Saree Market: ଏହି ରାଜ୍ୟରେ ମିଳେ ସବୁଠୁ ଶସ୍ତା ଶାଢୀ, ୫୦ ଟଙ୍କାରେ ବିକ୍ରି ହୁଏ ବନାରସୀ ପାଟ!
Advertisement
Article Detail0/zeeodisha/odisha1528361

Saree Market: ଏହି ରାଜ୍ୟରେ ମିଳେ ସବୁଠୁ ଶସ୍ତା ଶାଢୀ, ୫୦ ଟଙ୍କାରେ ବିକ୍ରି ହୁଏ ବନାରସୀ ପାଟ!

Bihar Saree Market: ଶାଢୀ କଥା ଆସିଲେ ଆମ ମାନଙ୍କ ମନରେ ଆସେ ସୁରତର ଶାଢୀ ମାର୍କେଟର କଥା । ଦେଶର ସବୁଠାରୁ ଅଧିକ ଶାଢୀ ଓ ପୋଷାକ କମ୍ ମୂଲ୍ୟରେ ସାଧାରଣତଃ ସୁରତରେ ମିଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦେଶରେ ଏପରି ଏକ ରାଜ୍ୟରେ ଏକ ସ୍ଥାନ ଅଛି ଯେଉଁଠାରେ ଶସ୍ତା ଓ ସୁଲଭ ଦରରେ ବିଭିନ୍ନ ଡିଜାଇନର ଶାଢୀ ଆପଣଙ୍କୁ ମିଳିପାରିବ । ବିହାରର ନାଳନ୍ଦା ଜିଲ୍ଲାରେ ଥିବା ସୋହରାଇ ଶାଢୀ ବଜାର (Sohsarai saree market of Bihar) ।

Saree Market: ଏହି ରାଜ୍ୟରେ ମିଳେ ସବୁଠୁ ଶସ୍ତା ଶାଢୀ, ୫୦ ଟଙ୍କାରେ ବିକ୍ରି ହୁଏ ବନାରସୀ ପାଟ!

Bihar Saree Market: ଶାଢୀ କଥା ଆସିଲେ ଆମ ମାନଙ୍କ ମନରେ ଆସେ ସୁରତର ଶାଢୀ ମାର୍କେଟର କଥା । ଦେଶର ସବୁଠାରୁ ଅଧିକ ଶାଢୀ ଓ ପୋଷାକ କମ୍ ମୂଲ୍ୟରେ ସାଧାରଣତଃ ସୁରତରେ ମିଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦେଶରେ ଏପରି ଏକ ରାଜ୍ୟରେ ଏକ ସ୍ଥାନ ଅଛି ଯେଉଁଠାରେ ଶସ୍ତା ଓ ସୁଲଭ ଦରରେ ବିଭିନ୍ନ ଡିଜାଇନର ଶାଢୀ ଆପଣଙ୍କୁ ମିଳିପାରିବ । ବିହାରର ନାଳନ୍ଦା ଜିଲ୍ଲାରେ ଥିବା ସୋହରାଇ ଶାଢୀ ବଜାର (Sohsarai saree market of Bihar) ।   ସୋହରାଇରେ ବିକ୍ରି ହେଉଥିବା ଶାଢୀକୁ କିଣିବା ପାଇଁ ଅନ୍ୟ ରାଜ୍ୟର ଲୋକଙ୍କ ଏଠାରେ ଭିଡ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ବ୍ୟବସାୟୀମାନେ ଦୂରଦୂରାନ୍ତରୁ ବ୍ୟବସାୟ କରିବା ପାଇଁ ଏଠାରେ ପହଞ୍ଚନ୍ତି,ଯେଉଁ କାରଣରୁ ପ୍ରତିଦିନ ଏଠାରେ କୋଟି କୋଟି ଟଙ୍କା ମୂଲ୍ୟର ବ୍ୟବସାୟ କରାଯାଇଥାଏ। ଗୁଜୁରାଟର ସୁରଟ ଦେଶର ସର୍ବ ବୃହତ ବଜାର ବୋଲି ବିବେଚନା କରାଯାଉଥିଲା,କିନ୍ତୁ ବର୍ତ୍ତମାନ ନାଲନ୍ଦାର ସୋହସରାଇ ମଣ୍ଡି ସୁରଟକୁ ଟପି ଯିବ ବୋଲି ଚର୍ଚ୍ଚା ହେଉଛି। 

ଦେଶର ବିଭିନ୍ନ ସ୍ଥାନକୁ ଏଠାରୁ ଯାଉଛି ଶାଢୀ :
କୁହାଯାଏ ଯେ, ଏଠାରେ ବନାରସୀ ଶାଢୀ ୫୦ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ଏଠାରେ ପହଞ୍ଚି ଶାଢୀ କିଣନ୍ତି ଏବଂ ହୋଲସେଲ ଏବଂ ଖୁଚୁରା ମୂଲ୍ୟରେ ନିଜ ଅଞ୍ଚଳରେ ବିକ୍ରି କରନ୍ତି। ଏଠାରେ ବ୍ୟବସାୟ କରୁଥିବା ଜଣେ ଦୋକାନୀ କହିଛନ୍ତି ଯେ,ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସମସ୍ୟା ଥିଲା, କିନ୍ତୁ ବର୍ତ୍ତମାନ ଏଠାରେ ଥିବା ବଜାର ବଢିଛି । ଏହି କାରଣରୁ କାରବାର ମଧ୍ୟ ଭଲ ହେଉଛି।  ବର୍ତ୍ତମାନ ସୋହସରାଇରେ ୨୦୦ରୁ ଅଧିକ ଛୋଟ ଏବଂ ବଡ ଦୋକାନ ଅଛି। 

ଏହାବି ପଢନ୍ତୁ : Uorfi Javed: ଉର୍ଫିଙ୍କ ପାଇଁ ଅଙ୍ଗ ପ୍ରଦର୍ଶନ କରିବା ପଡିଲା ମହଙ୍ଗା, ଥାନାରୁ ଆସିଲା ଡକରା

ଏହାବି ପଢନ୍ତୁ : Amitabh Bachchan First Love: ରେଖା କି ଜୟା ନୁହେଁ, ଏହି ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବିଗ୍ ବି

ବିଭିନ୍ନ ଦୋକାନରେ ବିଭିନ୍ନ ପ୍ରକାରର ଶାଢୀ ବିକ୍ରି ହୁଏ,ଯେଉଁ କାରଣରୁ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଶହ ଶହ ବ୍ୟବସାୟୀ ପହଞ୍ଚନ୍ତି । ସେମାନେ ନିଜ ସ୍ଥାନ ଅନୁଯାୟୀ ଶାଢୀ କିଣନ୍ତି  । ତେବେ, ଏହି ବଜାରରେ  କଟନ ଶାଢୀ,ବନାରସୀ ଶାଢୀ,ସିନ୍ଥେଟିକ୍ ଶାଢୀ, ଲେହେଙ୍ଗା,ବ୍ରାଇଡାଲ ଶାଢୀ ଏବଂ ବିଭିନ୍ନ ଡିଜାଇନର ଶାଢୀ ଶସ୍ତାରେ ମିଳିଥାଏ । କେବଳ ଏଠାରେ ଶାଢୀ ବିକ୍ରି ହୁଏ ନାହିଁ ଖଦି ଶାଢୀ ମଧ୍ୟ ଏଠାରେ ବୁଣା ଯାଇଥାଏ। ଯାହା ଗ୍ରାହକୁଙ୍କୁ ବେଶ ପସନ୍ଦ ଆସିଥାଏ ।ବିଭିନ୍ନ ଦୋକାନରେ ବିଭିନ୍ନ ପ୍ରକାରର ଶାଢୀ ବିକ୍ରି ହୁଏ। ଯେଉଁ କାରଣରୁ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଶହ ଶହ ବ୍ୟବସାୟୀ ଏଠାରେ ଶାଢୀ କିଣିବା ପାଇଁ ପହଞ୍ଚିଥାନ୍ତି । ସେମାନେ ଏଠାରୁ କମ୍ ଦାମରେ ଶାଢୀ କିଣି ଅଧିକ ଦରରେ ନିଜ ରାଜ୍ୟରେ ବିକ୍ରି କରନ୍ତି ।