ବନ୍ଧା ହେବେ ଟୁଙ୍ଗୁରୁ, ବର୍ଷା!
Advertisement

ବନ୍ଧା ହେବେ ଟୁଙ୍ଗୁରୁ, ବର୍ଷା!

ଟଙ୍ଗୁରୁ ଭୋଳ ଓ ବର୍ଷା ପ୍ରସଙ୍ଗରେ ଶନିବାର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ କୁହାଯାଇଛି ଯେ, ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ଯେଉଁ ପ୍ରକାର ଆଲବମ ତିଆରି କରାଯାଉଛି, ତାହା ଅଟୋଚାଳକଙ୍କ ମାନ ସମ୍ମାନକୁ ହାନି କରୁଛି। 

ଡିଜାଇନ୍ ଫଟୋ

ଭୁବନେଶ୍ବର: ଗାଁ ଗଳିକନ୍ଦି ଠାରୁ ଆରମ୍ଭ କରି ବଡଦାଣ୍ଡ, ସବୁଠି ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଏକାଧିକ ଆଲବମ ଭିଡିଓ ମଧ୍ୟ ତିଆରି ହୋଇଛି। ଏହି ପ୍ରେମିଯୁଗଳ ରାଜ୍ୟରେ ସେନସେସନ ପାଲଟିଛନ୍ତି। କିନ୍ତୁ ବର୍ତ୍ତମାନ ଟୁଙ୍ଗୁରୁ ଓ ବର୍ଷାଙ୍କ ଅଡୁଆ ବଢିବାରେ ଲାଗିଛି। ସେମାନେ ଖୁବଶୀଘ୍ର ଗିରଫ ହୋଇପାରନ୍ତି। କଟକ ପରେ ଭୁବନେଶ୍ୱର ଅଟୋ ଚାଳକ ସଙ୍ଘ ପକ୍ଷରୁ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ଗିରଫ ଦାବି କରାଯାଇଛି। 

ଟଙ୍ଗୁରୁ ଭୋଳ ଓ ବର୍ଷା ପ୍ରସଙ୍ଗରେ ଶନିବାର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ କୁହାଯାଇଛି ଯେ, ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ଯେଉଁ ପ୍ରକାର ଆଲବମ ତିଆରି କରାଯାଉଛି, ତାହା ଅଟୋଚାଳକଙ୍କ ମାନ ସମ୍ମାନକୁ ହାନି କରୁଛି। ସବୁ ଅଟୋଚାଳକ ସମାନ ନୁହନ୍ତି। ଯଦି ଗୀତ କରିବାର ଅଛି ତେବେ ଦ୍ରୌପଦୀ ମୁର୍ମୁଙ୍କ ଉପରେ କରାଯାଉ।  କିନ୍ତୁ ତରିତ୍ରହୀନ ବ୍ୟକ୍ତିଙ୍କୁ ହାଇଲାଇଟ କରି ରାତାରାତି ଷ୍ଟାର ବନେଇଦିଆଯାଉଛି। ଏଭିଳି ଗୀତ କରୁଥିବା ଆଲବମ ନିର୍ମାତାମାନେ ଓଡିଆ ଭାଷା ଓ ଓଡିଆ ଜାତି ପାଇଁ କଳଙ୍କ ବୋଲି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍ କହିଛି। 

Also Read: ସୋମବାର ମଧ୍ୟାହ୍ନ ସୁଦ୍ଧା ଲଘୁଚାପ, ଆଜି ୮ ଜଲ୍ଲାରକୁ ଅରେଞ୍ଜ ୱାର୍ଣ୍ଣଂ

ବିବାଦୀୟ ପ୍ରେମିଯୁଗଳଙ୍କୁ ନେଇ ପ୍ରସ୍ତୁତ ଗୀତ ପ୍ରତ୍ୟେକ ଅଟୋଚାଳକଙ୍କ ଅପମାନିତ କରୁଛି। ଜଣେ ଅଟୋଚାଳକ ପର ସ୍ତ୍ରୀକୁ ପ୍ରେମ କରି ପରବର୍ତ୍ତୀ ସମୟରେ ଧକ୍କା ଦେବା ସମାଜ ପ୍ରତି ନକରାତ୍ମକ ପ୍ରଭାବ ପକାଉଛି। ଅଟୋଚାଳକମାନେ ସମାଜର ସେବା କରୁଛନ୍ତି। ସେମାନେ ରକ୍ତଦାନଠୁ ଆରମ୍ଭ କରି ଯାତ୍ରୀଙ୍କ ଜିନିଷ ଫେରାଇବାର ଅନେକ ଉଦାହରଣ ରହିଛି। କିନ୍ତୁ କେହି ଏହା ଉପରେ ଭିଡିଓ ଆଲବମ କରିବେ ନାହିଁ। ଟୁଙ୍ଗୁରୁ ଭୋଳ ଓ ବର୍ଷାର ପ୍ରେମ କାହାଣୀ ସମାଜ ଓ ଯୁବପିଢି ଉପରେ କୁପ୍ରଭାବ ପକାଇବ। ତେଣୁ ସେମାନଙ୍କୁ ଗିରଫ କରାଯିବା ସହ ଗୀତ ଗୁଡିକୁ ବ୍ୟାନ କରାଯାଉ ବୋଲି ଅଟୋଚାଳକମାନେ ଦାବି କରିଛନ୍ତି। ଯଦି ପ୍ରଶାସନ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠନ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଗ୍ରୁପ୍ ଚେତାବନୀ ଦେଇଛି।

ସେହିପରି ଚିରି ଦିନ ତଳେ କଟକ ନିଶ୍ଚିତକୋଇଲି ଥାନାରେ ସାଲେପୁରର କିଛି ସାଧାରଣ ଲୋକ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ନାମରେ ଅଭିଯୋଗ କରିଥିଲେ। ଟୁଙ୍ଗୁରୁ ଭୋଳର କାଣ୍ଡ ପାଇଁ ଝିଅବୋହୂ ଅଟୋରେ ଯିବାପାଇଁ ଭୟଭୀତ ହେଲେଣି। ଆଗାମୀ ଦିନରେ ଯୁବପିଢ଼ି ଯେପରି ପଥଭ୍ରଷ୍ଟ ନହେବେ ସେଥିପାଇଁ ଯଥାଶୀଘ୍ର ଟୁଙ୍ଗୁରୁ ଓ ବର୍ଷାଙ୍କ ଉପରେ ତିଆରି ହୋଇଥିବା ଗୀତ ବନ୍ଦ କରାଯାଉ ଓ ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ବିଶ୍ୱାସ୍‌ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଏହି ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟୁଙ୍ଗୁରୁ ଓ ବର୍ଷାଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

Also Read: ବିଜେଡି ବିଧାୟକଙ୍କୁ ବିବାହ ଜିଦ୍ କରି ଆଉ କାହା ହାତ ଧରିନେଲେ ଯୁବତୀ

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟବ୍ୟାପୀ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି। ପ୍ରେମିକା ବର୍ଷାଙ୍କ ସହ ସମ୍ପର୍କ ରଖିବା ପରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ କୁଆଡେ ଚାଲିଯାଇଥିଲେ। ଫଳରେ ବିବାହିତା ବର୍ଷା ଅନ୍ୟ ଉପାୟ ନପାଇ ବରଣମାଳା ଓ ଶଙ୍ଖା ସିନ୍ଦୁର ଧରି ଥାନାରେ ପହଞ୍ଚିଥିଲେ। ତା’ପର ଠାରୁ ଟୁଙ୍ଗୁରୁ ଓ ବର୍ଷା ଷ୍ଟାର ପାଲଟିଗଲେ। ଅନ୍ୟପଟେ ଟୁଙ୍ଗୁରୁ, ବର୍ଷାଙ୍କ ପ୍ରେମକୁ ଅସ୍ୱୀକାର କରୁଥିବା ବେଳେ ବର୍ଷା କିନ୍ତୁ ଫୋନ ରେକର୍ଡି ମାଧ୍ୟରେ ସତ ସାମ୍ନାକୁ ଆଣିଥିଲେ। ବର୍ଷା ବୟସରେ ବଡ଼ ହୋଇଥିବାରୁ ଟୁଙ୍ଗୁରୁ ସହିତ ବିବାହ କରାଇବା ପାଇଁ ଘର ଲୋକ ରାଜି ହେଉନଥିଲେ। ଆଉ ଏଥିପାଇଁ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।