍ତି । କିନ୍ତୁ ବର୍ତ୍ତମାନ ପୋଷା କୁକୁରକୁ (Pet Dog) ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯଦି ଆପଣ ଘରେ ପୋଷା କୁକୁର (Pet Dog) ରଖିଛନ୍ତି । ତେବେ, ଆପଣଙ୍କୁ କିଛି ନିୟମ ମାନିବାକୁ ପଡିବ । ଖାସ୍ କରି ଆପଣ ଯଦି, ଭୁବନେଶ୍ବରରେ(Bhubaneswar) ରହୁଛନ୍ତି ଆଉ ଘରେ କୁକୁର ରଖିଛନ୍ତି ।  ତେବେ, ଏହି ଖବର ଖାସ୍ ଆପଣଙ୍କ ପାଇଁ। କୁକୁର ମାଲିକଙ୍କ (Bhubaneswar Dog Owners) ପାଇଁ ଏମିତି କିଛି ନୂଆ ନିୟମ ଆଣିଛି ଭୁବନେଶ୍ବର ମୁନସିପାଲ କର୍ପୋରେସନ୍ (Bhubaneswar Municipal Corporation ) । 

ଅଧିକାଂଶ ସମୟରେ ଆପଣ ନିଶ୍ଚିତ ଶୁଣିଥିବେ  ଯେ, ବୁଲା କୁକୁର ହେଉ କି ପୋଷା କୁକୁର କାମୁଡାରେ ଅନେକ ଆହତ ଓ ଗୁରୁତର ହେବାର ଖବର । କୁକୁର ଜନବସତି ଅଞ୍ଚଳରେ ଘଟାଉଥିବା ଅଘଟଣକୁ ନେଇ କଠୋର ହୋଇଛି ବିଏମସି (BMC) । କୁକୁର କାମୁଡିଲେ (Dog Bite) ମାଲିକ ତଣ୍ଡ ଗଣିବେ । ୧୦ ହଜାର ଟଙ୍କା (Ten Thousand Fine)ଜରିମାନା ଆପଣଙ୍କୁ ଦେବାକୁ ଲାଗିପାରେ । ରାସ୍ତା,ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ କୁକୁର ରଖିଥିବା ମାଲିକ । ବିଏମସି  (BMC) ଆଣିଛି ଏପରି ନୂଆ ନିୟମ (new laws)। ଗତକାଲି ବିଏମସି(BMC) ବୈଠକରେ ଏହି ବିଲ୍ ପାରିତ ହୋଇଛି । ଏହି ନିୟମ ଅନୁସାରେ,ଜଣେ କୁକୁର ପ୍ରେମୀ ଚାହିଁଲେ ଅତି ବେଶିରେ ଦୁଇଟି କୁକୁର ରଖିପାରିବେ । 

Also Read: Dhenkanal News: ନବଜାତକକୁ ମୃତ ଘୋଷଣା କରିଥିଲେ ଡାକ୍ତର, ପୋତିବାକୁ ନେବା ବେଳେ…

Also Read: Gold-Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ନୂଆ ରେଟ୍

ନିକଟରେ  କୁକୁର କାମୁଡାରେ ତିନି ବର୍ଷ ଝିଅର ମୃତ୍ୟୁ ହୋଇଥିଲା। ଏ-ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲାରେ । ଘର ବାହାରେ ଖେଳୁଥିବାବେଳେ ୩ ବର୍ଷ ଝିଅକୁ କୁକୁର କାମୁଡି ଝୁଣି ଦେଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ଢେଲା ମାରି ଏହି ବୁଲା କୁକୁରକୁ ଘଉଡ଼ାଇବା ପରେ ଗୁରୁତର ଆହତ ୩ ବର୍ଷର ଝିଅକୁ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପାଟଣାଗଡ଼କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ଏକ ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅ ଦୀପା ମୁଣ୍ଡା। ହଠାତ ସେଠାରେ ପହଞ୍ଚିଥିଲା ଗୋଟିଏ ବୁଲା କୁକୁର। ଦୀପାକୁ ପାଖରେ ପାଇ ତାର ମୁଣ୍ଡକୁ ଧରି ଝୁଣି ପକାଇଥିଲା। କୁନି ଝିଅଟିର ଚିତ୍କାର ଶୁଣି ପରିବାର ଲୋକେ ଦାଣ୍ତକୁ ଧାଇଁ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ଦୀପାକୁ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲ୍‌ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Also Read:  Metro Service in Bhubaneswar: ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ: ଆଉ ପାଦେ ଆଗେଇଲା...

Also Read: Labour Day: ଜାଣିଛନ୍ତି କି ପ୍ରଥମ ଥର କେବେ ପାଳନ ହୋଇଥିଲା ଶ୍ରମିକ ଦିବସ